ବାତ୍ୟା ଫନିର ୧୯ ଦିନ ପରେ ଆସନ୍ତାକାଲି ଖୋଲିବ ନନ୍ଦନକାନନ

Straight to the Point

ଭୁବନେଶ୍ୱର : ଆସନ୍ତାକାଲି(ମଙ୍ଗଳବାର)ଠାରୁ ଖୋଲିବ ନନ୍ଦନକାନନ । ବାତ୍ୟା ଫନିର ୧୯ ଦିନ ପରେ ନନ୍ଦନକାନନ ଓ ନନ୍ଦନକାନନ ସଂଲଗ୍ନ ବଟାନିକାଲ ଗାର୍ଡେନ ଖୋଲିବା ନେଇ ସୂଚନା ମିଳିଛି । ବାତ୍ୟାରେ ନନ୍ଦନକାନନ ପରିସରରେ ବହୁ ଗଛ କ୍ଷତିଗ୍ରସ୍ତ ହୋଇଛି । ନନ୍ଦନକାନର ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟ ନଷ୍ଟ ହେଇଛି । ତେବେ ଏନଡିଆରଏଫ ଏବଂ ଓଡିଆରଏଫର ମିଳିତ ପ୍ରୟାସରେ ଗଛଲତା ସଫା କରାଯିବା ପରେ ଏବେ ସ୍ଥିତିର ସୁଧାର ଆସିଛି । ତେଣୁ ଆସନ୍ତା କାଲିଠାରୁ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ଖୋଲା ରହିବ ବୋଲି ସୂଚନା ଦିଆଯାଇଛି।

error: Thank You Keep Visiting