କେନ୍ଦ୍ର ସରକାର ଯେତେ ଚକ୍ରାନ୍ତ କଲେ ମଧ୍ୟ ମୁଁ ବଞ୍ଚିଥିବା ଯାଏଁ ଆପଣମାନଙ୍କ ସାଥିରେ ଅଛି ଏବଂ ଆପଣମାନଙ୍କ ସେବାରେ ରହିବି:ମୁଖ୍ୟମନ୍ତ୍ରୀ

Straight to the Point

ବରଗଡ଼ : ମୁଁ ଆପଣମାନଙ୍କ ସହ ରହିଛି, ଶେଷ ନିଃଶ୍ୱାସ ଥିବା ଯାଏଁ ଆପଣମାନଙ୍କ ସେବା କରୁଥିବି ବୋଲି ମୁଖ୍ୟମନ୍ତ୍ରୀ ବରଗଡ଼ର ଅତାବିରା ନିର୍ବାଚନ ମଣ୍ଡଳୀରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେଇ କହିଛନ୍ତି। ଜୟ ଜଗନ୍ନାଥ ଓ ଜୁହାର କହି ସେ ନିଜର ଅଭିଭାଷଣ ଆରମ୍ଭ କରିଥିଲେ।

ସେ ନିଜ ଭାଷଣରେ କହିଛନ୍ତି, ଏମଏସପି ଦୁଇଗୁଣ କରାଯିବ ବୋଲି କେନ୍ଦ୍ର ପ୍ରତିଶ୍ରୁତି ଦେଇଥିଲା, ଦୀର୍ଘ ଦିନ ଧରି ଅପେକ୍ଷା କରିବା ସହ ଚିଠି ଲେଖିବା ପରେ ମଧ୍ୟ ଏହାର କୌଣସି ସୁଫଳ ମିଳିନାହିଁ। ଦୁଇ ବର୍ଷ ଅପେକ୍ଷା କରିବା ପରେ ସମସ୍ୟା ଜଣାଇବାକୁ ଚାଷୀ ଓ ମନ୍ତ୍ରୀ ଦିଲ୍ଲୀ ଗଲେ ମଧ୍ୟ କେନ୍ଦ୍ର ସରକାର ତାଙ୍କ ପାଇଁ ୨ ମିନିଟ ସମୟ ଦେଲେ ନାହିଁ।

କେନ୍ଦ୍ରରେ ୨ ଜଣ ଓଡ଼ିଆ ମନ୍ତ୍ରୀ ଥାଇ ସୁଦ୍ଧା ନିରବ ରହିଲେ ବୋଲି ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଟାର୍ଗେଟ କରି କହିଛନ୍ତି। କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି। କେନ୍ଦ୍ରର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କଲେ ମଧ୍ୟ ମୁଁ ଥିବା ଯାଏଁ ଏହି ଯୋଜନାକୁ ବନ୍ଦ କରିପାରିବେ ନାହିଁ।

ଜଣେ ବି ଚାଷୀ ଏଥିରୁ ବଞ୍ଚିତ ହେବେନି। କୋଶଳି ଭାଷାକୁ ସ୍ୱୀକୃତି ଦେବା ପାଇଁ କେନ୍ଦ୍ରକୁ କହିଥିଲୁ। ମାତ୍ର ଏଥିରେ ସେ ଚୁପ ରହିଲେ। ଏବେ ଭୋଟ ପାଇଁ କେନ୍ଦ୍ର ମନ୍ତ୍ରୀମାନେ ଓଡ଼ିଶା ଆସୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

error: Thank You Keep Visiting