ବେଦାନ୍ତ ପକ୍ଷରୁ ପୁରୀର ୬ ଟି ଗ୍ରାମରେ ରିଲିଫ ସହାୟତା

Straight to the Point

ଭୁବନେଶ୍ୱର: ଫନୀ ମାହାବାତ୍ୟାରେ ପୁରି ଜିଲ୍ଲା ରେ ବ୍ୟାପକ କ୍ଷୟକ୍ଷତି ପରେ ଅସହାୟ ଲୋକଙ୍କ ସହାୟତା ପାଇଁ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରକଳ୍ପ ସହଯୋଗ ରେ ପୁରି ଜିଲ୍ଲା ରେ ବିଭିନ୍ନ ସ୍ଥାନରେ ରିଲିଫ କାର୍ଯ୍ୟ ତ୍ୱରାନ୍ନିତ ହୋଇଛି ।
ପ୍ରଥମ ପଯ୍ୟାୟ ରେ ବେଦାନ୍ତ ଝାରସୁଗୁଡ଼ା, ସହଯୋଗରେ ବାରଗାଓଁ ଏବଂ ସୁନ୍ଦରଗଡ ର ୩୫ ଜଣ ସ୍କାଉଟ ଗାଇଡ଼ ଓ ସ୍ୱେଚ୍ଛାସେବିଙ୍କ ସହାୟତାରେ ୪୦୦୦ ରିଲିଫ ପ୍ୟାକେଟ ଯେଉଁଥିରେ ଡାଲି, ରନ୍ଧା ତେଲ, ବିସ୍କୁଟ ଓ ତାରପୋଲିନ ଇତ୍ୟାଦି ରଖାଯାଇଥିଲା । କମ୍ପାନୀ ପକ୍ଷରୁ ୧୧ ମେ ୨୦୧୯ ରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରକଳ୍ପ ର ସଭାପତି ଶ୍ରୀ ବି କେ ପଟ୍ଟନାୟକ ପାତାକା ଦେଖାଇ ରିଲିଫ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ଏହି ରିଲିଫ ପ୍ୟାକେଟ ଗୁଡିକ ପୁରୀ ଜିଲ୍ଲା ରେ ୬ ଟି ଗ୍ରାମ ନାଳିହଣା, ଚେତନା,ଭୁଆନ, ଗଦାଭିନଗୁରା,ବେଲଦଲ ଏବଂ ଗେନଦୋଲ ଉତ୍ୟାଦି ଗ୍ରାମ ମାନଙ୍କରେ ୪୦୦୦ ପରିବାରଙ୍କୁ ବଂନଟା ଯାଇଥିଲା । ଏହି କାର୍ଯ୍ୟକୁ ସୁଚାରୁ ରୁପେ ସଂପାଦନ କାରିବା ପାଇଁ କମ୍ପାନୀ ପୁରୀ ଜିଲ୍ଲା ପ୍ରସାଶନ ଏବଂ ପ୍ରତ୍ୟେକ ଗ୍ରାମର ଯୁବ ବର୍ଗ ଙ୍କ ସହିତ ମିଳିତ ହୋଇଥିଲା । ଏହା ଛଡା ପାନୀୟ ଜଳ ଯୋଗାଣ ତ୍ୱରାନ୍ୱିତ ହେବା ପର୍ଯ୍ୟନ୍ତ କମ୍ପାନୀ ପକ୍ଷରୁ ନାଳିହଣା ଗ୍ରାମରେ ପାନୀୟ ଜଳ ଯୋଗାଣ ଜାରି ରହିଛି ଏବଂ ଏହି ଯୋଜନା ମଧ୍ୟ ଅନ୍ୟ ଗ୍ରାମ ମାନଙ୍କରେ ତ୍ୱରାନ୍ୱିତ କରାଯିବା ପାଇଁ ଚେଷ୍ଟା ଜାରିରହିଛି ।
ଏହି ଅବସରରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରକଳ୍ପ ର ସଭାପତି ଶ୍ରୀ ବିକେ ପଟ୍ଟନାୟକ କହିଛନ୍ତି ଯେ, “ମହାବାତ୍ୟା ଫଣି ଦ୍ୱାରା ବ୍ୟାପକ କ୍ଷୟକ୍ଷତି ହୋଇଛି ଏବଂ ଆମେ ଏହି ସମୟରେ ପୁରୀ ଜିଲ୍ଲ ଅଧିବାସୀ ଙ୍କ ସହିତ ପୂର୍ଣ୍ଣସହଯୋଗ ରେ ଅଛୁ ଏବଂ ଆମେ ପୁରୀ ଜିଲ୍ଲା ପ୍ରସାଶନ, ଭାରତ ସ୍କାଉଟ ଓ ଗାଇଡସ ଏବଂ ଗ୍ରାମର ଯୁବଶକ୍ତି ଙ୍କ ସହିତ ମିଳିତ ହୋଇ ରିଲିଫ କାର୍ଯ୍ୟ କୁ ତ୍ୱରାନ୍ୱିତ କରୁଛୁ । ଆମେ ସେମାନଙ୍କ ସହିତ ପୂର୍ଣ୍ଣସହଯୋଗ ରେ ରହିବୁ” ।
ବେଦାନ୍ତ ଲିମିଟେଡ ସମ୍ପର୍କରେ:
ବେଦାନ୍ତ ରିସୋରସେସ୍ ଲିଃ., ତୈଳ ଏବଂ ଗ୍ୟାସ, ଜିଙ୍କ୍-ଲିଡ଼୍–ସିଲଭର, କପର, ଆଇରନଓର, ଆଲୁମିନିୟମ ଏବଂ ବ୍ୟବସାୟିକ ଶକ୍ତି କ୍ଷେତ୍ରରେ ମଧ୍ୟ ଏହା ନିଜକୁ ପ୍ରତିଷ୍ଠା କରିପାରିଛି ।
ଭାରତରେ ଏହି ପ୍ରତିଷ୍ଠାନର ଉପସ୍ଥିତି ଥିବା ସହିତ ଦକ୍ଷିଣ ଆଫ୍ରିକା, ନାମିବିୟା, ଅଷ୍ଟ୍ରେଲିଆ ଏବଂ ଆୟାରଲାଣ୍ଡ, ଲିବେରିଆ ଏବଂ ଶ୍ରୀଲଙ୍କା ପ୍ରଭୃତି ଦେଶରେ ମଧ୍ୟ ଏହା ନିଜକୁ ସାମିଲ କରିଛି ।

Leave a Reply

Your email address will not be published. Required fields are marked *

error: Thank You Keep Visiting