ବିକାଶ ବିରୋଧୀ, କିଶାନ ବିରୋଧୀ ସରକାରକୁ ବଦଳାଇବାକୁ ହେବ:ମୋଦି

An Independent Media

କେନ୍ଦ୍ରାପଡା: କେନ୍ଦ୍ରାପଡାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜୟ ସଂକଳ୍ପ ସମାବେଶ ଏବଂ ନିର୍ବାଚନୀ ସଭା ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଓଡିଶାରେ ବିକାଶ ବିରୋଧୀ ଏବଂ କିଶାନ ବିରୋଧି ସରକାରଙ୍କୁ ବଦଳାଇବାକୁ ଆହ୍ୱାନ ଦେଇଥିଲେ । କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରୁଆ ହାଟ ପଡିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଦୁର୍ଯ୍ୟୋଧନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଉପସ୍ଥିତ ଜନସାଧାରଣଙ୍କୁ ଆହ୍ୱାନ ଦେଇ କହିଥିଲେ ଉଭୟ ବିଜେଡି ଓ କଂଗ୍ରେସ ଓଡିଶାକୁ ଦୀର୍ଘ ଦିନ ଧରି ଶାସନ କରି ବହୁ ପଛକୁ ନେଇଯାଇଛନ୍ତି । ଦୀର୍ଘ ୧୯ ବର୍ଷ ହେଲା ଓଡିଶାରେ ବିଜେଡି ସରକାର ଚାଲୁଅଛି । ଲୋକେ ଚାହିଁଲେ ଓଡିଶାର ବିକାଶ ହୋଇ ପାରିବ । କଂଗ୍ରେସ କେବଳ ଗରିବ ହଟାଓ ନାରା ଦେଇ ଦେଶକୁ ଲୁଣ୍ଠନ କରିଥିବା ବେଳେ ବିଜେଡି ଏଠାରେ କେନ୍ଦ୍ରର ଦ୍ୱାହି ଦେଇ ବିକାଶ ବଦଳରେ ବିନାଶ କରି ଚାଲିଛି ।

କେନ୍ଦ୍ର ଭଳି ଓଡିଶାରେ ଏକ ମଜଭୁତ ସରକାର ଦରକାର । ଯାହା ବିଜେପି ହିଁ ଦେଇ ପାରିବ ଦେଶର ସୁରକ୍ଷା ଓ ଅନ୍ୟାନ୍ୟ ସମସ୍ୟା ଦେଶ ପାଇଁ ଆହ୍ୱାନ ସୃଷ୍ଟି କରୁଥିବା ବେଳେ ଏକ ଦୃଢ ସରକାର ହିଁ ଏହାର ମୁକାବିଲ ।କରି ପାରିବ । କେନ୍ଦ୍ରାପଡା ଜିଲ୍ଲାର ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କୁ ଜିତାଇବା ସହିତ ଲୋକ ସଭା ପ୍ରାର୍ଥୀ ହୋଇଥିବା ବୈଜୟନ୍ତ ପଣ୍ଡାଙ୍କୁ ବିପୁଳ ଭୋଟ ଦେଇ ବିଜୟୀ କରିବା ସହିତ ଡବଲ ଇଂଜିନ ସରକାର ଆବଶ୍ୟକ ବୋଲି ମୋଦିଜୀ ଆହ୍ୱାନ ଦେଇଥିଲେ । କେନ୍ଦ୍ରାପଡା ଜିଲ୍ଲାରେ ·ଷୀଭାଇ ମାନଙ୍କ ପାଇଁ ଏକ ଶୀତଳ ଭଣ୍ଡାର ନଥିବାରୁ ·ଷୀ ଭାଇ ମାନେ ଉତ୍ପାଦନ କରୁଥିବା ଖାଦ୍ୟ ଶସ୍ୟକୁ ସାଇତି ରଖିବାରେ ବିଫଳ ହୋଇଛନ୍ତି । ବିଜୁଳି, ପାଣି, ରାସ୍ତାଘାଟରେ ବିକାଶ ହୋଇନାହିଁ । ଧାମରା ଠାରୁ ପାରାଦ୍ୱିପକୁ ଜୋଡିବା ପାଇଁ ଉପକୂଳ ରାଜପଥର ପରିକଳ୍ପନା କେନ୍ଦ୍ର ସରକାର ହାତକୁ ନେଇଛନ୍ତି । ସେଥିପାଇଁ କୋଷ୍ଟାଲ ଇକୋନୋମିକାଲ ଡେଭପମେଣ୍ଟ ପରି ଏକ ସଂସ୍ଥା ତିଆରି କରାଯାଇଛି ।

