ଏପ୍ରିଲ ୧୭ରେ କଟକଠାରେ ରୋଡ ସୋ କରିବେ ଅମିତ ଶାହା

Straight to the Point

ଭୁୁବନେଶ୍ୱର: ଏପ୍ରିଲ ୧୭ ତାରିଖ ଦିନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା ଓଡିଶା ଗସ୍ତରେ ଆସି ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ । ଶ୍ରୀ ଶାହା ଅପରାହ୍ନ ୩ଟାରେ ଢେଙ୍କାନାଳ ଠାରେ ଏବଂ ପରେ ବଡମ୍ବାଠାରେ ପହଂଚି ବିଜୟ ସଂକଳ୍ପ ସମାବେଶରେ ସମ୍ଭୋଧିତ କରିବେ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।
ସମାବେଶ ପରେ ଶ୍ରୀ ଶାହା କଟକରେ ପହଂଚି ଏକ ବିଶାଳ ରୋଡ ସୋ ରେ ଭାଗ ନେବେ । ଏହି ରୋଡ ସୋ ନେତାଜୀଙ୍କ ଜନ୍ମ ସ୍ଥାନରୁ ବାହାରି ଚଣ୍ଡି ମନ୍ଦିର ପର୍ଯ୍ୟନ୍ତ ଚାଲିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

error: Thank You Keep Visiting