ଓଡିଶା ଆସି କୁମ୍ଭୀର କାନ୍ଦଣା କାନ୍ଦୁଛି କେନ୍ଦ୍ର : ନବୀନ

Straight to the Point

ଭଦ୍ରକ : ରାଜ୍ୟରେ ତୃତୀୟ ପ୍ରର୍ଯ୍ୟାୟ ନିର୍ବାଚନ ଜାରି ରହିଥିବା ବେଳେ ଚତୁଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାରକୁ ଜୋରଦାର କରିଛନ୍ତି । ମଙ୍ଗଳବାର ଭଦ୍ରକର ବାସୁଦେବପୁର ଠାରେ ଆୟୋଜିତ ନିର୍ବାଚନ ପ୍ରଚାର ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କେନ୍ଦ୍ରକୁ ଟାର୍ଗେଟ କରି ବର୍ଷିଛନ୍ତି । ଫାଇଲିନ୍‌, ତିତିଲି, ହୁଡୁହୁଡ୍‌ ଆଦି ବାତ୍ୟା ଏବଂ ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ କେନ୍ଦ୍ରୀୟ ନେତାମାନଙ୍କର ଦେଖା ନ ଥିଲା। କିନ୍ତୁ ଏବେ ଭୋଟ୍ ପାଇଁ ଓଡିଶା ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଜୟ ଜଗନ୍ନାଥ ଏବଂ ଆପଣମାନେ ଖୁସୀ ତ ବୋଲି ପଚାରି ମୁଖ୍ୟମନ୍ତ୍ରୀ ନିଜର ବକ୍ତବ୍ୟ ଆରମ୍ଭ କରି କହିଥିଲେ, କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । ଏହାକୁ ବନ୍ଦ କରିବାକୁ କେନ୍ଦ୍ର ଚକ୍ରାନ୍ତ କରୁଛି । ମୁଁ ଥିବା ଯାଏଁ କେହି କାଳିଆ ଯୋଜନାକୁ ବନ୍ଦ କରିପାରିବେ ନାହିଁ।

error: Thank You Keep Visiting