୨୩ ପର୍ଯ୍ୟନ୍ତ ବନ୍ଦ ରହିବ ରାଜ୍ୟ ସଂଗ୍ରହାଳୟ

Straight to the Point

ଭୁବନେଶ୍ୱର: ଫୋନି ବାତ୍ୟାରେ ରାଜ୍ୟ ସଂଗ୍ରହାଳୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ସ୍ୱାଭାବିକ ସ୍ଥିତି ଓ ପରିଦର୍ଶନ ଅନୁକୂଳ ବ୍ୟବସ୍ଥା ଫେରିବା ପର୍ଯ୍ୟନ୍ତ ସଂଗ୍ରହାଳୟକୁ ସର୍ବସାଧାରଣଙ୍କ ନିମନ୍ତେ ଚଳିତ ମାସ ୨୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ବୋଲି ଅଧୀକ୍ଷକଙ୍କ ସୂତ୍ରରୁ କୁହାଯାଇଛି । ସଂଗ୍ରହାଳୟକୁ ପୂର୍ବରୁ୧୫ ତାରିଖ ଯାଏଁ ବନ୍ଦ ରଖାଯିବାକୁ ସ୍ଥିର କରାଯାଇଥିଲା । ମାତ୍ର ଏପର୍ଯ୍ୟନ୍ତ ସ୍ଥିତି ସ୍ୱାଭାବିକ ହୋଇପାରନଥିବାରୁ ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସଂଗ୍ରହାଳୟ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି ।
ସୂଚନାଯୋଗ୍ୟଯେ ବାତ୍ୟା ଫୋନିରେ ସଂଗ୍ରହାଳୟର ଉଦ୍ୟାନ, ସୌନ୍ଦର୍ଯ୍ୟକରଣ, ଝରକା ରେଲିଂ, ବିଭିନ୍ନ ଫିଟିଂ ସମେତ କେତେକ ଗ୍ୟାଲେରୀର କିଛି ଅଂଶ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି । ବିଦ୍ୟୁତ ଓ ପାନୀୟ ଜଳଯୋଗାଣ ସ୍ୱାଭାବିକ ହେବାର ଆବଶ୍ୟକତା ରହିଛି । ବାତାନୁକୂଳ ଯନ୍ତ୍ରଗୁଡ଼ିକ ମଧ୍ୟ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି ।

error: Thank You Keep Visiting