ଖଣି ଦୁର୍ନୀତି ମାମଲାରେ ଓଡ଼ିଶା ସମେତ ୩ ରାଜ୍ୟକୁ ସୁପ୍ରିମକୋର୍ଟ ନୋଟିସ ଜାରି

Straight to the Point

ନୂଆଦିଲ୍ଲୀ: ଖଣି ଦୁର୍ନୀତି ମାମଲାରେ ଓଡ଼ିଶା ସମେତ ୩ ରାଜ୍ୟକୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି। ଅନ୍ୟ ୨ଟି ରାଜ୍ୟ ହେଉଛି କର୍ନାଟକ ଏବଂ ଝାଡ଼ଖଣ୍ଡ। ୬ଲକ୍ଷ କୋଟିର ଲୁହାପଥର ଖଣି ଦୁର୍ନୀତି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ନୋଟିସ ଜାରି କରିଛନ୍ତି। ୩ଟି ରାଜ୍ୟ ସମେତ କେନ୍ଦ୍ର ସରକାର ଏବଂ ସିବିଆଇକୁ ମଧ୍ୟ ନୋଟିସ ଜାରି ହୋଇଛି।

ସୂଚନାଯୋଗ୍ୟ, କିଛି ରାଜ୍ୟରେ ବେଆଇନ ଖଣି ଆବଣ୍ଟନ ନେଇ ଅପିଲ ହୋଇଥିଲା। ଖଣି ଆବଣ୍ଟନ ସମୟରେ ବ୍ୟାପକ ଦୁର୍ନୀତି​‌ ହୋଇଥିବା ଆବେଦନକାରୀ ପିଟିଶନରେ ଅଭିଯୋଗ କରିଥିଲେ। ଜଷ୍ଟିସ ଏସ.ଏ. ବୋବଡେଙ୍କ ନେତୃତ୍ଵରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଓକିଲ ପି.ଏସ. ନରସିଂହଙ୍କୁ ଆମିକସ୍‌କ୍ୟୁରି ଭାବେ ନିଯୁକ୍ତ କରିଛନ୍ତି।

error: Thank You Keep Visiting