‘ଫନି’ ପ୍ରଭାବିତ ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୩୪୦ କୋଟି ଟଙ୍କାର ସହାୟତା ମଞ୍ଜୁର

Straight to the Point

ଭୁବନେଶ୍ୱର : ‘ଫୋନି’ ପ୍ରଭାବିତ ଓଡ଼ିଶା ପାଇଁ କେନ୍ଦ୍ର ସରକାର ଆଉ ୧୦୦୦ କୋଟି ଟଙ୍କାର ସହାୟତା ମଞ୍ଜୁର କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ‘ଫୋନି’ କ୍ଷୟକ୍ଷତିର ସମୀକ୍ଷା କରିବା ପରେ ଏହି ଘୋଷଣା କରିଛନ୍ତି। ଏହା ପୂର୍ବରୁ ‘ଫୋନି’କୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରାଜ୍ୟକୁ ଆଗୁଆ ୩୪୦ କୋଟି ଟଙ୍କା ପ୍ରଦାନ କରିଥିଲେ। ଏହା ସହିତ ବାତ୍ୟା ଯୋଗୁ ପ୍ରାଣ ହରାଇଥିବା ପ୍ରତି ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି। ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ପ୍ରଭାବିତ ଅଞ୍ଚଳରେ ଯେତେ ଶୀଘ୍ର ସମ୍ଭବ ବିଦ୍ୟୁତ୍ ଓ ଜଳ ଯୋଗାଣ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଏହା ସହିତ ମୋବାଇଲ୍‌ ସେବା ଯୋଗାଇ ଦେବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।

error: Thank You Keep Visiting