ଅଶ୍ଳୀଳ ଫଟୋଚିତ୍ର ଭାଇରାଲ;ଇଂଜିନିୟର ଛାତ୍ରଙ୍କୁ କୋର୍ଟ ଚାଲାଣ

Straight to the Point

କେନ୍ଦ୍ରାପଡା: ଅଶ୍ଳୀଳ ଫଟୋଚିତ୍ର ଭାଇରାଲ ଘଟଣାରେ ସଦର ଥାନାରେ ଅଟକଥିବା ବିଟେକ୍ ଛାତ୍ରଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ନିକିରାଇ ଥାନା ଅନ୍ତର୍ଗତ ଛୋଟି ଗ୍ରାମର ଜନୈକା କଲେଜ ଛାତ୍ରୀ ସହିତ ଆଳି ଥାନା ଅନ୍ତର୍ଗତ ଚଣ୍ଡିଆଗଡି ଗ୍ରାମର ବୀରଭଦ୍ର ଦାସଙ୍କ ପୁଅ ଇନେଜ ଦାସଙ୍କର ମୋବାଇଲ ହ୍ୱାଟସଅପ୍ ଏବଂ ଫେସବୁକରୁ ପ୍ରେମ ସଂପର୍କ ଗଢି ଉଠିଥିଲା । ଶନନିବାର ଛାତ୍ରୀ ଜଣକ ଇନେଜଙ୍କୁ କେନ୍ଦ୍ରାପଡା ଡକାଇ ଥିଲେ । ଏହି ଇଂଜିନିୟର ଛାତ୍ର ଜଣକ କେନ୍ଦ୍ରାପଡାରେ ପହଞ୍ଚିବା ପରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଛାତ୍ରୀଙ୍କ ସଂପର୍କୀୟ ମାନେ ଯୁବକଙ୍କୁ ମାଡମାରି ସଦରଥାନାରେ ଜିମା ଦେବା ସହିତ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାଇ ସଦର ଥାନା ପୋଲିସ ୧୩୬/୧୯ ରେ ଏକ ମାମଲା ରୁଜୁ କରି ଯୁବକକୁ ଥାନାରେ ଅଟକ ରଖି ଘଟଣା ସମ୍ପର୍କରେ ପଚରା ଉଚୁରା କରିଥିଲେ । ଉକ୍ତ ଇଂଜିନିୟର ଛାତ୍ରଙ୍କୁ ଭାରତୀୟ ପିଙ୍ଗଳ କୋର୍ଡର ଧାରା ୩୪୧, ୩୫୪ (୨), ୩୭୯, ୫୦୬, ୨୯୪, ୬୬ ଆଇ.ଟି ଆକ୍ଟ ଏବଂ ଏହି ୮ ପୋଷ୍କୋ ଆକ୍ଟ ଦଫାରେ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସଦର ଥାନା ସୁତ୍ରରୁ ଜଣାପଡିଛି ।

error: Thank You Keep Visiting