୧୫ରେ ଭୁବନେଶ୍ୱର-ବାଙ୍ଗାଲୋର ଚାଲିବ ସ୍ୱତନ୍ତ୍ର ଟ୍ରେନ୍

Straight to the Point

ଭୁବନେଶ୍ୱର: ବାତ୍ୟା ଯୋଗୁଁ ଟ୍ରେନ୍ ବାତିଲ ହୋଇଥିବାରୁ ବାଙ୍ଗାଲୋର ଯାଇପାରିନଥିବା ଯାତ୍ରୀଙ୍କ ପାଇଁ ଭୁବନେଶ୍ୱରରୁ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ । ୦୬୫୬୨ ଭୁବନେଶ୍ୱର-କୃଷ୍ଣରାଜପୁରମ ସ୍ୱତନ୍ତ୍ର ଟ୍ରେନ ଆସନ୍ତା ମଇ ୧୫ ତାରିଖ ଦିନ ସକାଳ ୭ଟା ୩୦ରେ ଭୁବନେଶ୍ୱରରୁ କୃଷ୍ଣରଜପୁରମ୍ କୁ ଯାତ୍ରା କରିବ । ଏହା ତା’ପରଦିନ ପୂର୍ବାହ୍ନ ୧୦ଟା୧୫ମି.ରେ କୃଷ୍ଣରଜପୁରମରେ ପହଂଚିବ ।
ଫୋନି ବାତ୍ୟା ଯୋଗୁଁ ବାତିଲ କରାଯାଇଥିବା ଟ୍ରେନ ଗୁଡିକ ର ଯାତ୍ରୀ ମାନଙ୍କ ପାଇଁ ଏହା ସହାୟକ ହେବ । ବାତିଲ କରାଯାଇଥିବା ଟ୍ରେନ ଗୁଡିକର ବୈଧ ଯାତ୍ରୀ ମାନେ ଯେଉଁମାନେ ବୈଧ ଟିକଟ ନମିଳିବା ଯୋଗୁଁ ବାଙ୍ଗାଲୋର ଦିଗକୁ ଯାତ୍ରା କରିପାରି ନାହାନ୍ତି ସେମାନଙ୍କ ପାଇଁ ରେଳବାଇ ପକ୍ଷରୁ ଏହି ସ୍ୱତନ୍ତ୍ର ଟ୍ରେନ ର ବ୍ୟବସ୍ଥା କରାଯାଇଛି । ଏହି ଟ୍ରେନରେ ୧୪ଟି ସ୍ଲିପର ଶ୍ରେଣୀ, ଦୁଇଟି ସାଧାରଣ ଦ୍ୱିତୀୟ ଶ୍ରେଣୀ ଓ ଦୁଇଟି ଗାର୍ଡ ତଥା ଲଗେଜ ଭ୍ୟାନ୍ ଉପଲବ୍ଧ ଥିବା ବେଳେ ଏହା ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଖୋର୍ଦ୍ଧା ରୋଡ଼, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ, ବିଜୟନଗରମ, ବିଶାଖାପାଟଣା ଓ ଦୁଭାଡା ଠାରେ ରହଣି କରିବ । ସେହିପରି ଭୁବନେଶ୍ୱର ଓ କୃଷ୍ଣରାଜପୁରମ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଯଥା ରାଜମହେନ୍ଦ୍ରୀ, ବିଜୟୱାଡା, ଗୁଡ଼ୁର, ରେଣିଗୁଂଟ , କାଟପଡି, ଜୋଲାରପେଟାଇ ଏବଂ ବାଙ୍ଗରାପେଟ ଇତ୍ୟାଦି ଷ୍ଟେସନ ମାନଙ୍କରେ ରହଣି କରିବ ।
ଏହି ଟ୍ରେନଟି ସୋମବାର ଅପରାହ୍ନ ୩ଟା ୩୦ମି.ରେ ବାଙ୍ଗାଲୋରକ୍ୟାଂଟ ରୁ ଯାତ୍ରା ଆରମ୍ଭ କରିଛି । ମଙ୍ଗଳବାର ସନ୍ଧ୍ୟା ୭ ଟାରେ ଭୁବନେଶ୍ୱରରେ ପହଂଚିବ ।

error: Thank You Keep Visiting