ଆସନ୍ତା ୨୫ରେ ଓଡିଶାର ୯ ବୁଥ୍ ପାଇଁ ସାନି ମତଦାନ

Straight to the Point

ଭୁବନେଶ୍ୱର: ଗତ ୨ ଟି ପର୍ଯ୍ୟାୟରେ ବିଭିନ୍ନ କାରଣରୁ ବିଭ୍ରାଟ ଦେଖାଦେଇଥିବା ୯ଟି ବୁଥ୍ ରେ ଆସନ୍ତା ୨୫ ତାରିଖରେ ସାନି ମତଦାନ ହେବ । ସୁନ୍ଦରଗଡ଼ର ୨, କନ୍ଧମାଳର ୨, ବରଗଡ଼ର ୪ ଏବଂ ଆସିକାର ଗୋଟିଏ ବୁଥ୍ ରେ ବିଭିନ୍ନ କାରଣରୁ ମତଦାନ ବନ୍ଦ ରହିଥିଲା । ସାନି ମତଦାନ ହେବାକୁ ଥିବା ବୁଥ୍ ଗୁଡିକ ହେଲା- ବଣାଇ ବିଧାନସଭା ୧୨୯ ନଂ ଉପରପଡ଼ା କେନ୍ଦ୍ରିକେଲା ବୁଥ୍, ସୁନ୍ଦରଗଡ଼ ବିଧାନସଭା ୨୧୩ ନଂ ରଙ୍ଗଢିପା ବୁଥ୍, ଦଶପଲ୍ଲା ୨୧୦ ବାହାଡଝୋଲା, ୨୨୨ ବେତନଟୀ ବୁଥ୍, ଅତାବିରା ୨୩୫ ନଂ ଅରେଇଗୁଡ଼ି ବୁଥ୍ , ବରଗଡ଼ ୬୮ ନଂ ଶକ୍ତିନଗର ବୁଥ୍, ପଦମପୁର ୧୬ନଂ ଡାଭା, ବ୍ରଜରାଜନଗର ୨୫୪ ନଂ ·ରମାଳ ବୁଥ୍ ଓ ସୋରଡ଼ା ବିଧାନସଭା ୧୮୨ ନଂ ବୁଥ୍ ରେ ଆସନ୍ତା ୨୫ ତାରିଖରେ ସାନି ମତଦାନ ହେବ ।

error: Thank You Keep Visiting