ଭଣ୍ଡାରିପୋଖରୀ ଆସନ : ଖଣ୍ଡା ଧାରରେ ଝୁଲୁଛି ତିନ ପ୍ରମୁଖ ଦଳର ବିଜୟ ପରାଜୟ

Straight to the Point

ଭଦ୍ରକ: ଚଳିତ ନିର୍ବାଚନରେ ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀ ମତଦାତା ମାନେ ସଚେତନତା ଅବଲମ୍ବନ କରିଥିବା ଜଣାଯାଇଥିବାରୁ ଏଠି ବିଜୟ ପରାଜୟ ଫଳା ଫଳ ଖଣ୍ଡା ଧାରରେ ଝୁଲିବା ସଦୃଶ ହୋଇଛି । ୨୦୦୯ ରେ ଉକ୍ତ ବିଧାନ ସଭା କ୍ଷେତ୍ରଟି ଅଣ ସଂରକ୍ଷିତ ହେବା ପରେ ପ୍ରଫୁଲ୍ଲ ସାମଲ ମାତ୍ର ୨୦ ଦିନ ପୂର୍ବରୁ ୨୦ କିମି ଦୁର ଭଦ୍ରକରୁ ଆସି ଏଠାରେ ପ୍ରାର୍ôଥ ହୋଇ ୨୦ ହଜାର ଭୋଟ ବ୍ୟବଧାନରେ ଜିତିଥିଲେ । ୨୦୧୪ ରେ ପୁନଶ୍ଚ ହାଇ କମାଣ୍ଡଙ୍କ ଶୁଭ ଦୃଷ୍ଟିରେ ନଥାଇ ଦିବଂଗତ ନେତା କଳ୍ପତରୁ ଦାସଙ୍କ ହସ୍ତକ୍ଷେପ ଯୋଗୁ ଟିକେଟ ଖଣ୍ଡେ ହାତେଇ ୩୬ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ୧୦ ବର୍ଷ ମଧ୍ୟରେ ଅନେକ ବିଭାଗର ମନ୍ତ୍ରୀ ହୋଇଥିବା ବେଳେ ୨୦୧୯ ନିର୍ବାଚନରେ ତାଙ୍କ ହ୍ୟାଟ୍ରିକ ଆଶା ଏତେ ସହଜ ନୁହେଁ ବୋଲି ଆଲୋଚନା ଜୋର ଧରିଛି । ତାଙ୍କ ବିରୁଦ୍ଧରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିଦ୍ୱନ୍ଦିତା କରିଥିବା ଯେତେ ବାଧକ ନୁହେଁ, ଅର୍ଜୁନ ସେଠୀଙ୍କ ଦଳତ୍ୟାଗ ଓ ବିଭିନ୍ନ ଦଳରୁ ପ୍ରତ୍ୟାକ୍ଷାତ ଠିକାଦାର ଜେନା ପରିବାରକୁ ଦଳରେ ମିଶାଇବା ଦଳୀୟ ଅସହଯୋଗର ବଡ଼ କରୁଣ ଚିତ୍ର ନିର୍ବାଚନ ସମୟରେ ଦେଖିବାକୁ ମିଳିଥିଲା । ଏପଟେ ନିରଞ୍ଜନଙ୍କ ପ୍ରାର୍ôଥତ୍ୱ ପରେ ସ୍ଥାନୀୟ କଂଗ୍ରେସ ଶିବିରରେ କର ବା ମର ପଣ ଯାଗ୍ରତ ହୋଇଥିବା ଯୋଗୁ ହ୍ୟାଟ୍ରିକ୍ ଳକ୍ଷ୍ୟରେ ଥିବା ବିଜେଡ଼ି କର୍ମୀ ଓ ନେତା ଆଶା ବାଡି଼ (ଷ୍ଟ୍ରିକ୍) ର ସାହାଯ୍ୟ ନେଇଥିଲେ । ବନ୍ତ ବ୍ଲକରେ କମ୍ୟୁୃନିଷ୍ଟ ଦଳର ସଂଗଠନ ତଥା ବ୍ଲକ ଅଧ୍ୟକ୍ଷଙ୍କ ସମର୍ଥନ ବିଜେଡ଼ି ହାତରୁ ଖସିଥିବା ବେଳେ କଂଗ୍ରେସ ସର୍ବନିମ୍ନ ୫ ରୁ ୭ ହଜାର ବ୍ୟବଧାନରେ ଆଗରେ ରହିବ ବୋଲି ଜଣାପଡ଼ିଛି । ଭଣ୍ଡାରିପୋଖରୀ ବ୍ଲକର ନିର୍ବାଚନ ପରିଚାଳନା ସଠିକ୍ ହୋଇପାରି ନଥିବାରୁ କଂଗ୍ରେସ ଏଠାରେ ୨/୩ ହଜାର ପଛରେ ରହିବା ରାଜନୈତିକ ବିଶେଷଜ୍ଞ ମତ ଦେଇଛନ୍ତି । ଦୁଇ ଦଳର ଏଭଳି ଛକା ପଞ୍ଜା ଚାଲିଥିବା ବେଳେ ବିଜେପି ପ୍ରାର୍ଥି ବଦ୍ରୀନାରାୟଣ ଧଳ ଏକ ପ୍ରକାର ନିର୍ବାଚନି ରେସରୁ ଓହରିଯାଇଥିବା ଭଳି ମନେ ହେଉଥିଲେ ସୁଦ୍ଧା ଏକ ଅନ୍ତଃସ୍ୱତ ଭୋଟ ତାଙ୍କ ସପକ୍ଷରେ ଥିବା ପ୍ରମୁଖ କର୍ମା ମାନେ ମତ ଦେଇଛନ୍ତି । ବିଶେଷ କରି ନିରଞ୍ଜନ ଜିତୁଥିବା କର୍ମୀ ମାନେ କହି ବୁଲୁଥିବା ବେଳେ ପ୍ରଫୁଲ୍ଲଙ୍କ ସମର୍ଥକ ମାନେ ପ୍ରତିକୂଳ ପରିସ୍ଥିତି ସତ୍ୱେ ଆଶା ଛାଡ଼ିନାହାଁନ୍ତି । ଏପଟେ ଭୋଟରଙ୍କ ଗୁପ୍ତ ଭୋଟ ପ୍ରଦାନ ଆଶାରେ ବିଜେପି କର୍ମୀ ମାନେ ଉତ୍ସାହିତ ଥାଇ ଆସନ୍ତା ୨୩ ତାରିଖ ଦିନକୁ ଅପେକ୍ଷା କରିଛନ୍ତି । ମୋଟା ମୋଟି ଭାବେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରେ ଚଳିତ ଥର ତ୍ରୀମୁଖି ପ୍ରତିଦ୍ୱନ୍ଦିତା ହୋଇଥିବା ରାଜନୈତିକ ବିଷାରଦ ମାନେ ମତ ଦେଇଛନ୍ତି ।

error: Thank You Keep Visiting