ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀବନ୍ଧ ହଦଗଡ଼ ଡ଼୍ୟାମର ସଂସ୍କାର ହେବ କେବେ!

Straight to the Point

୩ ଜିଲାର ଚାଷୀଙ୍କ ଭାଗ୍ୟ ଏବେବି ପଥର ତଳେ

ଭଦ୍ରକ: ଓଡି଼ିଶା ର ଦ୍ୱିତୀୟ ବୃହତମ ନଦୀବଦ୍ଧ କୁହାଯାଉଥିବା ହଡ଼ଗଡ଼ ଡ଼୍ୟାମ କେବଳ ଭଦ୍ରକ ଜିଲା ନୁହେଁ ପଡୋଶୀ ବାଲେଶ୍ୱର, କେନ୍ଦୁଝର ଜିଲାର ଚାଷୀଙ୍କ ଭାତହାଣ୍ଡି କହିଲେ ଅତ୍ୟୁକ୍ତି ହେବନାହିଁ । ତେବେ ଏହି ଡ଼୍ୟାମରୁ ସଂଗ୍ରହ ଜଳ ଦ୍ୱାରା ୨ ଲକ୍ଷ ହେକ୍ଟର ଜମିରେ ଜଳସେଚନର ଯେଉଁ ବ୍ୟବସ୍ଥା ଗ୍ରହଣ କରାଯିବାର ପରିକଳ୍ପନା ଥିଲା, ତାହା ଆଜି ଅପହଞ୍ଚ ହୋଇରହିଛି । ଏହାର ବାସ୍ତବତା ଲକ୍ଷ୍ୟ ପୂରଣ ନିମନ୍ତେ ଅଣ ଜଳସେଚିତ ଜମିରେ ଜଳସେଚନର ସୁବ୍ୟବସ୍ଥା କରାଯିବାର ଏବେ ଉପଯୁକ୍ତ ସମୟ ଆସିଛି ବୋଲି ଅଂଚଳବାସୀଙ୍କ ତରଫରୁ କୁହାଯାଉଛି । ଆମ ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ କୃଷି ଓ କୃଷକର ଉନ୍ନତି ପାଇଁ ଜଳର ଆବଶ୍ୟକତା ରହିଛି । କେନ୍ଦୁଝର,ଭଦ୍ରକ,ବାଲେଶ୍ୱର ଜିଲ୍ଲାରେ କୃଷି ଓ କୃଷକର ଉନ୍ନତି ପାଇଁ ଓଡ଼ିଶା ରାଜନୀତିର ଭୀଷ୍ମ ପିତାମହ ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବ କେନ୍ଦୁଝର ଜିଲ୍ଲାର ହଦଗଡ଼ ଠାରେ ଏହି ଐତିହାସକ ହଡ଼ଗଡ଼ ଡ଼୍ୟାମ୍ ପ୍ରତିଷ୍ଠା କରିଥିଲେ । ଏହି ଡ଼୍ୟାମ୍ଟି ୧୯୬୬ ମସିହାରେ ଆରମ୍ଭ ହୋଇ ଯୁଦ୍ଧକାଳୀନ ଭିତିରେ ୧୯୭୦ ମସିହାରେ ସମ୍ପୂର୍ଣ୍ଣ ହୋଇଥିଲା । ସେ ସମୟରେ ୭କୋଟି ୩୧ଲକ୍ଷ ୪୫ହଜାର ୩୦୦ଟଙ୍କା ଖର୍ଚ୍ଚହୋଇଥିବାର ବିିଶେଷ ସୁତରୁ ଜଣାଯାଏ । ଡ଼୍ୟାମର ସଂଗ୍ରହ ଜଳଦ୍ୱାରା ୨ ଲକ୍ଷ ହେକ୍ଟର ଜମିରେ ଜଳସେଚିତ ହୋଇ ·ଷୀ ମାନଙ୍କର ଅଭାବ ଅନାଟନ ଦୂର ହୋଇ କୃଷିର ସର୍ବାର୍ଗୀଂନ ଉନ୍ନତି ସାଧନ କରିବାର ବ୍ୟବସ୍ଥା ଥିବା ବେଳେ,ଅଦ୍ୟାବଧି ଚାଷୀମାନେ ଏହାର ପ୍ରକୃତ ସୁଫଳ ପାଇପାରିନାହାଁନ୍ତି । ଜଳସେଚନର ସୁବିଧାପାଇଁ ଉକ୍ତ ଡ଼୍ୟାମର ଜଳକୁ ବିଦ୍ୟାଧର ପୁର ଠାରେ ଏକ ଆନିକଟ ନିର୍ମାଣ କରାଯାଇଛି । ଏହି ଜଳକୁ ଉତ୍ତର ଓ ଦକ୍ଷିଣ ତରଫକୁ ଦୁଇଗୋଟି ମୁଖ୍ୟ କେନାଲ ଦ୍ୱାରା ଜଳସେଚନର ବ୍ୟବସ୍ଥା ହୋଇଛି । ଉତ୍ତର ତରଫ କେନାଲ ୩ଗୋଟି ଜିଲା କେନ୍ଦୁଝର ,ଭଦ୍ରକ,ବାଲେଶ୍ୱର ଜିଲା ସହ ଦକ୍ଷିଣ ପଟ କେନାଲ ମଧ୍ୟ ସେହି ତିନି ଜିଲାର ପ୍ରାୟ ୭୭ହଜାର ହେକ୍ଟର ଚାଷ ଜମିକୁ ଜଳସେଚନର ବ୍ୟବସ୍ଥା କରିଯାଇଥିବା ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି । ଉତ୍ତର ପଟ କେନାଲ କେନ୍ଦୁଝର ଜିଲାର ବିଦ୍ୟାଧରପୁର,ପଡ଼ିଆରୀପଲ୍ଲୀ,ବାଲେଶ୍ୱର ଜିଲାର ହରିପୁର,ରଟିଣା,କୁପାରୀ,ଖଇରା ସହ ଭଦ୍ରକ ଜିଲାର ଚରମ୍ପା,ରାଣିତାଳ କୁ ସଂଯୋଗ କରିଛି ।ସେହିପରି ଦକ୍ଷିଣ ତଟ କେନାଲ କେନ୍ଦୁଝର ଜିଲାର ବିଦ୍ୟାଧରପୁର, ଆମ୍ବ ଗଢ଼ିଆ, ବେଲମଳା, ଢ଼ୋଙ୍କା,ମୁଣ୍ଡକାଟି,ହାଟଡ଼ିହି,ମରେଇଗାଁ,ବନ୍ତ,ଦେଇ ଶାଳଣିଆକୁ ସହଯୋଗ କରିଛି । ଏହି ମୁଖ୍ୟ କେନାଲ ମଧ୍ୟରୁ ବହୁସ୍ଥାନକୁ ଶାଖା କେନାଲ ମାନ ନିର୍ମାଣ କରାଯାଇ ଜଳସେଚନର ସୁବ୍ୟବସ୍ଥା କରାଯାଇଛି । ହେଲେ ଏପର୍ଯ୍ୟନ୍ତ ଏହାର ବହୁ ଅଣଜଳସେଚିତ ସ୍ଥାନକୁ ଜଳସେଚନର ସୁବ୍ୟବସ୍ଥା ହୋଇନି । ଏହାର ଅଧିକ ସୁବିଧାପାଇଁ କେନ୍ଦୁଝର ଜିଲାର ବୈତରଣୀ ନଦୀରୁ ଏକ ଆନିକଟ କରାଯାଇ ଉକ୍ତ ନଦୀର ଜଳକୁ ବିଦ୍ୟାଧରପୁରରେ ଡ଼୍ୟାମରେ ସଂଯୋଗକରାଯିବା ପାଇଁ ସୁ ବ୍ୟବସ୍ଥା ହୋଇଥିବା ବେଳେ ଏହାର କାର୍ଯ୍ୟ ଆରମ୍ଭ ହୋଇଛି । ଅନ୍ୟପକ୍ଷରେ ବିଦ୍ୟାଧରପୁର ଅଂଚଳରେ କେନାଲ ଠାରୁ ଚାଷ ଉଚ୍ଚ ରେ ଥିବାରୁ ଜମିଥିବାରୁ କେନାଲ ଜଳସେଚନରେ ସମସ୍ୟା ଦେଖାଯାଉଥିବାର କେତେକ ଚାଷୀ ପ୍ରକାଶ କରନ୍ତି । ଡ଼୍ୟାମ୍ର ଉପରିଭାଗରେ ସୁଦୀର୍ଘ ନଦୀ ବଂଧ ରହିଥିଲେ ମଧ୍ୟ ଏହାର ମଧ୍ୟଭାଗରେ ମାଟି ଥିବାରୁ ସରକାରଙ୍କର ଉକ୍ତ ନଦୀବନ୍ଧ ପ୍ରତିି ସଚେତନ ଥାଇ ମଧ୍ୟ ଡ଼୍ୟାମ୍ ପ୍ରତି ବିପଦ ଟଳପାରିିନାହିଁ । ଯଦି ଉପଯୁକ୍ତ ସମୟରେ ବର୍ଷା ନହୁଏ ତେବେ ଚାଷ କାର୍ଯ୍ୟରେ ଜଳସମସ୍ୟା ଦେଖାଯିବାର ଯଥେଷ୍ଟ ସଂଭାବନ ରହିଛି । ଚାଷ ଓ ଚାଷୀର ଉନ୍ନତି ପାଇଁ ସରକାର ଜଳସେଚନ ବିଭାଗ ପକ୍ଷରୁ ଆବଶ୍ୟକ ସ୍ଥାନରେ କେନାଲ ଖନନ ସହ ନଦୀର ଜଳକୁ ଆନିକଟ ମାଧ୍ୟମରେ ଅଟକ ରଖି ତାହାର ସୁବିନିଯୋଗ ର ବ୍ୟବସ୍ଥା କଲେ ଓଡ଼ିଶା ଚାଷ କ୍ଷେତ୍ରରେ ସମୃଦ୍ଧ ହେବାସହ ଚାଷ ଓ ଚାଷୀ ଙ୍କର ଆୟ ଦ୍ୱିଗୁଣିତ ହୋଇ ସରକାରୀ ଯୋଜନା ସଫଳତାର ରୂପନେଇ ପାରିବବୋଲି ଚାଷୀ ମହଲରେ ଦୃଢ଼ ଦାବି ହେଉଛି ।

error: Thank You Keep Visiting