ଖଣି ବନ୍ଦ ଆନ୍ଦୋଳନ ଉପରେ ରୋକ, ତାଳଚେର କୋଇଲା ଖଣି ଅଞ୍ଚଳରେ ଏସ୍ମା ଲାଗୁ

Straight to the Point

ତାଳଚେର : ଖଣି ଖାଦାନରେ ଜିବ ବାଡି ହରାଇଥିବା ବିସ୍ଥ୍ାପିତ ଅଞ୍ଚଳବାସୀଙ୍କ ହକ୍ ନେଇ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ହେଉ, କେହି କୋଇଲା ଖଣି ଅଞ୍ଚଳରେ ଧର୍ମଘଟ ଓ ଖଣି ବନ୍ଦ ଆନ୍ଦୋଳନ ନକରିବାକୁ ରାଜ୍ୟ ସରକାର ନିଷେଧାଦେଶ ଦେଇଛନ୍ତି । ଏହାକୁ ନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗର ସ୍ୱତନ୍ତ୍ର ସେକ୍ସନ୍ ତାଳଚେରସ୍ଥିତ କୋଇଲା ଖଣି ଅଞ୍ଚଳରେ ଦୀର୍ଘ ୬ ମାସ ବ୍ୟାପୀ ଏସମା ଆଇନ ଲାଗୁ କରିଛନ୍ତି । ଏହି ଆଇନ୍କୁ ଅମାନ୍ୟ କରି ଖଣି ଅଞ୍ଚଳରେ ଧର୍ମଘଟ ଓ ଖଣି ବନଦ୍ଦ ଆନ୍ଦୋଳନ କରନ୍ତି, ତେବେ ସେମାନଙ୍କ ବିରୁଦ୍ଧରେ ଏସମା ଆଇନ୍ ଲାଗୁଚ କରାଯିବ ବୋଲି ଚେତାବନୀ ଦିଆଯାଇଛି । ସାମାନ୍ୟ ଘଟଣାକୁ କେନ୍ଦ୍ରକରି ବାରମ୍ବାର କରାଯାଉଥିବା ଧର୍ମଘଟ ଓ ଖଣିବନ୍ଦ ଆନ୍ଦୋଳନ ଜନିତ କୋଇଲା ଉତ୍ପାଦନ ଓ ପରିବହନ ବାଧାପ୍ରାପ୍ତ ହେବାରୁ କୋଇଲା ଚାଳିତ ଏନଟିପିସି, ଟିଟିପିଏସ୍, ନାଲକୋ, ଇତ୍ୟାଦି ଅନ୍ୟାନ ଶିଳ୍ପ କାରଖାନା ଗୁଡିକ ଏହା ଦ୍ୱାରା ନାହିଁ ନଥିବା ପ୍ରଭାବିତ ହୋଇଥାଏ । ତେଣୁ ଏହାକୁ ଆଖି ଆଗରେ ରଖି ଏସମା ଲାଗୁ କରାଯାଇଥିବା କୁହାଯାଇଛି । ଏହାପରେ ମଧ୍ୟ ତାଳଚେରରୁ ଖଣି ବନ୍ଦ ଆନ୍ଦୋଳନ ପିଛା ଛାଡୁନାହିଁ କିମ୍ବା କୌଣସି ନେତା ଓ ରାଜନେତାଙ୍କ ଉପରେ ଏସମା ଲାଗୁ କରିବାର ଗୋଟାଏ ଦୃଷ୍ଟାନ୍ତ ମଧ୍ୟ ନାହିଁ ।

error: Thank You Keep Visiting