ଜୁନ୍ ୩ରୁ ଜାତୀୟ ଶିଳ୍ପୀ ଶିବିର ଓ ପ୍ରଦର୍ଶନୀ,ଅଂଶଗ୍ରହଣ କରିବେ ୨୨ ରାଜ୍ୟର ଚିତ୍ରଶିଳ୍ପୀ

Straight to the Point

ଭୁବନେଶ୍ୱର: ଆସନ୍ତା ଜୁନ୍ ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଭୁବନେଶ୍ୱରସ୍ଥିତ ଧଉଳିଠାରେ ଆୟୋଜିତ ହେବାକୁ ଯାଉଛି ସର୍ବଭାରତୀୟ କଳା ପ୍ରଦର୍ଶନୀ ଓ ଶିଳ୍ପୀ ଶିବିର । ଏହି ପ୍ରଦର୍ଶନୀରେ ଓଡ଼ିଶା ସମେତ ମୋଟ ୨୨ଟି ରାଜ୍ୟର ଶିଳ୍ପୀମାନେ ଅଂଶଗ୍ରହଣ କରିବେ । ବିଭିନ୍ନ ରାଜ୍ୟରୁ ୧୫୦ ଜଣ ଚିତ୍ରଶିଳ୍ପୀଙ୍କ ମଧ୍ୟରୁ କଳାର ବିଭିନ୍ନ କ୍ଷେତ୍ର ଯଥା ଚିତ୍ରକଳା, ଭାସ୍କର୍ଯ୍ୟ କଳା, ମୁଦ୍ରଣ କଳା ଓ ଡ଼୍ରଇଁରେ ୨୪ଜଣଙ୍କୁ ପୁରସ୍କୃତ କରାଯିବ । ଆସନ୍ତା ଜୁନ୍ ୩ ତାରିଖରେ ପ୍ରଦର୍ଶନୀ ଉଦ୍ଘାଟନ ହେବା ସହିତ ୪ ତାରିଖରେ ଜାତୀୟ କଳା ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ଏଥିରେ ଦିଲ୍ଲୀରୁ ଅମିତ୍ କାଲା, ଓଡ଼ିଶାରୁ ଅଲେଖ ଚନ୍ଦ୍ର ସାହୁ, ପଞ୍ଚାନନ ସାମଲ, ଚକ୍ରଧର ବେହେରା, ପ୍ରବୀର କୁମାର ଦଳାଇ, ତାରାକାନ୍ତ ପରିଡ଼ା, ଚନ୍ଦ୍ରମଣି ବିଶ୍ୱାଳ, ପ୍ରଦୀପ୍ତ କିଶୋର ଦାସ, ସସ୍ମିତା କାମିଳା, ଦେବେନ୍ଦ୍ର ମହାରଣା, ଉଦୟପୁରରୁ ସନ୍ଦିପ କୁମାର ମେଘ୍ୱାଲ, ଲକ୍ଷେ୍ମøରୁ ଗାରିମା ରାଣି, ଛତିଶଗଡ଼ରୁ କପିଲ ବର୍ମା, ଚଣ୍ଡିଗଡ଼ରୁ ଡଃ ପ୍ରକାଶ କିଶୋର, କୋଲକତାରୁ ସୋମନାଥ ତାମ୍ଲି, ତ୍ରିପୁରାରୁ ରୁମ୍କି ଦତ୍ତ, ଧାନବାଦରୁ ଅମର କୁମାର ସିଂ, ବୋକାରରୁ ଡଃ ପି.ନେ. ପାଣ୍ଡେ, ସୁଦିପ ସିହ୍ନା, ସରୋଜ କୁମାର ମିଶ୍ର ପ୍ରମୁଖ ୨୫ଜଣ ଶିଳ୍ପୀ ତଥା କଳା ଗବେଷକ ଅଂଶଗ୍ରହଣ କରିବେ । ୫ ତାରିଖ ଦିନ ୧୦ ଘଟିକା ସମୟରେ ୫୦ଜଣ ଶିଳ୍ପୀଙ୍କୁ ନେଇ ଏକ ଡ୍ରଇଁ କର୍ମଶାଳାର ଆୟୋଜନ ହେବ ଓ ସନ୍ଧ୍ୟା ୪ ଘଟିକାରେ ଜାତୀୟ ପୁରସ୍କାର ପାଇଁ ମନୋନୀତ ଶିଳ୍ପୀମାନଙ୍କୁ ସମ୍ବୋଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଜଣେ ବରିଷ୍ଠ ଚିତ୍ରଶିଳ୍ପୀ ଅଶୋକ ମହାନ୍ତିଙ୍କୁ ‘ସୃଜନ’ ସମ୍ମାନରେ ସମ୍ମାନିତ କରାଯିବ ବୋଲି ଇଷ୍ଟର୍ଣ୍ଣ ଫାଉଣ୍ଡେସନ ଅଫ ଆର୍ଟ ଆଣ୍ଡ କଲ୍ଚରର ସମ୍ପାଦକ ଦିଲ୍ଲୀପ କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।

error: Thank You Keep Visiting