କଟକରେ ନବୀନଙ୍କ ରୋଡ୍ ସୋ

Straight to the Point

କଟକ: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କଟକରେ ରୋଡ୍ ଶୋ କରି ନିର୍ବାଚନ ପ୍ରଚାର କରିଛନ୍ତି । ସ୍ୱତନ୍ତ୍ର ବସରେ ମୁଖ୍ୟମନ୍ତ୍ରୀ ସହରର ବିଭିନ୍ନ ଅଂଚଳରେ ରୋଡ୍ ଶୋ’ କରିଥିଲେ । ମୁଖ୍ୟମନ୍ତ୍ରୀ ହାତ ହଲାଇ ରାସ୍ତାର ଉଭୟ ପାଶ୍ୱର୍ରେ ଛିଡ଼ା ହୋଇଥିବା ଲୋକଙ୍କଠାରୁ ଅଭିବାଦନ ଗ୍ରହଣ କରିଥିଲେ ।ଏହାପରେ ମୁଖ୍ୟମନ୍ତ୍ରୀ ହାଇଟେକ୍ ବସ ଉପରେ ଛିଡ଼ା ହୋଇ ଚିରାଚରିତ ଢଙ୍ଗରେ ଭାଷଣ ଦେଇ କହିଥିଲେ ଯେ ମୁଁ କଟକ ଆସିଛି । ଆପଣମାନେ ଖୁସି ତ ? ମୁଁ ବି ଖୁସି । ଶଙ୍ଖ ଚିହ୍ନରେ ମୋହର ମାରି ଜୟଯୁକ୍ତ କରନ୍ତୁ ବୋଲି କହିବା ସହ କଟକବାସୀଙ୍କ ଆଶୀର୍ବାଦ କାମନା କରିଥିଲେ ମୁଖ୍ୟମନ୍ତ୍ରୀ ।

ବୁଧବାର ଅପରାହ୍ନରେ କଟକ ସିଡିଏରେ ମୁଖ୍ୟମନ୍ତ୍ରୀ ପ୍ର·ର ଆରମ୍ଭ କରିଥିଲେ । ପରେ ରୋଡ଼୍ ଶୋ’ରେ ସେ ସତୀଚୌରା, ସେଲ୍ଟର ଓ କନିକା ଛକ ଦେଇ ଚଣ୍ଡି ମନ୍ଦିର ଛକରେ ପହଂଚିଥିଲେ । ସେଠାରେ କଟକଚଣ୍ଡିଙ୍କୁ ଦର୍ଶନ କରିବା ପରେ ବକ୍ସିବଜାର, ମଣିସାହୁ ଛକ, ରିଙ୍ଗ ରୋଡ଼୍, କଲେଜ ସ୍କୋୟାର, ମାଲଗୋଦାମ, ରାଣୀହାଟ, ବଜ୍ରକବାଟି ଓ ବାଦାମବାଡ଼ି ଦେଇ ଚୌଦ୍ୱାର-କଟକ ବିଧାୟକ ପ୍ରାର୍ଥୀ ସୌଭିକ ବିଶ୍ୱାଳଙ୍କ ନିର୍ବାଚନମଣ୍ଡଳୀରେ ପ୍ର·ର କରିଛନ୍ତି । ଏହା ପରେ ସେ କଟକ ସଦର ଅଂଚଳରେ ପ୍ର·ର କରି କନ୍ଦରପୁର ଯାଇଥିଲେ । ସେଠାରେ ପ୍ର·ର ସାରି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିଥିଲେ ।

error: Thank You Keep Visiting