କେନ୍ଦ୍ରାପଡାରେ ଫନି ବାତ୍ୟାର କ୍ଷତିଗ୍ରସ୍ତଙ୍କୁ ରିଲିଫ ବଂଟନ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

Straight to the Point

କେନ୍ଦ୍ରାପଡା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ରାପଡା ଗସ୍ତରେ ଆସି ଅପରାହ୍ନ ପ୍ରାୟ ସାଢେ ୪ଟା ରେ ବାରୋସ୍ଥିତ ସିଦ୍ଧବଟ ପଡିଆରେ ହେଲିକେପ୍ଟର ଯୋଗେ ପହଁଚିବା ପରେ ସେଠାରୁ କାର ଯୋଗେ ଜିଲ୍ଲାପାଳଙ୍କ କାର୍ଯ୍ୟାଲୟରେ ପ୍ରାୟ ୪ଟା ୫୦ମିନିଟରେ ପହଁଚି ଥିଲେ । ଏହାପରେ ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହରେ କେନ୍ଦ୍ରାପଡା ଜିଲ୍ଲାରେ ଗତ ଫନି ବାତ୍ୟାରେ କ୍ଷୟକ୍ଷତି,ପୁନରୁଦ୍ଧାର ଓ କ୍ଷତିଗ୍ରସ୍ତଙ୍କୁ ରିଲିଫ ବଂଟନ କାର୍ଯ୍ୟର ସମୀକ୍ଷା କରିଥିଲେ । ସେସୁର କେନ୍ଦ୍ରାପଡା ଡିଭିଜନର ସହକାରୀ ସାଧାରଣ ପରିଚାଲକ ଇଂଅମରଜୀତ ପଟ୍ଟନାୟକ ଓ ମାର୍ଶାଘାଇ ଡିଭିଜନର ପରିଚାଲକ ଦ୍ୱୟ ସୂଚନା ଦେଇଥିଲେ ଯେ ଜିଲ୍ଲାରେ ସମସ୍ତ କ୍ଷତିଗ୍ରସ୍ତ ଅଚଂଳକୁ ସୁଚାରୁ ରୂପେ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯାଇସାରିଛି । ଜିଲ୍ଲାର ସମସ୍ତ କ୍ଷତିଗ୍ରସ୍ତ ମତ୍ସ୍ୟଚାଷୀଙ୍କୁ ମତ୍ସ୍ୟ ସଂପଦ ଓ ଚାଷିର ସୁରକ୍ଷା ପାଇଁ ଔଷଧ ଯୋଗାଇ ଦିଆଯାଇଥିବା ସୂଚନା ପ୍ରଦାନ କରାଯାଇଥିଲା । କ୍ଷତିଗ୍ରସ୍ତ କୃଷକମାନଙ୍କୁ ଆସନ୍ତା ଖରିଫ ଓ ରବୀ ଚାଷ ପାଇଁ ବିହନ ଓ ମିନିକିଟ ଯୋଗାଇ ଦିଆଯିବ । ପ୍ରତ୍ୟେକ ବାତ୍ୟା ଆଶ୍ରୟ ସ୍ଥଳି ନିର୍ମାଣ ପାଇଁ ୨କୋଟି ଟଙ୍କା ଲେଖାଁଏ ଜିଲ୍ଲାର ୩୦ଟି ବାତ୍ୟା ଆଶ୍ରୟ ସ୍ଥଳି ନିର୍ମାଣ ନିମନ୍ତେ ୬୦କୋଟି ଅନୁଦାନ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଘୋଷଣା କରିଥିଲେ । କ୍ଷତିଗ୍ରସ୍ତ ଅଙ୍ଗନୱାଡି କେନ୍ଦ୍ରର ନିର୍ମାଣ ପାଇଁ ପ୍ରତ୍ୟେକ କେନ୍ଦ୍ର ନିମନ୍ତେ ୨ଲକ୍ଷ ଟଙ୍କା ଆର୍ôଥକ ସହାୟତା ଯୋଗାଇ ଦିଆଯିବ । ଏତଦବ୍ୟତିତ ଛତୁଚାଷି, ସ୍ୱୟଂ ସହାୟିକା ଦଳ ଓ କୁକୁଡା ଚାଷୀଙ୍କୁ ମଧ୍ୟ କ୍ଷତିପୁରଣ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବାତ୍ୟାରେ ମୃତ୍ୟୁ ବରଣ କରିଥିବା ଡମ୍ବରୁଧର ଦାସଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ଚେକ, ଘରଭଙ୍ଗା ପାଇଁ ଲକ୍ଷ୍ମୀପ୍ରିୟା ସାହୁଙ୍କୁ ୯୫ ହଜାର ଏକଶହ ଟଙ୍କାର ଚେକ, ଶ୍ରଦ୍ଧା ସବୁରୀ ଓ ମା ଶାରଳା ସ୍ୱୟଂ ସହାୟିକା ଦଳକୁ ଛତୁଚାଷ କ୍ଷତି ନିମନ୍ତେ ୬୫ହଜାର ଟଙ୍କା, ତରଭୁଜ ଚାଷର କ୍ଷତି ପାଇଁ ଅଷ୍ଟଶମ୍ଭୁ ବାଲୁଙ୍କେଶ୍ୱର ସ୍ୱୟଂ ସହାୟିକା ଦଳକୁ ୫୫ହଜାର ଟଙ୍କା, ମା ଶାରଳା ସ୍ୱୟଂ ସହାୟିକା ଦଳକୁ ଆଶିଂକ ଛତୁ ଚାଷ କ୍ଷତି ନିମନ୍ତେ ୩୫ହଜାର ୩୫୦ ଟଙ୍କା, ସୁରେଶ ଚନ୍ଦ୍ର ସେଠୀଙ୍କୁ ଡଙ୍ଗା ଓ ଜାଲର କ୍ଷତି ପାଇଁ ୧୨ହଜାର ୨ଶହ ଟଙ୍କା,ଦଇତାରୀ ବେହେରାଙ୍କୁ ଆଶିଂକ ଡଙ୍ଗା ଜାଲ କ୍ଷତି ପାଇଁ ୬ହଜାର ୭ଶହ ଟଙ୍କା, ଖଗେଶ୍ୱର ସ୍ୱାଇଁଙ୍କ ଆମ୍ବ ଓ ନଡିଆ ଚାଷର ଔଷଧିକରଣ ପାଇଁ ଏକହଜାର ୮୮୭ଟଙ୍କା, ତ୍ରୈଲୋକ୍ୟ ପ୍ରଧାନ, ବୃନ୍ଦାବନ ପରିଡା, ମନୋରଞ୍ଜନ ଜେନା ଓ ଭାଷ୍କର ବିଶ୍ୱାଳଙ୍କୁ ଆମ୍ବ ଓ ନଡିଆ ଚାଷର ଔଷଧିକରଣ ପାଇଁ ପ୍ରତ୍ୟେକଙ୍କୁ ୧୮୮୭ଟଙ୍କାର ଚେକ ମୁଖ୍ୟମନ୍ତ୍ରୀ ପ୍ରଦାନ କରଥିଲେ । ଏହି ବୈଠକରେ ବାତ୍ୟା ନିମନ୍ତେ ନିଯୁକ୍ତ ନୋଡାଲ ଅଧିକାରୀ ତଥା ଜଳସଂପଦ ପ୍ରମୁଖ ସଚିବ ପ୍ରଦୀପ କୁମାର ଜେନା, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚୀବ ଭୀ କାର୍ତ୍ତିକେୟନ ପାଣ୍ଡିଆନ, ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୈାଧୁରୀ, ଏସପି ନୀତି ଶେଖର, ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରିୟ ଅଧିକାରୀ ଓ ଲାଇନ ଡିପାର୍ଟମେଂଟର ନିର୍ବାହୀ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।

error: Thank You Keep Visiting