୧୯ରେ ରାଜନାଥ ସିଂହ,୨୦ରେ ମୁଖତାର୍ ନକଭି,୨୩ରେ ପୁଣି ମୋଦୀଙ୍କ ଓଡ଼ିଶା ଗସ୍ତ
ଭୁବନେଶ୍ୱର: ଆସନ୍ତା ୨୩ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଓଡ଼ିଶା ଆସି ସେ କେନ୍ଦ୍ରାପଡ଼ା ଏବଂ ବାଲେଶ୍ୱରରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ। ଗୁରୁବାର ଦଳର ମୁଖପାତ୍ର ଗୋଲକ ମହାପାତ୍ର ଏହି ସୂଚନା ଦେଇଛନ୍ତି। ଏହା ସହିତ ଶୁକ୍ରବାର(୧୯ ଏପ୍ରିଲ) ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଓଡ଼ିଶା ଆସିବେ ବୋଲି ସୂଚନା ମିଳିଛି।

ରାଜନାଥ ସିଂହ ଓଡ଼ିଶା ଆସି ମୟୂରଭଞ୍ଜ, ନୟାଗଡ଼ ଓ କଟକ ସଦରରେ ଆୟୋଜିତ ହେବାକୁ ଥିବା ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଅପରପକ୍ଷରେ କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ମୁଖତାର୍ ଅବାସ୍ ନକଭି ଚଳିତ ମାସ ୨୦ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ବୋଲି ସୂଚନା ମିଳିଛି।