ବିଜେପି ଦଳ ଦାମଙ୍କୁ ନେଇ ଯେଉଁ ସ୍ବପ୍ନ ଦେଖିଥିଲା ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ!

Straight to the Point

ପାରାଦୀପ: ଚଳିତ ନିର୍ବାଚନ ଅବ୍ୟବହିତ ପୂର୍ବରୁ ବିଭିନ୍ନ ଦଳର ବହୁ ଅସନ୍ତସ୍ବ ନେତାଙ୍କ ଦଳ ବଦଳ ନାଟକ ସାଧାରଣରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଥିଲା ା ସେହିପରି ବିଜେଡି ଦଳରୁ ବହିଷ୍କୃତ ହୋଇ ବିଜେପିରେ ସାମିଲ ହୋଇ ବାଲିକୁଦା-ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ହୋଇଥିବା ବହୁଚର୍ଚ୍ଚିତ ନେତା ଦାମୋଦର ରାଉତଙ୍କୁ ନେଇ ରାଜ୍ୟ ବିଜେପି ନେତୃତ୍ୱ ବହୁ ସ୍ବପ୍ନ ଦେଖିଥିଲେ ା ଏବଂ ଦାମବାବୁ ମଧ୍ୟ ସର୍ବସାଧାରଣରେ ଚଳିତ ନିର୍ବାଚନରେ ଜଗତ୍ସିଂହପୁର ଜିଲ୍ଲାରେ ଗୋଟିଏ ବି ବିଜେଡି ପ୍ରାର୍ଥୀଙ୍କୁ ଜିତାଇ ଦେବେ ନାହିଁ ବୋଲି ଘୋଷଣା ଓ ପ୍ରତିଜ୍ଞା କରିଥିଲେ ା ତେବେ ଏଥିରେ ଶଙ୍କାଗ୍ରସ୍ତ ହୋଇ ଦାମଙ୍କୁ ପ୍ରତିହତ ଓ ଜବତ୍ କରିବା ପାଇଁ ବିଜେଡି ଦଳ ଦାମଙ୍କ ପୁତ୍ର ସମ୍ବିତ ରାଉତରାୟଙ୍କୁ ପାରାଦ୍ୱୀପ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ କରିଥିଲା ା ଏବଂ ବିଜେଡିର ଏହି ଗୋଟି ଚାଳନା ଏବଂ ଦାମଙ୍କ ଯୋଜନା ପଣ୍ଡ ହେବାର ଦେଖିବାକୁ ମିଳୁଛି ା ଯଦିଓ ପାରାଦ୍ୱୀପର ଯୁବ ବିଜେପି ପ୍ରାର୍ଥୀ ସମ୍ପଦ ସ୍ବାଇଁ ଓ ବାଲିକୁଦା-ଏରସମାର ଅାଶାୟୀ ପ୍ରାର୍ଥୀ ରଘୁନନ୍ଦନ ଦାସଙ୍କ ଦୀର୍ଘ ଦିନର ବଳିଷ୍ଠ ସଂଗଠନ ନିର୍ବାଚନରେ ସେମାନଙ୍କର ସଫଳତାର ସମ୍ଭାବନା ସୃଷ୍ଟି କରିଥିଲା , କିନ୍ତୁ ଦାମଙ୍କ ଯୋଗଦାନ ପରେ ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ସେମାନଙ୍କର ବିଜୟକୁ ସୁନିଶ୍ଚିତ କରିଥିଲା ା ଏତଦ୍ବ୍ୟତିତ ଜଗତସିଂହପୁର ଜିଲ୍ଲାର ଅନ୍ୟାନ୍ୟ ନିର୍ବାଚନ ମଣ୍ଡଳୀରେ ଏହାର ସକରାମତ୍କ ପ୍ରଭାବ ପଡିବାର ସମ୍ଭାବନା ସୃଷ୍ଟି ହୋଇଥିଲା ା କିନ୍ତୁ ଦାମଙ୍କ ବାଲିକୁଦା-ଏରସମା ନର୍ବାଚନ ମଣ୍ଡଳୀରେ ପା୍ରର୍ଥୀ ହେବା , ରଘୁନନ୍ଦନ ଦଳ ଛାଡି ବିଜେଡିରେ ପ୍ରାର୍ଥୀ ହେବା , ପାରାଦ୍ୱୀପରେ ବିଜେପି ପ୍ରାର୍ଥୀ ସମ୍ପଦଙ୍କୁ ସମର୍ଥନ ନକରି ପୁତ୍ର ମୋହରେ ଭିତିରିଅା ତାଙ୍କ ପୁତ୍ର ବିଜେଡି ପା୍ରର୍ଥୀ ସମ୍ବିତଙ୍କ ସମର୍ଥନରେ ଗୋଟି ଚାଳନା କରିବା ବିଜେପି ଦଳରେ ବୁମେରାଂ ସଦୃଶ ହୋଇ ଦଳୀୟ ପା୍ରର୍ଥୀ ସମ୍ପଦଙ୍କ ସୁନିଶ୍ଚିତ ବିଜୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ା ସାଂପ୍ରତିକ ପରିସ୍ଥିତିରେ ବାଲିକୁଦା-ଏରସମାରେ ବିଜେପିର ସ୍ଥାନୀୟ ନେତୃତ୍ୱ ଓ କର୍ମୀ ଦାମଙ୍କୁ ସମର୍ଥନ ନକରି ଭିତିରିଅା ବିଜେଡି ପା୍ରର୍ଥୀ ରଘୁନନ୍ଦନଙ୍କୁ ସମର୍ଥନ କରୁଥିବାର ଶୁଣିବାକୁ ମିଳେ ା ଏବେ ସେଠାରେ ଦାମ ଏକୁଟିଅା ହୋଇପଡିଛନ୍ତି ା ସେହିପରି ତାଙ୍କ ପୁତ୍ର ପ୍ରତିଦ୍ୱନ୍ଦିତା କରୁଥିବା ପଡୋଶୀ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀରେ ଦାମଙ୍କ ଅନୁଗତ ଓ ସମର୍ଥକ ବିଜେପି ପା୍ରର୍ଥୀ ସମ୍ପଦଙ୍କୁ ସମର୍ଥନ ନ କରି ଖୁଲମ୍ଖୁଲା ଭାବେ ତାଙ୍କ ପୁତ୍ର ବିଜେଡି ପ୍ରାର୍ଥୀ ସମ୍ବିତଙ୍କୁ ସମର୍ଥନ କରୁଥିବାରୁ ଦେଖିବାକୁ ମିଳୁଛି ା ତେବେ ଜଗତସିଂହପୁର ଜିଲ୍ଲାରେ ସଫଳତାର ସ୍ବପ୍ନ ଦେଖିଥିବା ବିଜେପି ଦଳର ସ୍ବପ୍ନ ବିଫଳ ହେଲାପରି ଲାଗୁଛି ା ତେବେ ଦାମଙ୍କ ଝିଅ ବାପାଙ୍କ ପାଇଁ ନିର୍ବାଚନ ପରିଚାଳନା କରୁଛନ୍ତି ା ଦାମବାବୁ ତାଙ୍କ ଝିଅକୁ ବାଲିକୁଦା-ଏରସମା ଓ ପୁଅକୁ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀରେ ପ୍ରତିଷ୍ଠା କରାଇବାର ଶେଷ ଇଚ୍ଛା ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ା

error: Thank You Keep Visiting