ରଘୁନାଥପୁର ବାତ୍ୟା ପ୍ରପୀଡିତ ଅଞ୍ଚଳକୁ ରାଜ୍ୟପାଳଙ୍କ ତୋଫାନୀ ଗସ୍ତ

Straight to the Point

ଥଇଥାନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ

ଜଗତସିଂହପୁର: ରଘୁନାଥପୁର ବ୍ଲକ ବାତ୍ୟା ପ୍ରପୀଡିତ ଅଂଚଳକୁ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ତୋଫାନୀ ଗ୍ରସ୍ତ କରି ବାତ୍ୟା ଅଂଚଳରେ ରିଲିଫ ଓ ଥଇଥାନ କାର୍ଯ୍ୟର ସମୀକ୍ଷା କରିଥିଲେ ।ଏହା ମଧ୍ୟରେ ବାତ୍ୟା ପ୍ରପୀଡିତ ଜଗତସିଂହପୁର ଜିଲ୍ଲାରେ ବିଦ୍ୟୁତ,କୃଷି,ପାନୀୟଜଳ,ସମନ୍ୱିତ ଶିଶୁ ବିଭାଗ,ସ୍ୱାସ୍ଥ୍ୟ,ରାଜସ୍ୱ ବିଭାଗର ଅଧିକାରିମାନଙ୍କୁ ଥଇଥାନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ ।ରଘୁନାଥପୁର ବ୍ଲକ ସଭାଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ରାଜ୍ୟପାଳ ପ୍ରଫେସର ଲାଲ ବାତ୍ୟା ସମୟରେ ଜିଲ୍ଲାରେ କରାଯାଇଥିବା ଉଦ୍ଧାର କାର୍ଯ୍ୟ ଓ ସ୍ଥାନାନ୍ତରିତ ଓ ରିଲିଫ କାର୍ଯ୍ୟକୁ ପ୍ରଂଶସା କରିଥିଲେ ।ଜଗତସିଂହପୁର ଜିଲ୍ଲା ଏକ ବାତ୍ୟା ବନ୍ୟା ପ୍ରପୀଡିତ ଜିଲ୍ଲା ହୋଇଥିବାରୁ ଏହି ଜିଲ୍ଲାରେ ଥିବା ସ୍ୱାସ୍ଥ୍ୟ ସେବାପାଇଁ ଜିଲ୍ଲାରେ ଥିବା ୮ଗୋଟି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ବିପର୍ଯ୍ୟୟ ସମୟରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ୮ଗୋଟି ୨୦କେଭି ଜେନେଟର ଯୋଗାଇ ଦେବାକୁ ଜିଲ୍ଲାପ୍ରଶାସନର ଅନୁରୋଧକୁ ରାଜ୍ୟପାଳ ସ୍ୱୀକୃତି ପ୍ରଦାନ କରିଥିଲେ ।ଏହି ସମୀକ୍ଷା ବୈଠକରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢୀ ଯୋଗଦେଇ ସମସ୍ତ ବିଭାଗର ଅଧିକାରୀମାନଙ୍କୁ ଥଇଥାନ କାର୍ଯ୍ୟକ୍ରମର ପୁଙ୍ଖାମୁପୁଙ୍ଖ ସମୀକ୍ଷା କରିଥିଲେ । ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ ବିଦ୍ୟୁତ ଖୁଂଟ ଏବଂ ଟ୍ରାନ୍ସଫର୍ମରକୁ କ୍ଷତି ହୋଇଅଛି ।ସମସ୍ତ ଗ୍ରାମକୁ ତୁରନ୍ତ ବିଦ୍ୟୁତ ସଂଯୋଗ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।ଏହି ସମୀକ୍ଷା ବୈଠକରେ ରାଜ୍ୟପାଳଙ୍କ ପ୍ରଶ୍ନ ଉତରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ୧୯ହଜାର ହେକ୍ଟର ଚାଷ ଜମିରେ ସମସ୍ତ ମୁଗଫସଲ,ପାନବରଜ,୩୩%ନଡିଆ ଗୁଆଗଛ ,ଅନ୍ୟାନ୍ୟ ସମସ୍ତ ପନିପରିବା ଫସଲ ନଷ୍ଟ ହୋଇଯାଇଛି ବୋଲି କହିଥିଲେ ।