ବିପିୟୁଟି ସେମିଷ୍ଟର ପରୀକ୍ଷା ଜୁନ୍ ୧୩ ଯାଏଁ ସ୍ଥଗିତ

Straight to the Point

ଭୁବନେଶ୍ୱର: ବାତ୍ୟା “ଫୋନି’ ଯୋଗୁ ବିଜୁ ପଟ୍ଟନାୟକ ୟୁର୍ନିଭସିଟି ଅଫ ଟେକ୍ନୋଲୋଜି (ବିପିୟୁଟି)ର ସେମିଷ୍ଟର ପରୀକ୍ଷା ଜୁନ୍ ୧୩ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ହୋଇଛି । ଏହି ସେମିଷ୍ଟର ପରୀକ୍ଷା ମେ’ ୨୦ତାରିଖରୁ ହେବାର ଥିଲା । ମେ’ ୨୦ତାରିଖରେ ନ୍ୟାସନାଲ ଏଲିଜିବିଲିଟି କମ୍ ଏଂଟ୍ରାନ୍ସ ଟେଷ୍ଟ(ଏନଇଇଟି) ପରୀକ୍ଷା ଥିବାରୁ ବିପିୟୁଟି ଏଭଳି ନିଷ୍ପତି ନେଇଛି । ବିପିୟୁଟି ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ସେମିଷ୍ଟର ପରୀକ୍ଷା ଜୁନ୍ ୧୩ ତାରିଖରୁ ଆରମ୍ଭ ହେବ ।
ସୂଚନାଯୋଗ୍ୟ ଯେ ପୂର୍ବରୁ ମେ’ ୫ତାରିଖରୁ ସେମିଷ୍ଟର ପରୀକ୍ଷା କରିବାକୁ ବିପିୟୁଟି ଘୋଷଣା କରିଥିଲା । କିନ୍ତୁ ଫୋନି ବାତ୍ୟାରେ ବ୍ୟାପକ କ୍ଷୟକ୍ଷତି ପରେ ପରୀକ୍ଷା ତାରିଖକୁ ଘୁଂଚାଇ ଦିଆଯାଇଥିଲା ।

error: Thank You Keep Visiting