୨୦୨୨ ସୁଦ୍ଧା ସମସ୍ତ ଗରିବଙ୍କୁ ସ୍ଥାୟୀ ପଟ୍ଟା ଓ ପକ୍କା ଘର ଦିଆଯିବ : ଶ୍ରୀ ପ୍ରଧାନ

Straight to the Point

ଭୁବନେଶ୍ୱର: ଶ୍ରୀ ପ୍ରଧାନ କହିଛନ୍ତି ଯେ କଂଗ୍ରେସ ଶାସନରେ ୨୦୦୯-୧୪ ମଧ୍ୟରେ ଇନ୍ଦିରା ଆବାସ ଯୋଜାନାରେ ୪ ଲକ୍ଷ ୯୦ ହଜାର ଘର ଓଡିଶା ପାଇଁ ଆସିଥିଲା । କିନ୍ତୁ ୨୦୧୪-୧୯ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୋଦି ୧୦ ଲକ୍ଷ ଘର ଓଡିଶାକୁ ଦେଇଛନ୍ତି । ଘର ପିଛା ଦେଢ ଲକ୍ଷ ଟଙ୍କା ମୋଦି ଦେଉଥିବା ବେଳେ କାମାକ୍ଷାନଗର ଓ ପର୍ଜଙ୍ଗରେ ଏଥିପାଇଁ ପିସି ନିଆଗଲା । ସେହିପରି ମୋଦି ଗରିବ ଘରେ ମା’ ଭଉଣୀଙ୍କ ଇଜ୍ଜତସ୍ୱରୂପ ଶୌଚାଳୟ ନିର୍ମାଣ ନିର୍ମାଣ ପାଇଁ ଟଙ୍କା ପଠାଇଲେ । ଏଥିରେ ମଧ୍ୟ ପିସି କାରବାର ହେଲା । ନବୀନ ବାବୁଙ୍କୁ ଦୁର୍ନୀତି ଛଡା ଆଉ କିଛି ଜଣାନାହିଁ । ତାଙ୍କ ଦିନକାଳ ଶେଷ ହୋଇ ଗଲାଣି ।
ସେହିପରି ମୋଦି ସୌଭାଗ୍ୟ ଯୋଜନାରେ ୨୪ ଲକ୍ଷ ଘରେ ବିଜୁଳି ପହଁଚାଇଥିବା ବେଳେ ୪୦ ଲକ୍ଷ ଘରକୁ ମାଗଣାରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗ୍ୟାସ ପହଁଚାଇଛନ୍ତି । ଏଥିରେ ମୋଦି ଓଡିଶା ବିରୋଧୀ ବୋଲି ନବୀନ ବାବୁ କହୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ମୋଦିଙ୍କ ଉପରେ ଇର୍ଷାନ୍ୱିତ ହୋଇ ନବୀନ ବାବୁ ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରୁନାହାନ୍ତି । ପ୍ରଧାନମନ୍ତ୍ରୀ କିଷାନ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀ ତାଲିକା ପଠାଇଲେ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଏହା ଗରିବ ସପକ୍ଷବାଦୀ ନୀତି କି? ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ସାଧାରଣ ଚାଷୀ ଟଙ୍କା ପାଉନାହାନ୍ତି । ୧୯ ବର୍ଷରେ କାଳିଆ ଟଙ୍କା ଦେଇନଥିବା ବେଳେ ନିର୍ବାଚନର ପରଦିନ ସବୁ ଚାଷୀଙ୍କୁ କାଳିଆ ଟଙ୍କା ଦିଆଯିବ ବୋଲି କହୁଛନ୍ତି । କୃଷକଙ୍କ ପ୍ରତି ମୁଖ୍ୟମନ୍ତ୍ରୀ କୃପଣ ଭାବ ଦେଖାଉଥିବା ବେଳେ ମୃତ ବୃନ୍ଦା ସାହୁ ଭଳି ଗରିବ ଚାଷୀଙ୍କ ଘରକୁ ଶୃଙ୍ଖାରୀବାକୁ ଯାଇଥିଲେ କି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।ବିଜେପି ସରକାର ଆସିବା ଡରରେ ମୁଖ୍ୟମନ୍ତ୍ରୀ ହିଂସାକୁ ଅବଲମ୍ବନ କରିଛନ୍ତି । ବିଜେପିର ଖୋର୍ଦ୍ଧା ଓ ସୋରଡାରେ ଦୁଇ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଛି । ଯଦି ମୁଖ୍ୟମନ୍ତ୍ରୀ କାମ କରିଛନ୍ତି ତା’ ହେଲେ ହିଂସାକୁ କାହିଁକି ଆପଣେଇଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।

error: Thank You Keep Visiting