ପୁରୀ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Straight to the Point

ପ୍ରତି ପରିବାରକୁ ମିଳିବ ଅଢେଇ ଲିଟର କିରୋସିନ୍ , ୫୦ କେଜି ଚାଉଳ

ପୁରୀ/ଭୁବନେଶ୍ୱର: ବାତ୍ୟା ଫୋନିରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲ୍ଲା ପାଇଁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ୟାକେଜ୍ ଘୋଷଣା କରିଛନ୍ତି । ପୁରୀ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଏହି ପ୍ୟାକେଜ ଘୋଷଣା କରିଛନ୍ତି ।
ପୁରୀର ପ୍ରତି ପରିବାରକୁ ମାଗଣାରେ ଅଢ଼େଇ ଲିଟର କିରାସିନି ମିଳିବ । ପ୍ରତି ୧୦ ଦିନରେ ଥରେ ଅଢ଼େଇ ଲିଟର କିରାସିନି ମାଗଣା ମିଳିବ । ବିଦ୍ୟୁତ ଯୋଗାଣ ସ୍ୱାଭାବିକ୍ ନହେବା ଯାଏ ସରକାର କିରୋସିନ ପହଂଚାଇବେ । ପ୍ରଭାବିତ ଅଂଚଳରେ ୧୦ ଲକ୍ଷ ମହମବତୀ ମାଗଣାରେ ବଂଟନ ହେବ । ସେହିପରି ପ୍ରତି ପରିବାରକୁ ମିଳିବ ୫୦ କେଜି ଲେଖାଏଁ ·ଉଳ ଯୋଗାଇ ଦିଆଯିବ । ରାସନ କାର୍ଡ ନଥିବା ପରିବାରକୁ ବି ·ଉଳ ମିଳିବ । ୨ ମାସ ପାଇଁ ମାଗଣାରେ ସାନିଟାରୀ ନାପକିନ ବଂଟନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତିି ।
ସେହିପରି ପୁରୀ ଜିଲ୍ଲାକୁ ବିଦ୍ୟୁତ୍ ଯୋଗାଣ ବିଷୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୁରୀକୁ ବିଦ୍ୟୁତ୍ ଯୋଗାଉଥିବା ସମସ୍ତ ୩ଟି ଲାଇନ ନଷ୍ଟ ହୋଇଥିଲା । ଆଜି ଗୋଟିଏ ଲାଇନକୁ ସଂପୂର୍ଣ୍ଣ ଠିକ କରି ଦିଆଯାଇଛି । ପୁରୀ, ନିମାପଡ଼ା, କୋଣାର୍କ ସହରକୁ ଆଜି ରାତିରୁ ବିଜୁଳି ଯୋଗାଣ ହେବ । ବିଦ୍ୟୁତ୍ ପୁନଃରୁଦ୍ଧାର ପାଇଁ ୧୦ ହଜାର ଲୋକ କାମ କରୁଛନ୍ତି । ଯେତେ ଶୀଘ୍ର ସମ୍ଭବ ସାରା ଜିଲ୍ଲାକୁ ବିଦ୍ୟୁତ୍ ଯୋଗାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏହି କାର୍ଯ୍ୟପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ଅପରପକ୍ଷରେ ବିଦ୍ୟୁତ୍ ମରାମତି କାର୍ଯ୍ୟ କରୁଥିବା ବେଳେ ମୃତ୍ୟୁବରଣ କରିଥିବା ମଙ୍ଗରାଜ ରାଓଙ୍କ ପରିବାର ପ୍ରତି ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି ।