ସପ୍ତାହେ ମଧ୍ୟରେ ସୁଧୁରିବ ଏଟିଏମ୍ ସମସ୍ୟା

Straight to the Point

କ୍ଷୟକ୍ଷତି ଭରଣା ପାଇଁ ଓଡିଶା ଆପଣେଇବ କେରଳ ମଡେଲ,ଗଠନ ହେଲା ଟାସ୍କଫୋର୍ସ

ଭୁବନେଶ୍ୱର: ଚଳିତ ସପ୍ତାହ ମଧ୍ୟରେ ପୁରୀ , କଟକ ଓ ଖୋର୍ଦ୍ଧାରେ ଦେଖାଦେଇଥିବା ଏଟିଏମ୍ ସମସ୍ୟାକୁ ଦୂର କରାଯିବ । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଦେବାଶିଷ ପଣ୍ଡା ଏହି ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଓଡିଶାରେ କେରଳ ମଡେଲ କାର୍ଯ୍ୟକାରୀ କରାଯିବ । ରାଜ୍ୟରେ କେରଳ ମଡେଲ ଲାଗୁ ପାଇଁ ଟାସ୍କଫୋର୍ସ ଗଠନ ହୋଇଛି । ଏ ନେଇ କେନ୍ଦ୍ର ସରକାରଙ୍କୁ ସୁପାରିସ କରାଯିବ । ସେହିପରି ମୁଦ୍ରା ଯୋଜନାରେ ହୋଟେଲ ବ୍ୟବସାୟୀଙ୍କୁ ଋଣ ଦିଆଯିବା ସହ ସୁଧହାରକୁ କୋହଳ କରାଯିବା ଲାଗି ନିଷ୍ପତି ହୋଇଛି ।
ଗୁରୁବାର ରାଜ୍ୟ ଅତିଥି ଭବନ ଠାରେ କେନ୍ଦ୍ର – ରାଜ୍ୟ ଅର୍ଥ ସମନ୍ୱୟ କମିଟିର ବୈଠକ ବସିଥିଲା । ଏଥିରେ ଫୋନି ପରେ ବ୍ୟାଙ୍କିଂ ସେବାର ସମୀକ୍ଷା କରାଯାଇଥିଲା । ବୈଠକରେ ବ୍ୟାଙ୍କ୍ ,ଟେଲିକମ୍ , ଆରବିଆଇ , ବୀମା କମ୍ପାନୀ ,ଏସଏଲବିସିର ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକ ପରେ ଶ୍ରୀ ପଣ୍ଡା କହିଥିଲେ ଯେ ବୀମା କମ୍ପାନୀ ଗୁଡିକ ଋଣ ନେବା ଲାଗି ପ୍ରମାଣପତ୍ରରେ କୋହଳ କରାଯାଇଛି । ବୀମାଧାରୀଙ୍କ ଆବେଦନକୁ ତୁରନ୍ତ ବି·ର କରିବାକୁ କମ୍ପାନିଗୁଡ଼ିକୁ ନିର୍ଦେଶ ଦିଆଯାଇଛି । ପୁରୀକୁ ଛାଡି ଅନ୍ୟ ସମସ୍ତ ସ୍ଥାନରେ ବ୍ୟାଙ୍କିଂ ସେବା ୯୯ ପ୍ରତିଶତ କାର୍ଯ୍ୟକ୍ଷମ ହୋଇପାରିଛି । କଟକ, ଖୋର୍ଧା, ପୁରୀ, ଗଞ୍ଜାମ ଓ ଜଗତସିଂହପୁରରେ ୧୯୯୨ ବ୍ୟାଙ୍କ ଶାଖାରୁ ୧୯୩୪ଟି କାମ କରୁଛି । ପୁରୀରୁ ୨୭ରୁ ୨୮ ପ୍ରତିଶତ ବ୍ୟାଙ୍କ କାମ କରୁଛି । ଆଉ ସପ୍ତାହକ ମଧ୍ୟରେ ବିଜୁଳି ଆସିବା ପରେ ସମସ୍ତ ଏଟିଏମ କାର୍ଯ୍ୟକ୍ଷମ ହେବ ।
ବୈଠକ ପରେ ରାଜ୍ୟ ଅର୍ଥ ସଚିବ ଅଶୋକ ମୀନା କହିଛନ୍ତି ଯେ ଏସଏମଇ , କୃଷି , ସମବାୟ ଓ ବ୍ୟକ୍ତିଗତ ଋଣ ଦେବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି । ବୀମା କମ୍ପାନୀ ଗୁଡିକ ଶୀଘ୍ର ପ୍ରାପ୍ୟ ପ୍ରଦାନ କରନ୍ତୁ । ସେହିଭଳି କ୍ଲେମ କରିଥିବା ସଂସ୍ଥା ବା ବ୍ୟକ୍ତି ଇନସ୍ୟୁରାନ୍ସ ପାଇଁ ସବୁ ଡକୁମେଂଟ ନଦେଲେ ମଧ୍ୟ ତୁରନ୍ତ ଟଙ୍କା ଦିଆଯିବାକୁ କୁହାଯାଇଛି । ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କୁ ଫସଲ ନଷ୍ଟ ରିପୋର୍ଟ ଦେବାକୁ କୁହାଯାଇଛି, ଏହା ଆଧାରରେ ହିତାଧିକାରୀଙ୍କ ପ୍ରାପ୍ତି ସ୍ଥିର କରାଯିବ । ଏହି ପ୍ରକ୍ରିୟାକୁ ôବରାନ୍ୱିତ କରିବାକୁ ଆନ୍ଧ୍ରରୁ ଇନସ୍ୟୁରାନ୍ସ ସର୍ଭେ କରିବାକୁ ଅଫିସର ଆସିଛନ୍ତି ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *

error: Thank You Keep Visiting