ବାତ୍ୟା ‘ଫନି’; ୩୬ ଛୁଇଁଲା ମୃତ୍ୟୁସଂଖ୍ୟା

An Independent Media

ଭୁବନେଶ୍ୱର: ସରକାରୀ ଭାବେ ‘ଫନି’ ମୃତ୍ୟୁସଂଖ୍ୟା ୩୬କୁ ବୃଦ୍ଧି ପାଇଛି। ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର SEOC ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟର ୫ଟି ଜିଲ୍ଲାରୁ ମୃତ୍ୟୁ ଖବର ଆସିଥିବା ବେଳେ କେବଳ ପୁରୀ ଜିଲ୍ଲାରେ ୨୧ ଜଣଙ୍କ ମୃତ୍ୟୁ ହୋଇଛି। ସେହିଭଳି ଯାଜପୁର ଜିଲ୍ଲାରେ ୪, ମୟୂରଭଞ୍ଜ ଜିଲ୍ଲାରେ ୪, କଟକ ଜିଲ୍ଲାରେ ୩ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଯୋଗାଯୋଗ ଅଭାବରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରୁ ସୂଚନା ଆସିପାରୁ ନ ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି।

error: Thank You Keep Visiting