ମାଛ ଧରାଳିଙ୍କୁ ପ୍ରୋତ୍ସାହନ ନିମନ୍ତେ ଏବଂ କୃଷକଙ୍କୁ କିଶାନ କ୍ରେଡିଟ କାର୍ଡ ଯୋଗାଇ ଦିଆଯିବା ସହିତ ଆୟୁଷ୍ମାନ ଭାରତ ଯୋଜନା, ଉଜ୍ଜାଲା ଯୋଜନା, ସାଗରମାଳା ଯୋଜନା, ସ୍ୱଚ୍ଛ ଭାରତ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଦି କେନ୍ଦ୍ର ସରକାର ଦ୍ୱାରା ଆରମ୍ଭ କରାଯାଇ ଘରେ ଘରେ ପାଇଖାନା ଓ ବିଦ୍ୟୁତ ଯୋଗାଣ କରାଇ ଦିଆଯାଇଛି । ୨୦୨୨ ମସିହା ସୁଦ୍ଧା ସମସ୍ତ ଗରିବଙ୍କୁ ପକ୍କା ଘର ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଥିବା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରକାଶ କରିଥିଲେ । କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରୁଆ ହାଟ ପଡିଆରେ ଅନୁଷ୍ଠିତ ବିଜେପିର ସଂକଳ୍ପ ସମାବେଶରେ ବିଜେପିର ବରିଷ୍ଠ ନେତା ଡା. ଦାମୋଦର ରାଉତ ଯୋଗ ଦେଇ ରାଜ୍ୟର ଭ୍ରଷ୍ଟାଚାର ଓ ଦୁର୍ନ୍ନିତି ଗ୍ରସ୍ତ ସରକାରଙ୍କୁ ତୁରନ୍ତ ବଦଳାଇବା ଦରକାର ବୋଲି ଜନସାଧାରନଙ୍କୁ ସମ୍ବୋଦଧିତ କରିଥିଲେ ।

ଏ ସରକାର ବହୁ ଦୁର୍ନିତିରେ ଲିପ୍ତ ରହିବା ସହିତ ପିପିଲି ଗଣ ବଳାକ୍ରାର, କୁନ୍ଦୁଲି ଦୁଷ୍କର୍ମ, ଇତିଶ୍ରୀ ହତ୍ୟା, ରାଜକନିକାର ୫ ବର୍ଷର ନାବାଳିକା ଶିଶୁ କନ୍ୟା ଦୁଷ୍କର୍ମ ଭଳି ଜଘନ୍ୟ କାଣ୍ଡରେ ସଂପୃକ୍ତ ଥିବା ସହିତ କୋଟି କୋଟି ଟଙ୍କାର ଚାରା ଘୋଟାଲାରେ ସଂପୃକ୍ତ ଥାଇ ଲୋକମାନଙ୍କୁ ସ୍ୱଚ୍ଛ ଶାସନ କଥା କହି ରାଜ୍ୟକୁ ଲୁଟୁଥିବା ତଥା ଓଡିଆ କହି ପାରୁନଥିବା କି ଓଡିଆ ବୁଝି ପାରୁନଥିବା ନବୀନ ପଟ୍ଟନାୟକଙ୍କୁ ଗାଦିରୁ ହଟାଇବାକୁ ଏକ ସ୍ୱଚ୍ଛ ସରକାର ଗଠନ କରିବାକୁ ସେ ଆହ୍ୱାନ ଦେଇଥିଲେ । ଏହି ସଂକଳ୍ପ ସମାବେଶରେ କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ସହିତ ରାଜ୍ୟ ପ୍ରଭାରୀ ଅରୁଣ କୁମାର ସିଂ, କନକବର୍ଦ୍ଧନ ସିଂଦେଓ, ବରିଷ୍ଠ ବିଜେପି ନେତା ଡା. ଦାମୋଦର ରାଉତ, ରାଜ୍ୟ ସଂପାଦକ ଭୃଗୁ ବକ୍ସିପାତ୍ର, ସମୀର ମହାନ୍ତି, ବିଜୟ ମହାପାତ୍ର, ଅଲେଖ କୁମାର ଜେନା, ଦୋଳଗୋବିନ୍ଦ ନାୟକ, ବିଜୟ ପ୍ରଧାନ, ସୁନାକର ବେହେରା, ପ୍ରକାଶ ବେହେରା, ଶାରଦା ପ୍ରଧାନ, ଭୁବନମୋହନ ଜେନା ପ୍ରମୁଖ ଉଦବୋଧନ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ବିଷ୍ମୁ ଦାସ,ମମତାମୟି ସାମଲ,ବ୍ରଜସୁନ୍ଦର ଭୂୟାଁ ପ୍ରମୁଖ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ଏକ ଲକ୍ଷରୁ ଉଦ୍ଧର୍୍ ଲୋକ ଉପସ୍ଥିତ ଥିଲେ ।

error: Thank You Keep Visiting