ବିଜେଡ଼ି ଦଳକୁ ପଞ୍ଚମ ଥର ପାଇଁ ଜିତେଇଥିବାରୁ ମୁଁ ଓଡ଼ିଶାବାସୀଙ୍କଠାରେ ଗଭୀର କୃତଜ୍ଞତା ଜଣାଉଛି-ନବୀନ ପଟ୍ଟନାୟକ

Straight to the Point

ଭୁବନେଶ୍ୱର: ଚଳିତ ନିର୍ବାଚନରେ ଓଡ଼ିଶାବାସୀ ବିଜେଡ଼ି ଦଳକୁ ଆଶୀର୍ବାଦ କରି କ୍ଷମତାକୁ ପଂଚମ ଥର ପାଇଁ ଆଣିଥିବାରୁ ସେମାନଙ୍କ ପାଖରେ ମୁଁ ଗଭୀର କୃତଜ୍ଞତା ଜଣାଉଛି । ଏହା ବ୍ୟତୀତ ଦଳକୁ ବିଜୟୀ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ରହିଥିବା ସାଧାରଣ କର୍ମୀ ଓ ନେତାମାନଙ୍କୁ ମଧ୍ୟ ଅନୁରୂପ ଭାବେ ନିଜର କୃତଜ୍ଞତା ଜଣାଇଥିଲେ । କେବଳ ସେତିକି ନୁହେଁ ଦଳକୁ ବହୁମତ ଦେଇ କ୍ଷମତାକୁ ଆଣିଥିବା ମହିଳା ମାନଙ୍କୁ ମଧ୍ୟ କୃତଜ୍ଞତା ଜଣାଇଥିଲେ । ସମଦୂରତା ସମ୍ପର୍କିତ ପ୍ରଶ୍ନର ଉତର ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଲେଟ ଆସ ସି । ଦଳର ସଫଳତା ନେଇ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଥିଲା ବେଳେ ନବୀନ ନିବାସଠାରେ ଥିବା ତାଙ୍କର ସମର୍ଥକ, ପ୍ରଶଂସକ ଓ ବିଜେଡ଼ି ପ୍ରେମୀ ବହୁ ସଂଖ୍ୟାରେ ଯାଇ ନବୀନ ବାବୁଙ୍କୁ ଶୁଭେଚ୍ଛା ଜଣାଇବା ସହ ନବୀନ ପଟ୍ଟନାୟକ ଜିନ୍ଦାବାଦ ଏବଂ ମହିଳାମାନେ ହୁଳହୁଳି ଦେଇ ନବୀନ ବାବୁଙ୍କୁ ସ୍ୱାଗତ କରିଥିଲେ ।

error: Thank You Keep Visiting