ଭଦ୍ରକ ଲୋକସଭା ଓ ବିଧାନସଭା ଆସନର ଗଣତି ଜାରି

Straight to the Point

ବିଜେଡିର ପଲ୍ଲା ଭାରି, ୨ୟ ଓ ୩ୟ ସ୍ଥାନରେ ବିଜେପି ଓ କଂଗ୍ରେସ

ଭଦ୍ରକ: ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟ ସଂସ୍କୃତି ଭବନ ଓ ଭଦ୍ରକ କଲେଜରେ ଚଳିତ ନିର୍ବାଚନର ଫଳାଫଳ ନିମନ୍ତେ ଗଣତି ପ୍ରକ୍ରିୟା ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଛି । ଭଦ୍ରକ ମହାବିଦ୍ୟାଳୟରେ ୪ଟି ବିଧାନସଭା କ୍ଷେତ୍ର ଯଥା ବାସୁଦେବପୁର, ଚାନ୍ଦବାଲି, ଧାମନଗରର ଗଣତି କାର୍ଯ୍ୟକ୍ରମ ହେଉଥିବାବେଳେ ସଂସ୍କୃତି ଭବନରେ ଭଦ୍ରକ ଓ ଭଣ୍ଡାରିପୋଖରୀ ବିଧାନସଭାର ଗଣତି କାର୍ଯ୍ୟକ୍ରମ କରାଯାଉଛି । ତେବେ ଅଦ୍ୟାବଧି ଭଦ୍ରକ ଲୋକସଭା ଓ ୫ଟି ବିଧାନସଭା ଆସନର ଫଳାଫଳ ମଧ୍ୟରୁ କେବଳ ଭଦ୍ରକ ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ସଂଜୀବ ମଲ୍ଲିକ ବିଜୟୀ ହୋଇଥିବାର ଜଣାପଡିଛି । ରାତି ୮ଟା ସୁଦ୍ଧା ମିଳିଥିବା ସୂଚନା ମୂଳେ ଭଦ୍ରକ ବିଧାନସଭା କ୍ଷେତ୍ରରେ ସମୁଦାୟ ୧ ଲକ୍ଷ ୭୫ ହଜାର ୯୭୪ ଖଣ୍ଡ ଇଭିଏମ୍ ଭୋଟ ମଧ୍ୟରୁ ବିଜେଡି ପ୍ରାର୍ଥୀ ସଂଜୀବ ମଲ୍ଲିକ ୯୧ ହଜାର ୩୫୬ ଖଣ୍ଡ ଭୋଟ୍ ପାଇଥିବାବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଡାକ୍ତର ପ୍ରଦୀପ ନାୟକ ୬୯ ହଜାର ୭୦ ଖଣ୍ଡ ଭୋଟ ପାଇଛନ୍ତି । ଅନୁରୂପ ଜାତୀୟ କଂଗ୍ରେ ପ୍ରାର୍ଥୀ ନଳିନୀକାନ୍ତ ମହାନ୍ତି ୨୨ ହଜାର ୩୧୦ ଖଣ୍ଡ ଭୋଟ୍ ପାଇଥିବାବେଳେ ବହୁଜନ ସମାଜ ପାର୍ଟିର ସସ୍ମିତା ପାତ୍ର ୫୮୮, ଅଲ୍ ଇଣ୍ଡିଆ ତୃଣମୂଳକ କଂଗ୍ରେସର ସେକ୍ ମହମ୍ମଦ ଅଲ୍ଲୀ ଜିନା ୫୪୦, ଆମ୍ବେଦକର ନେସନାଲ କଂଗ୍ରେସର ଫାତେମ ଅମରିନ ୩୭୦ ଖଣ୍ଡ, କଳିଙ୍ଗସେନାର ରଂଜନ ପଣ୍ଡା ୩୧୩ ଓ ସ୍ୱାଧୀନ ପ୍ରାର୍ଥୀ କାହ୍ନୁଚରଣ ବାରିକ ୫୯୭ ଖଣ୍ଡ ଭୋଟ ପାଇଛନ୍ତି । ଅନୁରୂପ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରେ ସମୁଦାୟ ୧ ଲକ୍ଷ ୬୩ ହଜାର ୨୪୨ ଖଣ୍ଡ ଇଭିଏମ୍ ଭୋଟ ମଧ୍ୟରୁ ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ପ୍ରପୁଲ୍ଲ ସାମଲ ୬୫ ହଜାର ୯୧୯ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଜାତୀୟ କଂଗ୍ରେସ ପ୍ରାର୍ଥୀ ତଥା ପିସିସି ସଭାପତି ନିରଂଜନ ପଟ୍ଟନାୟକ ୫୭ ହଜାର ୭୭୬, ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ତଥା ଜିଲା ସଭାପତି ବଦ୍ରୀ ନାରାୟଣ ଧଳ ୩୬ ହଜାର ୯୯୩, ବହୁଜନ ସମାଜପାର୍ଟିର ରାଜୀବ ଲୋଚନ ଜେନା ୫୭୯, ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସର ଶିବ ନାରାୟଣ ବିଶ୍ୱାଳ ୩୨୩, ସୋସିଆଲିଷ୍ଟ ୟୁନିଟ୍ ସେଣ୍ଟର ଅଫ୍ ଇଣ୍ଡିଆ (କମ୍ୟୁନିଷ୍ଟ) ପ୍ରାର୍ଥୀ ଦିଗମ୍ବର ସ୍ୱାଇଁ ୨୮୬, କଳିଙ୍ଗ ସେନାର ମନୋଜ କୁମାର ଜେନା ୧୮୪, ପ୍ରାଉଟିଷ୍ଟ ବ୍ଲକ୍ ଇଣ୍ଡିଆର ସାର୍ଥକ ରଂଜନ ବିଶ୍ୱାଳ ୧୭୯, ସ୍ୱାଧୀନ ପ୍ରାର୍ଥୀ ଅଶୋକ କୁମାର ରାଉତ, ୧୬୮ ଓ ପତଞ୍ଜଳି କରଶର୍ମା ୨୫୬ ଖଣ୍ଡ ଭୋଟ୍ ପାଇଛନ୍ତି । ସେହିଭଳି ଧାମନଗର ବିଧାନସଭା କ୍ଷେତ୍ରରେ ସମୁଦାୟ ୬୮ ହଜାର ୧୭୪ ଖଣ୍ଡ ଇଭିଏମ୍ ଭୋଟ ମଧ୍ୟରୁ ଭାରତୀୟ ଜନତା ପାର୍ଟିର ବିଷ୍ଣୁଚରଣ ସେଠୀ ୩୨ ହଜାର ୮୯୧ ଖଣ୍ଡ ଭୋଟ୍ ପାଇଥିବାବେଳେ ବିଜେଡିର ରାଜେନ୍ଦ୍ର କୁମାର ଦାସ ୩୨ ହଜାର ୫୬, କଂଗ୍ରେସର ବିଦ୍ୟାଧର ଜେନା, ୨୩୧୫, ବହୁଜନ ସମାଜପାର୍ଟିର ବୁଧିରାମ ସାମଲ ୨୫୬, ଅଖିଳ ଭାରତ ହିନ୍ଦୁ ମହାସଭାର ପ୍ରସନ୍ନ କୁମାର ଦାସ ୨୦୯, କଳିଙ୍ଗସେନାର ଶେଷଦେବ ମହାଳିକ ୭୩ ଓ ସ୍ୱାଧୀନ ପ୍ରାର୍ଥୀ ଗଣେଶ ପ୍ରସାଦ ଦାସ ୧୧୯ ଭୋଟ୍ ପାଇଛନ୍ତି । ଚାନ୍ଦବାଲି ବିଧାନସଭା କ୍ଷେତ୍ରରେ ସମୁଦାୟ ମୋଟ ୧ ଲକ୍ଷ ୧୪ ହଜାର ୧୩୪ ଖଣ୍ଡ ଭୋଟ୍ ମଧ୍ୟରୁ ବିଜେଡି ପ୍ରାର୍ଥୀ ତଥା ବିଧାୟକ ବ୍ୟୋମକେଶ ରାୟ ୪୯ ହଜାର ୧୬୦ ଖଣ୍ଡ ପାଇଥିବାବେଳେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ୪୩ ହଜାର ୧୭୫, କଂଗ୍ରେସର ଦିଗମ୍ବର ଦାସ ୨୦ ହଜାର ୧୬୦, ବହୁଜନ ସମାଜପାର୍ଟିର ଅଜୟ କୁମାର ମହାଳିକ ୫୭୪, କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ଏମ୍ଏଲ) ର ଜୟନ୍ତୀ ବିଶ୍ୱାଳ ୩୬୭, କଳିଙ୍ଗ ସେନାର ସତିଶ ରଂଜନ ସାହୁ ୧୧୯, ସ୍ୱାଧୀନ ସତ୍ୟବ୍ରତ ସାହୁ ୨୪୨ ଖଣ୍ଡ ଭୋଟ୍ ପାଇଛନ୍ତି । ସେହିଭଳି ବାସୁଦେବପୁର ନିର୍ବାଚନ ମଣ୍ଡଳୀର ମୋଟ ୧ ଲକ୍ଷ ୫୫ ହଜାର ୭୫୮ ଇଭିଏମ୍ ଭୋଟ୍ ମଧ୍ୟରୁ ବିଜେଡି ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟ ୬୫ ହଜାର ୫୬୯ ଖଣ୍ଡ ଭୋଟ ପାଇଥିବାବେଳେ ଜାତୀୟ କଂଗ୍ରେସ ପ୍ରାର୍ଥୀ ତଥା ଜିଲା କଂଗ୍ରେସ ସଭାପତି ଅଶୋକ କୁମାର ଦାସ ୫୬ ହଜାର ୮୦୮, ଭାରତୀୟ ଜନତା ପାର୍ଟିର ମାଧବାନନ୍ଦ ମଲ୍ଲିକ ୩୧ ହଜାର ୪୮୭ ଖଣ୍ଡ, ଅଲଇଣ୍ଡିଆ ତୃଣମୂଳକ କଂଗ୍ରେସର ପ୍ରାର୍ଥୀ ନାଥ ବୈରାଗୀ ଦାସ ବେହେରା ୪୪୬, ବହୁଜନ ସମାଜପାର୍ଟିର ପ୍ରାର୍ଥୀ ନିର୍ମଳ ମଳିକ ୪୯୫ ଓ ସ୍ୱାଧୀନ ପ୍ରାର୍ଥୀ ସବିତାରାଣୀ ପାକଳ ୩୧୮ ଖଣ୍ଡ ଭୋଟ୍ ପାଇଛନ୍ତି । ସେହିଭଳି ଭଦ୍ରକ ଲୋକସଭା ଆସନର ମୋଟ ୮ ଲକ୍ଷ ୨୪ ହଜାର ୭୯୯ ଇଭିଏମ୍ ଭୋଟ ମଧ୍ୟରୁ ବିଜେଡି ପ୍ରାର୍ଥୀ ମଂଜୁଲତା ମଣ୍ଡଳ ୩ ଲକ୍ଷ ୪୩ ହଜାର ୧ ଖଣ୍ଡ ଭୋଟ୍ ପାଇଥିବାବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାରତୀୟ ଜନତା ପାର୍ଟିର ଅଭିମନ୍ୟୁ ସେଠୀ ୩ ଲକ୍ଷ ୧୫ ହଜାର ୨୨୧ ଖଣ୍ଡ, ଜାତୀୟ କଂଗ୍ରେସର ପ୍ରାର୍ଥିନୀ ମଧୁମିତା ସେଠୀ ୧ ଲକ୍ଷ ୫୨ ହଜାର ୮୦୫, ଅଲ୍ ଇଣ୍ଡିଆ ତୃଣମୂଳକ କଂଗ୍ରେସର ତିଳୋତ୍ତମ ଜେନା ୨ ହଜାର ୧୨୪, ବହୁଜନ ସମାଜ ପାର୍ଟିର ମୁରଲୀଧର ଜେନା ୩ ହଜାର ୧୩୪, ସୋସିଆଲିଷ୍ଟ ୟୁନିଟ୍ ସେଣ୍ଟର ଅଫ୍ ଇଣ୍ଡିଆ (କମ୍ୟୁନିଷ୍ଟ)ର ପ୍ରାର୍ଥୀ କୀର୍ତ୍ତନ ବିହାରୀ ମଲ୍ଲିକ ୧ ହଜାର ୪୨, କଳିଙ୍ଗ ସେନାର ପ୍ରାର୍ଥିନୀ ଲକ୍ଷ୍ମୀପ୍ରିୟା ଜେନା ୧ ହଜାର ୧୨୫ ଓ ସ୍ୱାଧୀନ ପ୍ରାର୍ଥୀ ପୀତାମ୍ବର ସେଠୀ ୧ ହଜାର ୭୮୯ ଖଣ୍ଡ ଭୋଟ୍ ପାଇଛନ୍ତି । ତେବେ ଭଦ୍ରକର ୫ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ରାତି ୮ ଟା ସୁ୍ଧା କେବଳ ଭଦ୍ରକରେ ସଂଜୀବ ମଲ୍ଲିକ, ଭଣ୍ଡାରିପୋଖରୀରେ ପ୍ରଫୁଲ୍ଲ ସାମଲ ଓ ବାସୁଦେବପୁରରେ ବିଷ୍ଣୁବ୍ରତ ରାଉତରାୟ ବିଜୟୀ ହୋଇଛନ୍ତି ବୋଲି ଜଣାପଡିଛି । ଅନ୍ୟଗୁଡିକରେ ଏପର୍ଯ୍ୟନ୍ତ ଗଣତି କାର୍ଯ୍ୟକ୍ରମ ଚାଲୁରହିଛି ।

error: Thank You Keep Visiting