କେନ୍ଦ୍ରାପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

Straight to the Point
  • ନିର୍ମାଣ ହେବ ୩୦ଟି ବାତ୍ୟା ଆଶ୍ରୟସ୍ଥଳ
  • ସ୍କୁଲ ଘର, ଅଙ୍ଗନୱାଡ଼ି କେନ୍ଦ୍ର ମରାମତି ପାଇଁ ଦିଆଯିବ ୨ ଲକ୍ଷ ଟଙ୍କା

ଭୁବନେଶ୍ୱର: ବାତ୍ୟା ଫୋନି ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା କେନ୍ଦ୍ରାପଡ଼ା ଜିଲ୍ଲାରେ ୩୦ଟି ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଯିବ । ପ୍ରତ୍ୟେକ ବାତ୍ୟା ଆଶ୍ରୟସ୍ଥଳ ପାଇଁ ୨କୋଟି ଟଙ୍କା ବ୍ୟୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ରାପଡ଼ା ଗସ୍ତ କରି ଫନି ପରବର୍ତୀ ରିଲିଫ, ପୁନରୁଦ୍ଧାର ଓ ପୁନନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଥିଲେ ବାତ୍ୟାରେ କ୍ଷତିଗ୍ରସ୍ତ ସ୍କୁଲ ଘର, ଅଙ୍ଗନୱାଡ଼ି କେନ୍ଦ୍ର ଏବଂ ପଂଚାୟତ ଦ୍ୱାରା ପରିଚାଳିତ ପବ୍ଲିକ ୟୁଟିଲିଟି ଆସେଟଗୁଡ଼ିକର ମରାମତି ପାଇଁ ୨ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ । ଏତଦବ୍ୟତୀତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଚାଷୀ ଓ ମତ୍ସ୍ୟଜୀବୀମାନଙ୍କ ପାଇଁ ଘୋଷିତ ଜୀବିକା ପ୍ୟାକେଜ ତୁରନ୍ତ କାର୍ଯ୍ୟକାରୀ କରିା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ଜଣେ ବି ଯୋଗ୍ୟ ବ୍ୟକ୍ତି ଯେପରି କ୍ଷତିପୂରଣ ପାଇବାରୁ ବଂଚିତ ନହୁଏ, ସେଥିପାଇଁ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ସେହିପରି ବାତ୍ୟ ପ୍ରଭାବରେ କ୍ଷତିଗ୍ରସ୍ତ ବଡ଼ବାଡ଼କୁ ମଧ୍ୟ ସୁଦୃଢ଼ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ଫନି ବାତ୍ୟାରେ କ୍ଷତିଗ୍ରସ୍ତ ଅଂଚଳରେ ବିଦ୍ୟୁତ ଓ ଜଳଯୋଗାଣ ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଥିବା ବୈଠକରୁ ଜଣାଯାଇଛି ।

Leave a Reply

Your email address will not be published. Required fields are marked *

error: Thank You Keep Visiting