ଯାଜପୁର: ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଘମାଘୋଟ ଲଢେଇ

Straight to the Point

ଯାଜପୁର: ଚତୁର୍ଥ ପର୍ଯ୍ୟାୟରେ ଭୋଟ ହେବାକୁ ଥିବା ଯାଜପୁର ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ଦଳ ବିଜେଡିି, ବିଜେପି ଓ କ୍ଂରେଗସ ମଧ୍ୟରେ ଘମାଘୋଟ ଲଢେଇ ଦେଖିବାକୁ ମିଳିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ନିର୍ବାଚନୀ ପ୍ରଚାର କରିଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତୀୟ ଜନତାାପର୍ଟିର ପ୍ରାର୍ଥୀମାନଙ୍କ ପାଇଁ ମଧ୍ୟ ଜୋର୍ଦାର୍ ପ୍ରଚାର ଚଳାଇଛନ୍ତି ଶନିବାର ଦିନ ଦଳର ରାଷ୍ଟ୍ରୀୟ ଅମିତ୍ ଶାହାଙ୍କୁ ସୁକିନ୍ଦାରେ ପ୍ରଚାର କରିଥିବାର ଦେଖିବାକୁ ମିଳିଥିଲା 2014 ମସିହାରେ 3.2ଲକ୍ଷ ଭୋଟ ବ୍ୟବଧାନରେ ଜିତିଥିବା ରୀତା ତରାଇଙ୍କୁ ଏଥର ବିଜେଡ଼ି ବଦଳାଇ ତାଙ୍କ ଜାଗାରେ ଶର୍ମିଷ୍ଠା ସେଠୀଙ୍କୁ ପ୍ରାର୍ଥୀ କରିଛି ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଅମୀୟକାନ୍ତ ମଲ୍ଲିକ ଓ କଂଗ୍ରେସରୁ ଗତଥରର ପ୍ରାର୍ଥୀ ଅଶୋକ ଦାସଙ୍କୁ ବଦଳାଇ ସମାଜସେବୀ ମାନସ ଜେନାଙ୍କୁୁ ପ୍ରାର୍ଥୀ କରିଛି ଯାଜପୁର ନିର୍ବାଚନ ମଣ୍ଡଳୀ 1998 ମସିହା ପର୍ଯ୍ୟନ୍ତ କଂଗ୍ରେସର ଗଡ଼ ରୂପେ ପରିଚିତ ଥିଲା 1999 ମସିହାରେ ବିଜେଡିର ଜଗନ୍ନାଥ ମଲ୍ଳିକ ଏହାକୁ କଂଗ୍ରେସରୁ ଛଡାଇ ଅାଣିଥିଲେ ଅନ୍ୟପକ୍ଷେ କଂଗ୍ରେସ ସୁକିନ୍ଦାରେ ଶରତ ରାଉତଙ୍କୁ ପୁଣିଥରେ ପ୍ରାର୍ଥୀ କରିଛି ଯାଜପୁରରରେ ଗତଥରର ପ୍ରାର୍ଥୀ ସନ୍ତୋଷ କୁମାର ନନ୍ଦଙ୍କୁ ପୁଣି ପ୍ରାର୍ତୀ ରୂପେ ବାଛିଛି ଅନ୍ୟ ପାଞ୍ଚଗୋଟି ଅାସନରେ ନୂଅା ପ୍ରାର୍ଥୀ ଛିଡ଼ା ହୋଇଛନ୍ତି

error: Thank You Keep Visiting