୮ଦିନ ହେଲା ଗୋକୁଳପୁର ଗ୍ରାମର ରବିନ୍ଦ୍ର ନାଥ ଜେନା ନିଖୋଜ

Straight to the Point

ଜଗତସିଂହପୁର: ଘୁନାଥପୁର ଥାନା ଅନ୍ତର୍ଗତ ତାରପୁର ଗ୍ରା.ପ.ର ଗୋକୁଳପୁର ଗ୍ରାମର ରବିନ୍ଦ୍ର ନାଥ ଜେନା , ବୟସ ୭୦ , ଗତ ୧୪ତାରିଖ ଦିନ ପ୍ରତ୍ୟୁଷରୁ କେଉଁ ଆଡେ ଚାଲି ଯାଇଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ , ରବିନ୍ଦ୍ର ନାଥ ଜେନା ଗତ ୧୪ତାରିଖ ଦିନ ଯିବା ପରଠାରୁ ଘରର ପରିବାର ଲୋକେ ବନ୍ଧୁବାନ୍ଧବ , ସାହି ପଡିଶା , ବିଭିନ୍ନ ମନ୍ଦିର ସ୍ଥାନ ମାନଙ୍କରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ସନ୍ଧାନ ପାଇପାରିନାହାଁନ୍ତି । ତାଙ୍କର ସନ୍ଧାନ ନପାଇବାରୁ ରବିନ୍ଦ୍ର ନାଥ ଜେନାଙ୍କ ପୁତୁରା ରାକେଶ କୁମାର ଜେନା ରଘୁନାଥପୁର ଥାନାରେ ଅଭିଯୋଗ କରିଛନ୍ତି । ରବିନ୍ଦ୍ର ନାଥ ଜେନା ଗଲାବେଳେ ଏକ ନୀଳରଙ୍ଗର ଲୁଙ୍ଗି ଏବଂ ଧଳା ରଙ୍ଗର ସାର୍ଟ ପିନ୍ଧି ଥିଲେ । ତାଙ୍କର ଉଚ୍ଚତା ୫ଫୁଟ ୫ଇଂଚ ମଧ୍ୟମ ରଙ୍ଗର । କୌଣସି ବ୍ୟକ୍ତି ଶ୍ରୀ ଜେନାଙ୍କ ସନ୍ଧାନ ପାଆନ୍ତି ନିକଟସ୍ଥ ଥାନା ନହେଲେ ମୋବାଇଲ ନଂ – ୮୩୨୮୮୪୩୮୧୫ ରେ ଯୋଗାଯୋଗ କରିବାପାଇଁ ଘର ପରିବାର ଲୋକଙ୍କ ଅନୁରୋଧ କରିଛନ୍ତି ।

error: Thank You Keep Visiting