ମୋଦୀ ସରକାର ଆସିଲେ ଜଳ ସମ୍ପଦ ଏବଂ ମତ୍ସ୍ୟଜୀବୀଙ୍କ ପାଇଁ ଅଲଗା ମନ୍ତ୍ରଣାଳୟ ଗଠନ ହେବ
ସମ୍ବଲପୁର: ଉଦବୋଧନ ଦେବା ଅବସରରେ ମୋଦୀ କହିଥିଲେ, ଚଳିତ ନିର୍ବାଚନରେ ମୋଦୀ ସରକାର ଆସିଲେ ଜଳ ସଂଶୋଧନ ମନ୍ତ୍ରଣାଳୟ ହେବ। କେବଳ ଜଳ ଯୋଗାଣ ଏବଂ ଜଳ ସମ୍ପଦ ପାଇଁ ମନ୍ତ୍ରଣାଳୟ ହେବ। ମତ୍ସ୍ୟଜୀବୀଙ୍କ ପାଇଁ ଅଲଗା ମତ୍ସ୍ୟ ମନ୍ତ୍ରଣାଳୟ ଗଠନ କରାଯିବ। ମତ୍ସ୍ୟଜୀବୀଙ୍କ କଲ୍ୟାଣ ପାଇଁ ୧୦ ହଜାର କୋଟି ଖର୍ଚ୍ଚ ହେବ। ଚାଷୀଙ୍କ ଖାତାକୁ ସିଧାସଳଖ ଟଙ୍କା ଯିବ। କୌଣସି ଦଲାଲ ଚାଷୀଙ୍କ ଟଙ୍କାରେ ହାତ ମାରିପାରିବ ନାହିଁ।