ରାଜ୍ୟରେ ଦିନ ୧ଟା ସୁଦ୍ଧା ୩୪% ଭୋଟ୍ ଗ୍ରହଣ

Straight to the Point

ଭୁବନେଶ୍ୱର : ରାଜ୍ୟରେ ତୃତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଥିବା ବେଳେ ମଙ୍ଗଳବାର ଦିନ ୧ଟା ସୁଦ୍ଧା ୩୪ % ଭୋଟ୍ ଗ୍ରହଣ ହୋଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି । ଦିନ ୧ଟା ସୁଦ୍ଧା ପୁରୀରେ ୩୦ % ମତଦାନ ହୋଇଛି । ସେହିପରି ଅନୁଗୁଳରେ ୩୫ %, ପାଲଲହଡାରେ ୪୨ %, ତାଲଚେରରେ ୩୨ %, ଛେଣ୍ଡିପଦାରେ ୩୬ % ଏବଂ ଆଠମଲ୍ଲିକରେ ୨୮ % ମତଦାନ ହୋଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ସକାଳ ୯ଟା ସୁଦ୍ଧା ରାଜ୍ୟରେ ୬% ମତଦାନ ହୋଇଥିବା ବେଳେ ଦିନ ୧୧ଟା ସୁଦ୍ଧା ୧୮ % ଭୋଟ୍ ଗ୍ରହଣ ହୋଇଥିଲା। ସକାଳ ୬ଟା ସୁଦ୍ଧା ଅନୁଗୁଳରେ ୧୦ % , ଛେଣ୍ଡିପଦାରେ ୧୦% , ତାଳଚେରରେ ୧୧% , ଆଠମଲ୍ଲିକରେ ୧୩ % ଓ ପଲଲହଡରେ ୫ % ଭୋଟ ଗ୍ରହଣ ହୋଇଥିଲା ।

error: Thank You Keep Visiting