ବିଜେଡି ଚକ୍ରବ୍ୟୁହରେ ଫସିଲେ ଟିଟୋ ! ମୁନିସିପାଲିଟି ଇଲେକସନ ହେଲା କାଳ !

Straight to the Point

କେନ୍ଦ୍ରାପଡ଼ା: ଦୁର୍ଦ୍ଧାନ୍ତ ଅପରାଧୀ ଟିଟୋକୁ ପୁଲିସ ଏନକାଉଂଟର କରିଛି । ଚଣ୍ଡିଖୋଲ ନିକଟରେ ଏସଟିଏଫ ତାକୁ ଏନକାଉଂଟର କରିଥିବା ଜଣାପଡ଼ିଛି । ଏନକାଉଂଟର ପରେ ତାକୁ ବଡ଼ଚଣା ହସପିଟାଲରେ ଭର୍ତି କରାଯାଇଛି ।
ସୂଚନାଯୋଗ୍ୟ, ଦୁର୍ଦ୍ଧାନ୍ତ ଅପରାଧୀ ଟିଟୋକୁ ଅଜ୍ଞାତ ଲୋକମାନେ ଉଠାଇନେଇଥିଲେ । କେନ୍ଦ୍ରାପଡ଼ାର ଦିଲାରପୁର ବାସଭବନରୁ ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀକୁ ଉଠାଇ ନିଆଯାଇଥିଲା । ତେବେ କିଏ ଉଠାଇ ନେଇଛି ସେ ସଂପର୍କରେ ସ୍ଥାନୀୟ ପୁଲିସ ପାଖରେ ମଧ୍ୟ ସୂଚନା ନଥିଲା । ନାଲିବତୀ ଲାଗିଥିବା ଏକ ସୁମୋ କାର ଟିଟୋ ବାସଭବନ ଆଗରେ ଲାଗିଥିଲା । କେହି କିଛି ଭାବିବା ପୂର୍ବରୁ ଗାଡ଼ି ଭିତରୁ କେତେକ ବ୍ୟକ୍ତି ଓହ୍ଲାଇ ସିଧା ଘର ଭିତରକୁ ପଶିଥିଲେ । କିଛି ସମୟ ପରେ ସେମାନେ ଟିଟୋକୁ ନେଇ ଗାଡ଼ି ଭିତରେ ଭର୍ତି କରିଦେଲେ । ସ୍ଥାନୀୟ ଅଂଚଳରେ ଟିଟୋକୁ କ୍ରାଇମବ୍ରାଂଚ ଉଠାଇନେଇଥିବା ଚର୍ଚ୍ଚା ହେଉଥିଲା । ପରେ ତାକୁ ଏସଟିଏଫ ଚଣ୍ଡିଖୋଲ ନିକଟରେ ଏନକାଉଂଟର କରିଥିବା ଜାଣିବାକୁ ମିଳିଛି । ଯାଜପୁର ଚଣ୍ଡୀଖୋଲ ନିକଟରେ ଗ୍ୟାଙ୍ଗଷ୍ଟର ଟିଟୋକୁ ଏନ୍‌କାଉଣ୍ଟର କଲା ପୋଲିସ, ଗୁରୁତର ଅବସ୍ଥାରେ ଟିଟୋ ବଡ଼ଚଣା ହସ୍ପିଟାଲରେ ଭର୍ତ୍ତି, STF DIG ହିମାଂଶୁଲାଲ୍‌ଙ୍କ ନେତୃତ୍ବରେ ହୋଇଛି ଏନ୍‌କାଉଣ୍ଟର|

error: Thank You Keep Visiting