ହତାଶ ନେତା ଓ କର୍ମୀଙ୍କୁ ଉତ୍ସାହିତ କରୁଛନ୍ତି ମୋଦି:ବିଜେଡି

Straight to the Point

ଭୁବନେଶ୍ୱର: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ତାଙ୍କ ଦଳର ହୀନସ୍ତାଭାବକୁ ପଦାରେ ପକାଇଛି । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଓଡ଼ିଶାରେ ବିଜେପିର ଶୋଚନୀୟ ପରାଜୟର ଆଭାସ ପ୍ରଧାନମନ୍ତ୍ରୀ ମୋଦି ପାଇସାରିଛନ୍ତି । ତୃତୀୟ ପର୍ଯ୍ୟାୟରେ ବିଜେଡ଼ିକୁ ବୃହତ ସଫଳତା ମିଳୁଥିବା ଜାଣିବା ପରେ ହତାଶ ଏବଂ ମାନସିକ ଦୁଶ୍ଚିନ୍ତାରେ ଜର୍ଜରିତ ତାଙ୍କ ଦଳର ନେତା ଏବଂ କ୍ୟାଡର୍ ମାନଙ୍କ ମନରେ ଆତ୍ମବିଶ୍ୱାସ ବଢ଼ାଇ ଉତ୍ସାହିତ କରିବାକୁ ମୋଦି ଚାହିଁଛନ୍ତି ବୋଲି ଦଳର ମୁଖପାତ୍ର ଡ. ସସି୍ମତ୍ ପାତ୍ର, ଲେଲିନ୍ ମହାନ୍ତି ଏବଂ ଶ୍ରୀମତୀ ସୁଲତା ଦେଓ କହିଛନ୍ତି ।
ସେମାନେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଭୁଲିଯିବା ଉଚିତ୍ ନୁହେଁ କି ବିଜେପିର ଡବଲ ଇଞ୍ଜିନ୍ ଏବେ ସବୁଆଡେ ଫେଲ୍ ମାରିଛି । ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ପଞ୍ଜାବ ଏହି ଡିରେଲଡ୍ ଡବଲ ଇଞ୍ଜିନ୍ର ଜ୍ୱଳନ୍ତ ଉଦାହରଣ । ତାଙ୍କ ନିଜ ରାଜ୍ୟ ଗୁଜୁରାଟରେ ମଧ୍ୟ ଲୋକମାନେ ବିଜେପି ଉପରେ ଖୁସି ନାହାନ୍ତି । ଗତ ୫ ବର୍ଷରେ ବିଜେପି ଲୋକଙ୍କ ବିଶ୍ୱାସ ହରାଇଥିବାରୁ ତମାମ ଦେଶରେ ଏବେ ଦଳର ପରାଜୟ ଆସିଛି । ଓଡ଼ିଶାରେ ପରାଜୟର ଭୟ ପାଇସାରିଥିବା ମୋଦି ଦଳର ହତାଶ ନେତା ଓ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ କେବଳ ଏଠାକୁ ଆସୁଛନ୍ତି । ଏଥର ବିଜେପିର ଅବସ୍ଥା ଆହୁରି ଶୋଚନୀୟ ହେବ ଏବଂ ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ଯାଉଛନ୍ତି ବୋଲି ଡ. ପାତ୍ର କହିଛନ୍ତି ।

error: Thank You Keep Visiting