ଚାନ୍ଦବାଲିରେ ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂଙ୍କ ନିର୍ବାଚନ ପ୍ରଚାର
ଆରଡ଼ି/ ଚାନ୍ଦବାଲି/(ଓଡ଼ିଶାଜର୍ଣ୍ଣାଲ) ଆସନ୍ତା ୨୯ ତାରିଖରେ ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂ ନିର୍ବାଚନ ପ୍ରଚାରରେ ଆସି ଚାନ୍ଦବାଲି ରେ ବିଜୟ ସଂକଳ୍ପ ସମାବେଶ ରେ ଯୋଗ ଦେଇଛନ୍ତି ।ଏହି ସମାବେଶରେ ଚାନ୍ଦବାଲି ବିଧାନସଭା କ୍ଷେତ୍ରରେ ବିଜେପିର ବିଧାୟକ ପ୍ରାଥୀ ମନମୋହନ ସାମଲ ଏବଂ ସାଂସଦ ପ୍ରାଥୀ ଅର୍ଜୁନ ଚରଣ ସେଠୀ ଏବଂ ଧାମନଗର ବିଧାୟକ ପ୍ରାଥୀ ବିଷ୍ଣୁଚରଣ ସେଠୀ ଓ ବିଜେପିର ଜିଲ୍ଲା ଓ ବ୍ଲକ ସ୍ତରରେ ବହୁ ନେତା ଯୋଗ ଦେଇଥିଲେ ।

ଏହି ସମାବେଶରେ ଭାରତର ୫୦ ବର୍ଷ ରେ ଯାହା ହେଇନଥିଲା ତାହା ୫ ବର୍ଷ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରି ଦେଖାଇଛନ୍ତି ।ତେଣୁ ପୁଣି ଥରେ ମୋଦି ପ୍ରଧାନମନ୍ତ୍ରୀ ହେବେ ବୋଲି ଅଭିଭାଷଣ ରଖିଥିଲେ।ଏଣୁ ଓଡ଼ିଶାର ବିକାଶ ଲକ୍ଷ ବିଜେପିର ବୋଲି ଶ୍ରୀ ସିଂ ପ୍ରକାଶ କରିଥିଲେ। ଏହି ସମାବେଶରେ ବିଜେପି ର ହଜାର ହଜାର କର୍ମୀ ଯୋଗ ଦେଇଥିଲେ।