ନିର୍ବାଚନ ଆସିବାରୁ କେନ୍ଦ୍ରମନ୍ତ୍ରୀ ବର୍ତ୍ତମାନ ଓଡିଶା ମୁହାଁ କିନ୍ତୁ ମୁଁ ଶେଷ ନିଶ୍ବାସ ପର୍ଯ୍ୟନ୍ତ ଆପଣଙ୍କ ସେବା କରିବି : ମୁଖ୍ୟମନ୍ତ୍ରୀ

Straight to the Point

ବରଗଡ : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ବରଗଡ ଜିଲା ନିଶାମଣୀ ପଡିଆରେ ଏକ ସାଧାରଣ ସଭାରେ ଯୋଗ ଦେଇଛନ୍ତି। ଏହି ସଭାରେ ମୁଖ୍ୟମନ୍ତ୍ରୀ ଜୟ ଜଗନ୍ନାଥ ଓ ଜୁହାର କହି ନିଜ ଅଭିଭାଷଣ ଆରମ୍ଭ କରିଛନ୍ତି। ପ୍ରଚଣ୍ଡ ଖରା ସତ୍ତ୍ବେ ଲୋକମାନେ ସେଠାକୁ ଆସିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି ଯେ, କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି। କିନ୍ତୁ କେନ୍ଦ୍ରର ବିଜେପି ସରକାର ଏହାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି। କିନ୍ତୁ ମୁଁ ଥିବା ପର୍ଯ୍ୟନ୍ତ ଏହାକୁ କେହି ବନ୍ଦ କରିପାରିବେନି। ୨୦୧୪ରେ ବିଜେପି ଦେଇଥିବା ପ୍ରତିଶ୍ରୁତି ପୂରଣ କଲା ନାହିଁ। ୨ବର୍ଷ ହୋଇଗଲା ଚାଷୀଙ୍କ ପାଇଁ ଦିଲ୍ଲୀ ଦରବାର ୨ମିନିଟ ସମୟ ଦେଲା ନାହିଁ। କେନ୍ଦ୍ରରେ ଥିବା ୨ ଓଡିଆ କେନ୍ଦ୍ରମନ୍ତ୍ରୀ ମୁହଁ ଖୋଲିଲେ ନାହିଁ। ନିର୍ବାଚନ ଆସିବାରୁ କେନ୍ଦ୍ରମନ୍ତ୍ରୀ ବର୍ତ୍ତମାନ ଓଡିଶା ମୁହାଁ ହେଉଛନ୍ତି। ଏବେ ଆସୁଛନ୍ତି ପରେ ଆଉ ଦେଖା ମିଳିବନି। କିନ୍ତୁ ମୁଁ ଶେଷ ନିଶ୍ବାସ ପର୍ଯ୍ୟନ୍ତ ଆପଣଙ୍କ ସେବା କରିବି।

error: Thank You Keep Visiting