ପାରାଦ୍ୱୀପ ବନ୍ଦରରେ ଜହାଜ ଭିଡ,ଶୀଘ୍ର ପଣ୍ୟ ବୋଝେଇ ପାଇଁ ବାର୍ଜର ବ୍ୟବସ୍ଥା

Straight to the Point

ପାରାଦ୍ୱୀପ: ବନ୍ଦରରେ ପଣ୍ୟବାହୀ ଜାହାଜ ମାନଙ୍କର ଅସମ୍ଭବ ଭିଡ ପରିଲକ୍ଷିତ ହେଉଛି । ପର୍ଯ୍ୟାପ୍ତ ପରିମାଣରେ ବର୍ଥ ମିଳୁନଥିବାରୁ ଜାହାଜ ମାନଙ୍କୁ ୧୫/୨୦ ଦିନ ବନ୍ଦର ଆଙ୍କରେଜ୍ରେ ଅପେକ୍ଷା କରିବାକୁ ପଡୁଛି । ସୂତ୍ରରୁ ପ୍ରାକାଶ ଯେ ବିଭିନ୍ନ ପଣ୍ୟ ଯଥା ଜାଳେଣୀ କୋଇଲା , ଲାଇମ୍ ଷ୍ଟୋନ୍ ଇତ୍ୟାଦି ପଣ୍ୟ ପାଇଁ ୫ଟି ବର୍ଥ ବନ୍ଦରରେ ରହିଛି । ଅନ୍ୟ ୨ଟି ବର୍ଥ ଜେଏସଡବ୍ଲୁ ସଂସ୍ଥାକୁ ଦୀର୍ଘ ମାସ ହେବ ଆଧୁନିକୀକରଣ ପାଇଁ ହସ୍ତାନ୍ତର କରାଯାଇଛି । ୫ଟି ବର୍ଥ ମଧ୍ୟରୁ ରିଜର୍ଭେସନ ସ୍କିମ୍ ବାବଦ ୩ଟି ବର୍ଥ ୫ଟି ଆମଦାନୀକାରୀ ଓ ରପ୍ତାନୀକାରୀ ସଂସ୍ଥା ମାନଙ୍କ ପାଇଁ ରିଜର୍ଭ ଅଛି । ବାକି ଦୁଇଟି ବର୍ଥରୁ ୨ଟି ବର୍ଥ କୋଷ୍ଟାଲ ପଣ୍ୟ ପାଇଁ ସଂରକ୍ଷିତ ଅଛି । ଏଣୁ ଅସଂରକ୍ଷିତ ଆମଦାନୀ / ରପ୍ତାନୀ କାରୀ ସଂସ୍ଥା ମାନଙ୍କୁ ବର୍ଥ ଉପଲବ୍ଧ ହେଇନାହିଁ । ୧୫-୨୦ ଦିନ ଧରି ଏହି ସଂସ୍ଥା ମାନଙ୍କର ଜାହାଜ ବନ୍ଦର ଆଙ୍କରେଜ୍ରେ ବର୍ଥ ପାଇଁ ଅପେକ୍ଷା କରିବାକୁ ପଡୁଛି । କେତେକ ସଂସ୍ଥା ମଧ୍ୟ ଏହି ଡେରି ପାଇଁ ବ୍ୟତିବ୍ୟସ୍ତ ହୋଇ ପାରାଦ୍ୱୀପ ଆଙ୍କରେଜ୍ରୁ ସେମାନଙ୍କ ଜାହଜ ଗୁଡିକୁ ଅନ୍ୟ ବନ୍ଦରକୁ ନେଇ ଯାଉଛନ୍ତି । ଅଙ୍କରେଜରେ ଦୀର୍ଘଦୀନ ଅପେକ୍ଷା କରିବା ଫଳରେ ଜାହାଜ ମାନଙ୍କରେ ଖାଦ୍ୟ ପଦାର୍ଥ, ପାନୀୟ ଜଳ ଇତ୍ୟାଦିର ଅଭାବ ପରିଲକ୍ଷିତ ହେଉଛି । ବନ୍ଦରର ଏକମାତ୍ର ପାନୀୟ ଜଳ ଯୋଗାଉଥିବା ବାର୍ଜ, ଯାହାକି ୨୦ବର୍ଷ ତଳେ ନିର୍ମିତ ହୋଇଥିଲା , ଅକାମୀ ହୋଇ ଜାହାଜକୁ ପାନୀୟ ଜଳ ଯେଗାଇ ପାରୁନାହିଁ । ଦୀର୍ଘ ବର୍ଷ ଧରି ବନ୍ଦରର ବିଭିନ୍ନ ବର୍ଥରେ ପାନୀୟ ଜଳ ପାଇପା ଗୁଡିକ ଅକାମୀ ହୋଇରହିଥିବାରୁ ଜାହାଜ ମାନଙ୍କୁ ପାଣି ଯୋଗାଇବାରେ ବିଳମ୍ବ ଘଟୁଛି ଓ ଜାହାଜ ମାନେ ବର୍ଥରେ ଅଟକି ଯାଉଛନ୍ତି । ଗତ ମହାବାତ୍ୟା ଫନୀ ଯୋଗୁଁ ବନ୍ଦର ପଣ୍ୟ ରପ୍ତାନୀ ଓ ଆମଦାନୀ ୪ଦିନ ଧରି ବାଧାପ୍ରାପ୍ତ ହୋଇଥିଲା । ଯାହାକି ଜାହାଜ ମାନଙ୍କର ଅହେତୁକ ବର୍ଥିଂ ବିଳମ୍ବର ଅନ୍ୟ ଏକ କାରଣ ବୋଲି କୁହାଯାଉଛି । ମାତ୍ର ସମଗ୍ର ଦେଶର ୨ ନମ୍ବର ବୃହତ ବନ୍ଦର ଭାବରେ ଖ୍ୟାତ ପାରାଦ୍ୱୀପ ବନ୍ଦରର ଏପରି ଅଦ୍ଭୁତପୂର୍ବ ବର୍ଥିଂ ବିଳମ୍ବ, ପାନୀୟ ଜଳ ଯୋଗାଣର ଅଭାବ , ଜାହାଜ ମାଲିକ , ବନ୍ଦର ବ୍ୟବହାରୀ ସଂସ୍ଥା ମାନଙ୍କ ମଧ୍ୟରେ ଉଦ୍ବେଗ ସୃଷ୍ଟି କରିଛି । ତେବେ ସଂପ୍ରତି ପରିସ୍ଥିତିର ମୁକାବିଲା ଓ ଜାହାଜ ମାନଙ୍କରେ ଶୀଘ୍ର ପଣ୍ୟ ବୋଝେଇ ପାଇଁ ବନ୍ଦର ତରଫରୁ ୩ଟି ବାର୍ଜ୍ ( ମାଲ୍ବାହୀ ନୌକା ) ର ବ୍ୟବସ୍ଥା କରାଯାଇଛି । ଏଥିପାଇଁ କଲିକତାରୁ ଜଲ୍ନିଧି , ଜଲ୍ ସମୃଦ୍ଧି ଓ ମୋହନବାଗନ – ୭ ତିନୋଟି ବାର୍ଜ ପାରାଦ୍ୱୀପରେ ପହଞ୍ଚିଛି । ବନ୍ଦର ଏନ୍କ୍ୟୁ-୧ଓ୨ ବର୍ଥରେ ପଣ୍ୟ ବୋଝେଇ ହୋଇ ବନ୍ଦରରେ ଥିବା ଅନ୍ୟାନ୍ୟ ଜାହାଜରେ ପଣ୍ୟ ବୋଝେଇ ହେବ । ଏହା ଦ୍ୱାରା ନିର୍ଦ୍ଧାରିତ ସମୟ ପ୍ରର୍ବରୁ ଜାହାଜ ମାନେ ମାଲ୍ ବୋଝେଇ କରି ବନ୍ଦର ଛାଡିବେ ଏବଂ ଆଙ୍କରେଜ୍ରେ ଥିବା ଜାହାଜ ମାନେ ବନ୍ଦର ପୋତାଶ୍ରୟରେ ଲାଗିପାରିବେ ବୋଲି ଏକ ନିର୍ଭର ଯୋଗ୍ୟ ସୁତ୍ରରୁ ପ୍ରକାଶ ।

error: Thank You Keep Visiting