ଫନି: ପୁରୀରେ ୧୮୦ କିମି ବେଗରେ ବହୁଛି ପବନ
ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ‘ଫନି’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଯେକୌଣସି ସମୟରେ ପୁରୀ ଆଖପାଖ ଅଞ୍ଚଳରେ ହିଁ ଏହା ଲ୍ୟାଣ୍ଡଫଲ୍ କରିପାରେ। ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପୁରୀରେ ଏବେ ଘଣ୍ଟାପ୍ରତି ୧୮୦ କିମି ବେଗରେ ପବନ ବହୁଛି। ଆଗକୁ ପବନର ବେଗ ବଢ଼ିବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ମଧ୍ୟ ପୂର୍ବରୁ ଆକଳନ କରିଥିଲା ଯେ ଘଣ୍ଟାପ୍ରତି ଏଠାରେ ପବନର ବେଗ ୧୭୦ ରୁ ୧୮୦ କିମି ରହିବ। ସ୍ଥଳବିଶେଷରେ ଏହା ଘଣ୍ଟାପ୍ରତି ୨୦୦ କିମି ବେଗରେ ପବନ ବହିବ। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ସକାଳ ୮ଟାରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ୩ ଘଣ୍ଟା ଧରି ଚାଲିବ।