ମହିଳାମାନେ ହେଉଛନ୍ତି ବିକାଶର ପ୍ରକୃତ ଡବଲ୍‌ ଇଞ୍ଜିନ୍ : ନବୀନ

Straight to the Point

ଭୁବନେଶ୍ବର : କୋଇଲା ରୟାଲିଟିରୁ କେନ୍ଦ୍ର ହଜାର ହଜାର କୋଟି ପାଉଛି । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପରେ ବିଜେପି ଭୟଭୀତ ହୋଇ ଇଭିଏମ୍ ଭାଙ୍ଗିବା ଆରମ୍ଭ କରିଛି ବୋଲି ତାଳଚେର ଘଣ୍ଟପଡ଼ା ନୋଡାଲ୍‌ ଉଚ୍ଚ ବିଦ୍ୟାଳୟ ସମ୍ମୁଖ ପଡ଼ିଆରେ ଆୟୋଜିତ ନିର୍ବାଚନ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଟାର୍ଗେଟ୍ କରି କହିଛନ୍ତି ।

ସମାବେଶରେ ଜନତାଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ସମାନ ଢଙ୍ଗରେ ଅଭିଭାଷଣ ଆରମ୍ଭ କରିଥିଲେ । ଏହା ସହ ସବୁଥର ଭଳି ଏଥର ମଧ୍ୟ କାଳିଆ ଯୋଜନା ବିଷୟରେ ବଖାଣି ଥିଲେ । କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି ।

ବିଜେଡି ସରକାର ଆସିବାର ପ୍ରଥମ ଦିନରେ କାଳିଆ ଯୋଜନାରେ ୧୦ ହଜର ଟଙ୍କା ସିଧାସଳଖ ଚାଷୀଙ୍କ ଖାତାକୁ ଯିବ । ହେଲେ କେନ୍ଦ୍ର ସରକାର କାଳିଆ ଯୋଜନା ବନ୍ଦ କରିବାକୁ ଷଡଯନ୍ତ୍ର କରୁଛନ୍ତି । କିନ୍ତୁ ମୁଁ ଥିବା ଯାଏଁ କାଳିଆ ଯୋଜନା ବନ୍ଦ ହେବନାହିଁ । ଏହା ସହ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ମହିଳାମାନେ ହେଉଛନ୍ତି ବିକାଶର ପ୍ରକୃତ ଡବଲ୍‌ ଇଞ୍ଜିନ୍ । କେନ୍ଦ୍ର ସରକାର ରାଜ୍ୟକୁ କୌଣସି ସହଯୋଗ କରୁନାହିଁ କିନ୍ତୁ ଭୋଟ୍‌ ମାଗିବାକୁ କେନ୍ଦ୍ରୀୟ ନେତାମାନେ ଓଡ଼ିଶା ଆସୁଛନ୍ତି ।

error: Thank You Keep Visiting