ସିବିଏସଇ ପରୀକ୍ଷାରେ ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ଅଚ୍ୟୁତ ସାମନ୍ତ

Straight to the Point

ଜଗତସିଂହପୁର: ଭାରତର ପ୍ରଥମ ସ୍ମାର୍ଟ ଗ୍ରାମ କଲରାବାଙ୍କରେ କିଟ କିସର ପ୍ରତିଷ୍ଠାତା ବିଶିଷ୍ଟ ସମାଜସେବୀ ପ୍ରଫେସର ଅଚ୍ୟୁତ ସାମନ୍ତ ପ୍ରତିଷ୍ଠା କରିଥିବା କଳିଙ୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପ୍ରତିବର୍ଷ ଭଳି ସିବିଏସି ଦଶମ ଶ୍ରେଣୀ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ଉତୀର୍ଣ୍ଣ ହୋଇଛନ୍ତି ।ଚଳିତ ବର୍ଷ ଏହି କଳିଙ୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ର ଏସ ପୂନ୍ନ୍ୟତୋୟା ଦାଶ,ସିବିଏସି ଦଶମ ଶ୍ରେଣୀ ପରୀକ୍ଷାରେ ୯୭ପ୍ରତିଶତ ନମ୍ବର ରଖି କୃତିତ୍ୱର ସହ ଉତୀର୍ଣ୍ଣ ହେବା ସହିତ ଏହି ବିଦ୍ୟାଳୟକୁ ଗୌରବାନ୍ୱିତ କରିଛନ୍ତି ।ତତ ସହିତ ଏହି ବିଦ୍ୟାଳୟର ୧୧ଜଣ ଛାତ୍ରଛାତ୍ରୀ ଏ-୧ ର‌୍ୟାଙ୍କ ରଖିଥିବା ବେଳେ ୭୫ପ୍ରତିଶତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି ।ଏଥିପାଇଁ ଏହି ବିଦ୍ୟାଳୟର ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତ ଆଜି କଲରାବାଙ୍କ ସ୍ଥିତ ନିଳିମାରାଣୀ ସଭା ଗୃହରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ସମସ୍ତ କୃତି ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କ ପିତା ମାତା ଓ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଧନ୍ୟବାଦ ଦେଇଥିଲେ ।ପ୍ରଫେସର ସାମନ୍ତ ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ଦଶମ ଓ ଦ୍ୱାଦଶ ପରୀକ୍ଷା ତାଙ୍କର ଶିକ୍ଷାର ମୂଲଦୁଆ ବୋଲି କହିଥିଲେ । ଏଥିପାଇଁ ଅଭିଭାବକ ମାନଙ୍କର ଉପଯୁକ୍ତ ଦାୟିତ୍ୱ ନେବା ଆବଶ୍ୟକ ବୋଲି କହିଥିଲେ । ଛାତ୍ରଛାତ୍ରୀମାନେ ବଡ ମଣିଷ ହେବା ଅପେକ୍ଷା ଭଲ ମଣିଷ ହେବା ଆବଶ୍ୟକ ବୋଲି କହିଥିଲେ । ଦୃଢ ଇଛାଶକ୍ତି ଓ ଆତ୍ମ ବିଶ୍ୱାସ ରହିଲେ ଛାତ୍ରଛାତ୍ରୀମାନେ ଲକ୍ଷ୍ୟ ସ୍ଥଳରେ ପହଂଚି ପାରିବେ ବୋଲି କହିଥିଲେ ।ଏଥିରେ ସମ୍ମାନୀତ ଅତିଥି ଭାବେ ଆଗାମୀ ଓଡିଶା ସଭାପତି ବିଜୟ କୁମାର ସ୍ୱାଇଁ ଯୋଗଦେଇ ମଣିଷ ପଣିଆ ହିଁ ବିଦ୍ୟାର୍ଥୀର ଅସଲ ପରିଚୟ ବୋଲି କହିଥିଲେ ।ଏଥିରେ ବିଦ୍ୟାଳୟର ସମ୍ପାଦିକା ଡ.ଇତି ସାମନ୍ତ ଯୋଗଦେଇ ସମସ୍ତ ଛାତ୍ରଛାତ୍ରୀମ଼ାନଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇବା ସହିତ ସମସ୍ତ ଅଭିଭାବକ ମାନଙ୍କୁ ଗଭୀର କୃତଜ୍ଞତା ଜଣାଇଥିଲେ । ଏଥି ସହିତ ବିଦ୍ୟାଳୟର ଅଧ୍ୟକ୍ଷ ରାମକୃଷ୍ଣ ପାଢୀ ପୌରହିତ୍ୟ କରିଥିଲେ ।ଏଥିରେ କଲରାବାଙ୍କ ହାଇସ୍କୁଲର ପ୍ରଧାନ ଶିକ୍ଷକ ନାରାୟଣ ପରିଡା,କଲରାବାଙ୍କ ଗ୍ରାମ କମିଟିର ସଭାପତି ଅଂଜନ କୁମାର ସାମନ୍ତ ଯୋଗଦେଇ ବିଦ୍ୟା ଖାଲି ପାଠ୍ୟ ପୁସ୍ତକରେ ସୀମିତ ନୁହେଁ ।ପାଠ ପଢିବା ସହିତ ଦେଶ ମାତୃକାର ସେବା କରିବାପାଇଁ ସମସ୍ତେ ଆଗେଇ ଆସିବା ବୋଲି କହିଥିଲେ । ଏହି ଅବସରରେ ପ୍ରଫେସର ସାମନ୍ତ ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Leave a Reply

Your email address will not be published. Required fields are marked *

error: Thank You Keep Visiting