ଓଡିଶାରେ ସରକାର ଗଢିବାକୁ ଆମେ ଆଶାବାଦୀ ନୁହେଁ : ନିରଂଜନ

Straight to the Point

ଭୁବନେଶ୍ୱର: ଚଳିତ ନିର୍ବାଚନରେ କଂଗ୍ରେସ ଦକ୍ଷିଣ ଏବଂ ଉପକୂଳରେ ଭଲ କରିବ । ମାତ୍ର ପଶ୍ଚିମ ଓଡିଶାରେ କଂଗ୍ରେସ ଭଲ କରିବନି । କଂଗ୍ରେସ ଫାଇଟ୍ ଦେଇଛି , ଫଳ କଣ ହେବ ତାହା ଅଲଗା କଥା ବୋଲି ପିସିସି ସଭାପତି ନିରଂଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଗତକାଲି ସେ ଭଣ୍ଡାରୀ ପୋଖରୀରେ ଜିତିବେ , ଘସିପୁରାରେ ବିଜୟ ସମ୍ଭାବନା ନାହିଁ ବୋଲି କହିଥିବା ବେଳେ ଆଜି ଉଭୟ ସିଟ୍ ରେ ବିଜୟୀ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତିି । କଂଗ୍ରେସ ଗତଥର ମୁଖ୍ୟ ବିରୋଧୀ ଦଳ ଥିବା ବେଳେ ଏଥର ସେହି ସ୍ଥିତି ହାସଲ କରିବ କି ନାହିଁ ପ୍ରଶ୍ନରେ ସେ ସନ୍ଦେହ ପ୍ରକାଶ କରିଛନ୍ତି । ବିଜେପି , ବିଜେଡି ମିଶିଗଲେ କଂଗ୍ରେସ ପ୍ରମୁଖ ଦଳ ହେବ । ଯଦି ନମିଶନ୍ତି କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ରହି ପାରିବ ନାହିଁ । ଓଡିଶାରେ ସରକାର ଗଠନ କରିବା ନେଇ ଆମେ ଆଶାବାଦୀ ନୋହୁଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତିି ।
ସୋନିଆ ଗାନ୍ଧି କେନ୍ଦ୍ରରେ ମେଂଟ ପାଇଁ ନବୀନ ପଟ୍ଟନାୟକଙ୍କୁ ଡାକିଥିବା ପ୍ରଶ୍ନର ଉତରରେ ସେ କହିଛନ୍ତିି ଯେ ନବୀନ ବାବୁ ଦିଲ୍ଲୀ ଯିବେ କି ନାହିଁ ତାହା ସେ କହିପାରିବେ ନାହିଁ । ତେବେ ସେ ନଯାଇ ପାରନ୍ତି ।

error: Thank You Keep Visiting