ଏହା ସହିତ ଫଣି ବାତ୍ୟାରେ ୧ହଜାର ୮ଶହ ଗ୍ରାମ ସମ୍ପୂଣ୍ଣ୭ କ୍ଷତିଗ୍ରସ୍ତ ହୋଇଛି%ଏହି ଫଣି ମହାବାତ୍ୟାରେ ୨୩ଗାଈ ମୃତ୍ୟୁବରଣ କରିଥିବା ବେଳେ ୧୪ହଜାର ୪୬୩ଟି କୁକୁଡା ମୃତ୍ୟୁବରଣ କରିଛନ୍ତି ।ଏହି ମହାବାତ୍ୟାରେ ୨ହଜାରରୁ ଉଦ୍ଧ୍ୱର୍ ପାମବରଜ କ୍ଷତିଗ୍ରସ୍ତ ହୋଇଛି ।ଏହି ଫଣି ମହାବାତ୍ୟା ପୂର୍ବରୁ ଜିଲ୍ଲାର ୪୯୧ଟି ବାତ୍ୟା ଆଶ୍ରୟ ସ୍ଥଳରେ ୭୬ହଜାର ୩୩୧ଜଣ ଲୋକଙ୍କୁ ସ୍ଥାନାନ୍ତିରିତ କରାଯାଇଥିଲା ।ଏହି ମହାବାତ୍ୟାରେ ୩୯୬ଟି କେନ୍ଦ୍ରରେ ମାଗଣା ରନ୍ଧାଖାଦ୍ୟ କେନ୍ଦ୍ର ଖୋଲାଯାଇ ଲୋକମାନଙ୍କୁ ମାଗଣାରେ ରନ୍ଧାଖାଦ୍ୟ ବଂଟନ କରିଥିଲେ ।ଏହି ବାତ୍ୟାରେ ୧୦ହଜାର ବିଦ୍ୟୁତଖୁଂଟ ନଷ୍ଟ ହୋଇଥିବା ବେଳେ ହଜାର ୬୦ଟି ଟ୍ରାନ୍ସଫର୍ମରର କ୍ଷତିଗ୍ରସ୍ତ ହୋଇଛି ।ବିଦ୍ୟୁତ ବିଭାଗର ମରାମତି ବାହାର ଜିଲ୍ଲାରୁ ୨ଶହ କାର୍ଯ୍ୟରେ ଯୋଗଦେଇଛନ୍ତି ବୋଲି ସେସୁ ନିର୍ବାହୀ ଯନ୍ତ୍ରୀ କହିଛନ୍ତି । ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଗୁହାପୁନ୍ନମ ତାପସ କୁମାର ସଭାପତିତ୍ୱ କରିଥିବା ବେଳେ ଏହି ବୈଠକରେ ଜିଲ୍ଲା ଆରକ୍ଷ ଅଧୀକ୍ଷକ ସୁଦ୍ଧା ସିଂହ ଏବଂ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ବ୍ରଜଗୋପାଳ ଆଚାର୍ଯ୍ୟ,ବିଡିଓ ପଂଚାନନ ପଟ୍ଟାୟତ,ତହସିଲଦାର ଦେବାଶିଷ ପାତ୍ର,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ,ସେସୁ ନିର୍ବାହୀ ଯନ୍ତ୍ରୀ,ପାନୀୟ ଜଳ ନିର୍ବାହୀ ଯନ୍ତୀ,ଅତିରିକ୍ତ କୃଷି ନିର୍ଦ୍ଦେଶକ,ଜିଲ୍ଲା କୃଷି ଅଧିକାରୀ.ଅତିରିକ୍ତ ଜିଲ୍ଲା ଉଦ୍ୟାନ ବିଭାଗ ଅଧିକାରୀ,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଉମରଜେନ୍ସି ଅଫିସର.ଜିଲ୍ଲାର ସମସ୍ତ ବିଭାଗ ଅଧିକାରୀ ଯୋଗଦେଇଥିଲେ ।ଏହି ଅବସରରେ ରାଜ୍ୟପାଳ ରଘୁନାଥପୁର ବ୍ଲକରେ ପହଂଚିବା ପରେ ଜଗତସିଂହପୁର ଜିଲ୍ଲା ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଥିଲା ।ଏହାପରେ ରାଜ୍ୟପାଳ ରଘୁନାଥପୁର ବାତ୍ୟା ପ୍ରପୀଡିତ ଗୁଆଳିପୁର ଆଦିବାସୀ ସାହିରେ ପହଂଚି ଭାରତୀୟ ରେଡକ୍ରସ ପକ୍ଷରୁ ରାଧାନଗର,ବର୍ତୀ,ଗୁଆଳିପୁର,ପୁରଣ ଓଡପଡା ୧୪୫ ବାତ୍ୟା ପ୍ରପୀଡିତ ଗରିବ ପରିବାରକୁ ପାଲ,ମଶାରୀ,ଗୁଡ,ମ୍ୟାଗି ଏବଂ ଏକ ପ୍ଲାଷ୍ଟିକ ଜାର ବଂଟନ କରିଥିଲେ ।ଆଇନ ଶୃଙ୍ଖଳା ରକ୍ଷା ନିମନ୍ତେ ତିର୍ତୋଲ ଏସଡିପିଓ ଦିପକ ରଂଜନ ଜେନା ରଘୁନାଥପୁର ଆଇଆଇସି ବବିତା ଦଳାଇ,ଏସଆଇ ନିଲମ ସୋରେନ ପ୍ରମୁଖ ସଦଳବଳେ ଆଇନ ଶୃଙ୍ଖଳା ରକ୍ଷାକରିଥିଲେ ।

error: Thank You Keep Visiting