ଫୋନି ପ୍ରଭାବିତ ୧୪ ଜିଲ୍ଲାରେ ଇପିଏଫ୍ ଓ ଇଏସଆଇ ରିଟର୍ଣ୍ଣ ଦାଖଲ କୋହଳ

Straight to the Point

ଭୁବନେଶ୍ୱର: ବାତ୍ୟା ଫୋନି ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଓଡିଶାର ୧୪ ଟି ଜିଲ୍ଲାର ଇପିଏଫ୍ ଓ ଇଏସଆଇ ଉପଭୋକ୍ତାଙ୍କ ପାଇଁ ଦେୟ ଓ ରିଟର୍ଣ୍ଣ ଦାଖଲକୁ କୋହଳ କରାଯାଇଛି । ସମ୍ପୃକ୍ତ ଅଂଚଳରେ ଏପ୍ରିଲ ୨୦୧୯ ର ଇଫିଏଫ୍ ଦେୟ ପୈଠ କରିବା ପାଇଁ ଅନ୍ୟାଦେଶ ପର୍ଯ୍ୟନ୍ତ ଜୋରିମାନା ବ୍ୟବସ୍ଥାକୁ ସ୍ଥଗିତ କରାଯାଇଛି । ସେହିପରି ଏପ୍ରିଲ୍ ୨୦୧୯ ର ଦରମା ବାବଦରେ ଇଏସଆଇ ଦେୟ ପୈଠ କରିବା ଅବଧି ୧୫ ଦିନରୁ ୪୫ ଦିନକୁ ବର୍ଦ୍ଧିତ କରାଯାଇଛି । ଏନେଇ ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବକୁ ବିଚାରକୁ ନେଇ କେନ୍ଦ୍ର ଇପିଏଫ୍ ଓ ଇଏସଆଇ କର୍ତୃପକ୍ଷ ଏହି ନିଷ୍ପତି ନେଇଛନ୍ତି । ଫୋନି ଦ୍ୱାରା ପୁରୀ ,ଖୋର୍ଦ୍ଧା , କଟକ , ଜଜତସିଂହପୁର,କେନ୍ଦ୍ରାପଡା , ଅନୁଗୋଳ , ଢେଙ୍କାନାଳ, ନୟାଗଡ , ଭଦ୍ରକ , ବାଲେଶ୍ୱର, ମୟୁରଭଂଜ , କେନ୍ଦୁଝର , ଯାଜପୁର ଓ ଗଂଜାମ ଜିଲ୍ଲାରେ ବିଦ୍ୟୁତ୍ ଓ ଇଂଟରନେଟ୍ ସେବା ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲା । ଫଳରେ ଇପିଏଫ୍ ଓ ଇଏସଆଇ ଉପଭୋକ୍ତା ଦେୟ ଓ ରିଟର୍ଣ୍ଣ ଦାଖଲ କରିବାରେ ସମସ୍ୟା ସୃଷ୍ଟି ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ବିଭାଗ ତରଫରୁ କେନ୍ଦ୍ର ସରକାରଙ୍କ ସମ୍ପୃକ୍ତ ମନ୍ତ୍ରଣାଳୟର ଦୃଷ୍ଟି ଆକର୍ଷଣ କରି ପ୍ରଭାବିତ ଜିଲ୍ଲାମାନଙ୍କରେ ଏହି ସବୁ ଦେୟ ଓ ରିଟର୍ଣ୍ଣ ପୈଠ କରିବାପାଇଁ ଜୁନ୍ ୨୦ ତାରିଖ ପର୍ଯ୍ୟନ୍ତ ଘୁଂଚାଇବାକୁ ଅନୁରୋଧ କରିଥିଲେ ।