ଓଡିଶାରେ ପ୍ରବଳ ବର୍ଷିବ:ଆଇଏମ୍‌ଡି

Straight to the Point

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ସାରା ଭାରତରେ ଭଲ ବର୍ଷା ହେବାର ସମ୍ଭାବନା ଅଛି ବୋଲି ଭାରତୀୟ ପାଣିପାଗ  ବିଜ୍ଞାନ ବିଭାଗ ପୂର୍ବାନୁମାନ କରିଛି ।  ଗତ ସପ୍ତାହରେ ସାରା ଭାରତରୁ ମୌସୁମୀ ବାୟୁ ବ୍ୟାପୀ ଯାଇଥିଲା।  ସଧାରଣ ମୌସୁମୀ ବାୟୁ ସାରା ଭାରତକୁ ବ୍ୟାପିବାର ପ୍ରାୟ ୧୭ ଦିନ ପୂର୍ବରୁ ଏପରି ହୋଇଥିବା ପାଣିପାଗ  ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଦେଶର କେତକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।  ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶରେ ପ୍ରବଳ ବର୍ଷାର ସମ୍ଭାବନା ଥିବା କଥା ପାଣିପାଗ ବିଭାଗ ସୂଚନା ଦେଇଛି ।

ଓଡିଶାରେ ବିକ୍ଷିପ୍ତ  ଭାବେ ବର୍ଷା ହେବା ସହ ଶୁକ୍ରବାର ବେଳକୁ ପ୍ରବଳ ବର୍ଷା ସମ୍ଭାବନା ଥିବା କଥା ସୂଚନା ଦିଆଯାଇଛି ।

error: Thank You Keep Visiting