ବିଜେପି ସରକାର ହେଲେ ଢେଙ୍କାନାଳରେ ମେଡିକାଲ କଲେଜ ହେବ:ଧର୍ମେନ୍ଦ୍ର ପ୍ରଧାନ

Straight to the Point

ଢେଙ୍କାନାଳ/ପର୍ଜଙ୍ଗ/କାମାକ୍ଷାନଗର/ କଙ୍କଡାହାଡ/ଭୁବନେଶ୍ୱର: ଓଡିଶାରେ ବିଜେପି ସରକାର ହେଲେ ଢେଙ୍କାନାଳରେ ମେଡିକାଲ କଲେଜ ତିଆରି ହେବ ବୋଲି ଗୁରୁବାର ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର, ପର୍ଜଙ୍ଗ ଓ କଙ୍କଡାହାଡରେ ବିଜୟ ସଂକଳ୍ପ ସଭା ଓ ଶୋଭାଯାତ୍ରାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ୨୦୨୨ ସୁଦ୍ଧା ସମସ୍ତ ଗରିବଙ୍କୁ ସ୍ଥାୟୀ ପଟ୍ଟା ଓ ପକ୍କା ଘର ଦିଆଯିବ, ଯେଉଁ ଘରେ ପାନୀୟ ଜଳ, ଗ୍ୟାସ ସିଲିଣ୍ଡର, ବିଜୁଳି, ଶୌଚାଳୟର ସୁବିଧା ଉପଲବ୍ଧ ଥିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଜେପି ଦାୟିତ୍ୱକୁ ଆସିଲେ ଯୁକ୍ତ ଦୁଇ ମେଧାବୀ ଛାତ୍ରୀଙ୍କୁ ସ୍କୁଟି ଦିଆଯିବ, ଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ସେମାନଙ୍କୁ ୫୦ ହଜାର ଟଙ୍କା ଦିଆଯିବାର ବ୍ୟବସ୍ଥା କରାଯିବ, ଚାଷୀଙ୍କୁ ବିନା ସୁଧରେ ଋଣ ଦିଆଯିବ, ୧ ଲକ୍ଷ କୋଟି ଟଙ୍କାରେ ଜଳସେଚନର ବ୍ୟବସ୍ଥା କରାଯିବ, ଏସଏସଜି ମହିଳାଙ୍କ ଋଣ ଛାଡ ସହ ବିନା ସୁଧରେ ଋଣ ଦିଆଯିବ, ସବୁ ଜିଲ୍ଲାରେ ମେଡିକାଲ କଲେଜ ହେବ, ଓଡିଶାର ଗ୍ରାମୀଣ ବିକାଶ ପାଇଁ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବ । ବଜାରରେ ଚାଉଳର ମୂଲ୍ୟ ୩୨ ଟଙ୍କାରୁ ମୋଦି ଦିଲ୍ଲୀରୁ ୨୯ ଟଙ୍କା ଦେଉଛନ୍ତି । ନବୀନ ବାବୁ ୨ ଟଙ୍କା ଦେଉଥିବା ବେଳେ ହିତାଧିକାରୀମାନେ ୧ ଟଙ୍କା ଦେଉଛନ୍ତି । ମୋଦି ପଇସାରେ ଗରିବ ଲୋକଙ୍କୁ ଟଙ୍କିକିଆ ଚାଉଳ ଦେବା କଥା ନବୀନ ବାବୁ କହୁଛନ୍ତି । ନବୀନ ବାବୁ ପରଘର ତିଅଣରେ ଅତିଥି ସକ୍ରାର କରିବାରେ ଚାଲାକ । ବିଜେପି ସରକାର ହେଲେ ଓଡିଶାର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ମୋଟ ୧ ଟଙ୍କାରେ ୫ କେଜି ଚାଉଳ, ଅଧକେଜି ଲେଖାଁଏ ଡାଲି ଓ ଲୁଣ ଦିଆଯିବ ।
୧୯ ବର୍ଷ ସରକାରରେ ମୁଖ୍ୟମନ୍ତ୍ରୀ ଏ ଅଂଚଳରେ ଛୁଂଚି ତିଆରି କରିବାର କାରଖାନା ନିର୍ମାଣ ହୋଇପାରିନାହିଁ, ଯୁବକ ବାହାରକୁ ରୋଜଗାର କରିବାକୁ ଯାଉଛି, ମା ଭଉଣୀଙ୍କ ପାଇଁ ମୁନ୍ଦେ ଶୁଦ୍ଧ ପିଇବା ପାଣି ନାହିଁ, ରୋଜଗାର ନାହିଁ, ୨୪ ଘଂଟା ବିଜୁଳି ନାହିଁ, ଶିକ୍ଷକ ନାହାଁନ୍ତିି, ଡାକ୍ତର ନାହାଁନ୍ତି । ଏହି ସବୁ ସୁବିଧା ନକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଣି ପିଇ ପିଇ ନରେନ୍ଦ୍ର ମୋଦିଙ୍କୁ ଗାଳି କରୁଛନ୍ତି ଓ ନବୀନ ବାବୁ କହୁଛନ୍ତି ଗରିବଙ୍କ ପାଇଁ ମୋଦି କଣ କଲେ ବୋଲି ପ୍ରଶ୍ନ କରୁଛନ୍ତିା

error: Thank You Keep Visiting