କଂଗ୍ରେସ ଓ ବିଜେଡି ଉଭୟ ମିଶି ରାଜ୍ୟରୁ ଲୁଟି ନେଲେ ୬୫ ହଜାର କୋଟି ଟଙ୍କାର ସମ୍ପତ୍ତି: ଧର୍ମେନ୍ଦ୍ର

Straight to the Point

କେନ୍ଦୁଝର ଜିଲ୍ଲା ତେଲକୋଇ ନିର୍ବାଚନ ମଣ୍ଡଳିରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଯେ, କେନ୍ଦୁଝର ଜିଲ୍ଲାର ଖଣି ଖାଦାନକୁ ପୂର୍ବରୁ ଦିଲ୍ଲୀର କଂଗ୍ରେସ ସରକାର ଓ ଓଡିଶାର ନିରଞ୍ଜନ ପଟ୍ଟନାକ ଓ ନବୀନ ପଟ୍ଟନାୟକ ସରକାର ମାଗଣାରେ ଶିଳ୍ପପତି ମାନଙ୍କୁ ଟେକି ଦେଉଥିଲେ । ଏହାର କଂଟ୍ରାକ୍ଟର ଦାୟିତ୍ୱରେ ପ୍ରଭାକରନ ଥିଲା । ଉଭୟ ସରକାର ମିଶି କେନ୍ଦୁଝରର ୬୫ ହଜାର କୋଟି ଟଙ୍କା ଚୋରୀ କରିଛନ୍ତି । ରାଜ୍ୟ ସରକାର ମଧ୍ୟ ଏକଥାକୁ କୋର୍ଟରେ ସ୍ୱାକାର କରିଥିବା ସେ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ, ନରେନ୍ଦ୍ର ମୋଦୀ ସରକାର ପ୍ରଥମେ ଆସିବା ପରେ ମୋଦି ଖଣିଖାଦାନଙ୍କୁ ନିଲାମୀ କରି ଭୁବନଶ୍ୱେରରେ ୭୦ ହଜାର ଟଙ୍କା ରଖିଲେ । ଏହାବ୍ୟତିତ କେନ୍ଦୁଝର ଜିଲ୍ଲା ଭଳି ଖଣିଖାଦାନ ଅଂଚଳର ବିକାଶ ପାଇଁ ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ) ଗଠନ କଲେ । କେନ୍ଦୁଝର ଜିଲ୍ଲା ପାଇଁ ଏହି ଫଣ୍ଡରେ ଅଢେଇ ହଜାର କୋଟି ଟଙ୍କା ଗଚ୍ଛିତ ହୋଇ ରହିଥିବା ସେ କହିଛନ୍ତି । କେନ୍ଦୁଝର ଜିଲ୍ଲାର ଚାବିକାଠି ଖଣି ମାଫିଆ ପ୍ରଭାକରନ ହାତରେ ଅଛି । ୧୯ ବର୍ଷ ଶାସନରେ ତେଲକୋଇ ଅଂଚଳରେ ଶୁଦ୍ଧ ପିଇବା ପାଣି ନାହିଁ, ଜଳ ସେଚନର ବ୍ୟବସ୍ଥା ନାହିଁ ,ଶିକ୍ଷକ ଓ ଡାକ୍ତର ନାହାନ୍ତି । ସେହିପରି ଓଡିଶା ଲୋକଙ୍କୁ ରୋଜଗାର ଦେବାର କ୍ଷମତା ରଖିଥିବା କେନ୍ଦୁଝରର ଯୁବକ ଦାଦନ ଖଟିବାକୁ ଯାଉଛି ବୋଲି ସେ କହିଛନ୍ତି । ଏହି ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ କରିନଥିବା ବେଳେ ନରେନ୍ଦ୍ର ମୋଦି ଓଡିଶା ପାଇଁ କଣ ଦେଲେ ବୋଲି ପ୍ରଶ୍ନ କରୁଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ଯେ, ବିଜେପି ସରକାର ହେଲେ ପ୍ରତ୍ୟେକ ଲୋକଙ୍କୁ ୨୦୨୨ ସୁଦ୍ଧା ସ୍ଥାୟୀ ପଟ୍ଟା ଓ ପକ୍କା ଘର ଦିଆଯିବ, ଯୁକ୍ତ ୨ ମେଧାବୀ ଛାତ୍ରୀଙ୍କୁ ସ୍କୁଟି ମିଳିବ, ଏସଏସଜି ମହିଳାଙ୍କ ଋଣ ଛାଡ ସହ ବିନା ସୁଧରେ ଋଣ ଦିଆଯିବ, ଚାଷୀମାନଙ୍କୁ ବିନା ସୁଧରେ ଋଣ ଦିଆଯିବ, ୧ ଲକ୍ଷ କୋଟି ଟଙ୍କା ବ୍ୟୟରେ ଆଗାମୀ ୫ ବର୍ଷ ପାଇଁ ଜଳସେଚନର ବ୍ୟବସ୍ଥା କରାଯିବ, ରାଜ୍ୟର ସବୁ ଜିଲ୍ଲାରେ ମେଡିକାଲ ଓ ବିଇଡି କଲେଜ୍ ହେବ, ପ୍ରତି ପରିବାରର ଜଣଙ୍କୁ ରୋଜଗାର ଓ ସ୍ୱରୋଜଗାର ସହ ଯୋଡାଯିବ, ଅଙ୍ଗନବାଡି କର୍ମୀଙ୍କ ମାସିକ ଦରମା ୧୫ ହଜାର ଓ ଅଙ୍ଗନବାଡି ସହାୟିକାଙ୍କ ଦରମା ୯ ହଜାର ଟଙ୍କା କରାଯିବ, ଅସ୍ଥାୟୀ ଶିକ୍ଷକଙ୍କୁ ସ୍ଥାୟୀ କରାଯାଇ ସରକାରୀ ସୁବିଧାନୁଯାୟୀ ଦରମା ଦିଆଯିବ, ଆଗାମୀ ୨ ବର୍ଷ ମଧ୍ୟରେ ଖାଲିଥିବା ସବୁ ସରକାରୀ ପଦବୀକୁ ପୂରଣ କରାଯିବ, ସରକାର ଆସିବାର ତିନିମାସରେ ଚିଟଫଣ୍ଡ ଓ ଖଣି ମାଫିଆଙ୍କୁ ଜେଲ୍ ପଠାଯିବ । ତାଙ୍କ ସମ୍ପତି ଜବତ କରାଯାଇ ସରକାରୀ ସ୍କୁଲ ଓ ଡାକ୍ତରଖାନା ଖୋଲାଯିବ । ସେହିପରି ରାଜ୍ୟରେ ଆଇନଶୃ୍ଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ବେଳେ ମହିଳାମାନେ ଅସୁରକ୍ଷିତ ହୋଇପଡିଛନ୍ତି । ବିଜେପି କ୍ଷମତାକୁ ଆସିଲେ ୧୫ ବର୍ଷର ଝିଅ ମାନଙ୍କ ଉପରେ ଅତ୍ୟାଚାର କରୁଥିବା ଅତ୍ୟାଚାରୀକୁ ଫାଶୀଦଣ୍ଡ ଦିଆଯିବ ବୋଲି ସେ କହିଛନ୍ତି ।

error: Thank You Keep Visiting