‘ମୋଦୀ ଓ ପରିବର୍ତ୍ତନ’ ଦୁଇଟି ଶବ୍ଦ ଶୁଣିଲେ ନବୀନ ବିରକ୍ତ ହେଉଛନ୍ତି:ଧର୍ମେନ୍ଦ୍ର

Straight to the Point

ଭୁବନେଶ୍ୱର : ଓଡ଼ିଶାବାସୀ ଆପଣଙ୍କୁ ୧୯ ବର୍ଷ ଶାସନ କରିବାକୁ ସୁଯୋଗ ଦେଇଥିଲେ। କିନ୍ତୁ, ରାଜ୍ୟରେ ଯେପରି ବିକାଶ ହେବା କଥା ସେଭଳି ବିକାଶ ହୋଇନାହିଁ। ରାଜ୍ୟରେ ଶିଶୁ ମୃତ୍ୟୁହାର, କୁପୋଷଣ ଭଳି ସମସ୍ୟା ରହିଛି। ୧୯ବର୍ଷ ଶାସନର ହିସାବ ଦେବା ଦରକାର, ଏଭଳି ଶାଣିତ ଢଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ସେ ଆହୁରି କହିଛନ୍ତି ନବୀନ ପଟ୍ଟନାୟକ ମୋଦୀ ଓ ପରିବର୍ତ୍ତନ ଦୁଇଟି ଶବ୍ଦ ଶୁଣିଲେ ବିରକ୍ତ ହୋଇଯାଉଛନ୍ତି। ଶୁକ୍ରବାର ଭୁବନେଶ୍ୱର ସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। କେନ୍ଦ୍ରାପଡାରେ ବିଜେଡି ଗୁଣ୍ଡାରାଜ, ଆତଙ୍କରାଜ ସୃଷ୍ଟି କରୁଥିବା ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି।

error: Thank You Keep Visiting