ଲିଡର୍ ହୋଇ ବିକାଶ ପାଇଁ ଭୋଟ ଦିଅନ୍ତୁ:ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର: ପ୍ରଜାତନ୍ତ୍ରରେ ଭୋଟ ଏକ ଅମୂଲ୍ୟ ସମ୍ପଦ । ଏକ ଦୃଢ, ନିର୍ଣ୍ଣାୟକ ଓ କାମ କରିବାର ସରକାର ବନେଇବାର ମାଧ୍ୟମ ହେଲା ଜନତାଙ୍କର ଗୋଟିଏ ଭୋଟ । ତେଣୁ ଭୋଟ ଦିଅନ୍ତୁ, ଲିଡର୍ ହୋଇ ଭୋଟ ଦିଅନ୍ତୁ ଏବଂ ବିକାଶ ପାଇଁ ଭୋଟ ଦିଅନ୍ତୁ ବୋଲି ମଙ୍ଗଳବାର ତୃତୀୟ ପର୍ୟ୍ୟାୟ ନିର୍ବାଚନ ପରିପ୍ରେକ୍ଷୀରେ ଅନୁଷ୍ଠିତ ଓଡିଶାର ୬ଟି ଲୋକସଭା ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭାର ଜନତାଙ୍କୁ ଭୋଟ ଦେବାକୁ ଅନୁରୋଧ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ନିଜର ଅଧିକାର ପାଇଁ ଓଡିଶା ମାଟିରେ ପାଇକ ବିଦ୍ରୋହ ହୋଇଥିଲା, ବକ୍ସି ଜଗବନ୍ଧୁ ଏଥିପାଇଁ ଲଢେଇ କରିଥିଲେ, ପଣ୍ଡିତ ଗୋପବନ୍ଧୁ ଦାଶ ଓଡିଶାର ସ୍ୱାଧୀନତା ସଂଗ୍ରାମର ବାର୍ତାକୁ ପହଁଚାଇଥିଲେ, ଏହି ଅଧିକାର ପାଇବା ପାଇଁ ବାଜି ରାଉତ ବଳିଦାନ ଦେଇଥିଲା । ତେଣୁ ପ୍ରଜାତନ୍ତ୍ରରେ ଏହି ଅପୂର୍ବ ସୁଯୋଗକୁ ହାତଛଡା ନକରି ଶୀଘ୍ର ଆସି ଭୋଟ ଅଧିକାରକୁ ସାବ୍ୟସ୍ତ କରିବାକୁ ବୋଲି ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।
ଗୋଟିଏ ପଟେ କିଏ ବିକାଶ କରେଇପାରିବ, କିଏ ଲିଡରର ବ୍ୟବସ୍ଥା କରିପାରିବ ଏବଂ ଆଉ ଗୋଟିଏ ପଟେ ଲମ୍ବା ସମୟର ଅବ୍ୟବସ୍ଥା, ଅନ୍ୟାୟ, ଭ୍ରଷ୍ଟାଚାର, କୁଶାସନ ଏବଂ ଡର ଭୟ ଏସବୁ ଗୁଡିକୁ ତୁଳନା କରି ଜନତାମାନେ ନିର୍ଣ୍ଣାୟକ ଭୋଟ ଦେବେ । ନରେନ୍ଦ୍ର ମୋଦିଙ୍କୁ ଓଡିଶାର ଜନସାଧାରଣମାନେ ଆଶୀର୍ବାଦ କରିବେ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତିା