ଭାଜପାର ହେଭିୱେଟ ପ୍ରଚାରରେ ସାମିଲ ହେଲେ ନିତୀନ ଗଡକରୀ

Straight to the Point

ବାସୁଦେବପୁର ଓ ବନ୍ତ ସଭାରେ ନବୀନ ସରକାର ଉପରେ ବର୍ଷିଲେ

ଭଦ୍ରକ: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରମୁଖ ତିନିଗୋଟି ରାଜନୈତିକ ଦଳର ରଣହୁଙ୍କାରରେ ଫାଟି ପଡୁଛି ଗାଁ ଠାରୁ ସହର । କିଏ କେତେ ଜନସମର୍ଥନ ହାତେଇବାରେ ସମର୍ଥ ରହିବ ସେନେଇ ଜୋରଦାର ଗୋଟିଚାଳନା ଚାଲିଥିବା ବେଳେ ମୁଣ୍ଡଫଟା ଖରାରେ କର୍ମୀ ଓ ସମର୍ଥକମାନଙ୍କୁ ନେଇ ରାଜନୈତିକ ସଭାର ମଜା ସ୍ୱତନ୍ତ୍ର ନିଆରା । ଆଜି ଭଦ୍ରକ ଜିଲ୍ଲା ଗସ୍ଥରେ କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀ ଯୋଗଦେଇ ଭାଜପାର ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଓ ବାସୁଦେବପୁର ବିଧାନସଭା କ୍ଷେତ୍ରର ଦଳୀୟ ପ୍ରାର୍ଥୀ ମାଧବାନନ୍ଦ ମଲ୍ଲିକଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ।

ଏହି ଅବସରରେ ବାରାପୁର ପଡିଆ ଠାରେ ନିର୍ମଳ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଓଡିଶା ପ୍ରଭାରୀ ଅରୁଣ ସିଂ ଯୋଗଦେଇ ଡବଲ ଇଞ୍ଜିନ ମେଟ୍ରୋ ଟ୍ରେନ ଠାରୁ ତିବ୍ର ଗତିରେ ଓଡିଶା ଆଗକୁ ବଢିପାରିବ , ନବୀନ ଯା ରହି ହୈ÷ ଭାଜପା ଆରହି ହୈ ବୋଲି ମତପୋଷଣ କରିଥିଲା ପଡୋଶୀ ପାକିସ୍ଥାନ ଯାହାକୁ ହାତଯୋଡିବ ସେମିତି ସରକାର ଦରକାର ନା ଯିଏ ପାକିସ୍ଥାନକୁ ହାତଯୋଡି ରହିବ ସେମିତି ସରକାର ଦରକାର ବୋଲି ପ୍ରଶ୍ନ କରିବା ସହିତ ଓଡିଶାରେ ଭ୍ରଷ୍ଟାଚାର ସରକାରର ଅନ୍ତିମ ଯାତ୍ରା ବୋଲି ଶ୍ରୀ ଗଡକରୀ ମତପୋଷଣ କରିଥିଲେ ।

ଏହି ଅବସରରେ ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀ , ବାସୁଦେବପୁର ବିଧାନସଭା ପ୍ରାର୍ଥୀ ମାଧବାନନ୍ଦ ମଲ୍ଲିକ, ପୁର୍ବତନ ବିଧାୟକ ମଧୁସୁଦନ ପାଣିଗ୍ରାହୀ, ଜିଲ୍ଲା ଉପସଭାପତି ଅଶୋକ ସାହୁ ,ଅମ୍ବିକା ଦାସ,ମହେଶ୍ୱର ଧଳ, ମନସ୍ମିତା ଖୁଂଟିଆ, ସୁମିତ୍ରା ପାଣି, ଧିରେନ୍ଦ୍ର ମହାନ୍ତି, କୈଳାସଚନ୍ଦ୍ର ପଣ୍ଡା, ପ୍ରଫୁଲ୍ଲ ମହାପାତ୍ରପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତପୋଷଣ କରିଥିଲେ । ସେହିଭଳି ବନ୍ତର ହାଟପଡିଆ ଠାରେ ପ୍ରାୟ ଦିନ ୩ଟାରେ ସେ ପହଞ୍ôଚବା ପରେ ସେଠାରେ ଜିଲା ବିଜେପି ସଭାପତି ବଦ୍ରୀ ନାରାୟଣ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶ୍ରୀ ଗଡକରୀ ଯୋଗଦେଇ ନବୀନ ସରକାରଙ୍କ ଦୁର୍ନୀତିକୁ ମୁଖ୍ୟ ପ୍ରସଙ୍ଗ କରି ଏଭଳି ନିକମା ସରକାର କେନ୍ଦ୍ର ସରକାରଙ୍କ ଯୋଜନାକୁ କିଭଳି ନିଜର ଦର୍ଶାଇ ଲୋକଙ୍କୁ ଭୁଆଁ ବୁଲାଉଛି, ତାହା ନିଜ ବକ୍ତବ୍ୟରେ କହିଥିଲେ ।

ଏହି ସରକାର ଚାଷୀଙ୍କ ସ୍ୱାର୍ଥ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବାବେଳେ ବାସ୍ତବରେ ଚାଷୀ କିଭଳି ନିଜର ଉପାର୍ଜିତ ଦ୍ରବ୍ୟ ଉଚିତ୍ ମୂଲ୍ୟରେ ବିକ୍ରି କରିନପାରି, ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି, ତାହା କହିବା ସହ ମୋଦି ସରକାର ଆସିଲେ ପ୍ରତ୍ୟେକ ଚାଷୀଙ୍କୁ ସୁଧମୁକ୍ତ ରୁଣ ସହ ଚାଷକ୍ଷେତ୍ରକୁ ଜଳସେଚନର ବ୍ୟବସ୍ଥା କରାଯିବାର ପ୍ରତିଶ୍ରୁତି ଦେଇଥିଲେ । ଏଥିସହ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ତାଙ୍କ ସରକାର ଆସିଲେ ଋଣ ଛାଡ କରିବେ ବୋଲି କହିଥିଲେ । ଏବଂ ଆଗାମୀ ଦିନରେ ଭଦ୍ରକ ଜିଲାରେ ଏକ ସ୍ଥିର ଶାସନ ପ୍ରତିଷ୍ଠା ଦିଗରେ ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଏବଂ ଭଦ୍ରକ, ଧାମନଗର, ବାସୁଦେବପୁର, ଚାନ୍ଦବାଲି ଓ ଭଣ୍ଡାରିପୋଖରୀ ବିଧାନସଭାର ପ୍ରାର୍ଥୀ ଡାକ୍ତର ପ୍ରଦୀପ ନାକୟ, ବିଷ୍ଣୁ ସେଠୀ, ମାଧବାନନ୍ଦ ମଲ୍ଲିକ, ମନମୋହନ ସାମଲ ଓ ବ୍ରଦୀ ନାରାୟଣ ଧଳଙ୍କୁ ଜୟଯୁକ୍ତ କରିବାକୁ ଆହ୍ୱାନ ଦେଇଥିଲେ ।

ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ, ପୂର୍ବତନ ମନ୍ତ୍ରୀ ତଥା ସାଂସଦ ଅର୍ଜୁନ ଚରଣ ସେଠୀ, ଭଦ୍ରକ ସାସଂଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ଭଣ୍ଡାରିପୋଖରୀ ପ୍ରାର୍ଥୀ ତଥା ଜିଲା ବିଜେପି ସଭାପତି ବଦ୍ରୀ ନାରାୟଣ ଧଳ, ଜିଲା ଆଇନ୍ଜୀବୀ ସେଲ୍ର ସଂଯୋଜକ ବନମାଳୀ ଜେନା, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଜେନା, ବନ୍ତ ବ୍ଲକ୍ ଚେୟାରମେନ୍ ଦେବେନ୍ଦ୍ର ଜେନା, ଜିଲା ମହିଳା ନେତ୍ରୀ ମନସ୍ମିତା ଖୁଣ୍ଟିଆ, ବନ୍ତ ମଣ୍ଡଳ ସଭାନେତ୍ରୀ ପଙ୍କଜିନୀ ଲେଙ୍କା, ଗୌରହରି ନନ୍ଦ, ଗୋପାଳକୃଷ୍ଣ ଦାସ, ଜିଲା କୋଷାଧ୍ୟକ୍ଷ ପ୍ରଦୀପ୍ତ କୁମାର ବିଶ୍ୱାଳ, ରାଜୀବ ଲୋଚନ ସାହୁ, ଯୁବମୋର୍ଚ୍ଚା ସଭାପତି ସୁରେଶ ସାମଲ, ଓଲିଉଡ୍ ଷ୍ଟାର ପିଙ୍କି ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ ।

error: Thank You Keep Visiting