ଜାରୀ ରହିଛି ଭୋଟ୍ ଗଣତି; ବିଜେଡି ୧୧୩ ସିଟ୍ ରେ ଆଗୁଆ , ବିଜେପି ୨୧, କଂଗ୍ରେସ ୧୦ ସିଟ୍ ରେ ଆଗୁଆ

Straight to the Point

ଭୁବନେଶ୍ୱର: ଓଡିଶାର ୨୧ ଟି ଲୋକସଭା ଓ ୧୪୬ ଟି ବିଧାନସଭା ଆସନ ପାଇଁ ଭୋଟ ଗଣତି ଜାରୀ ରହିଛି । ପ୍ରତି ରାଉଣ୍ଡ ଗଣତି ପରେ ଉଭୟ ଲୋକସଭା ଓ ବିଧାନସଭାରେ ବିଜେଡି ବହୁ ଆଗୁଆ ରହିଥିବା ବେଳେ ବିଜେପି ଦ୍ୱିତୀୟ ଓ କଂଗ୍ରେସ ତୃତୀୟ ସ୍ଥାନରେ ରହିଥିବା ଟ୍ରେଣ୍ଡ ଆସିଛି । ଶେଷ ଖବର ସୁଦ୍ଧା ବିଧାନସଭା ଆସନରେ ବିଜେଡି ୧୧୩ ସିଟ୍ ରେ ଆଗୁଆ ଥିବା ବେଳେ ବିଜେପି ୨୧ ଟି , କଂଗ୍ରେସ ୧୦ ଟି ଏବଂ ଅନ୍ୟାନ୍ୟ ୨ ଟି ଆସନରେ ଆଗୁଆ ଅଛନ୍ତି ।ସେହିପରି ଲୋକସଭା ଆସନରେ ବିଜେଡି ୧୬ ଓ ବିଜେପି ୫ଟିରେ ଆଗୁଆ ଅଛନ୍ତି । ପ୍ରଥମ ଦୁଇଟି ରାଉଣ୍ଡରେ ଗଣତି ମନ୍ଥର ଥିଲା , ତାହା ସାଧାରଣ ଭାବେ ହୋଇଥାଏ । ପରବର୍ତୀ ରାଉଣ୍ଡରେ ଭୋଟ୍ ଗଣତି ଜଲଦି କରିବାକୁ ଅଧିକରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି ।
ଇତି ମଧ୍ୟରେ ନବରଙ୍ଗପୁର ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ସଦାଶିବ ପ୍ରଧାନୀ ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀଙ୍କୁ ୭୦୭୯ ଭୋଟ୍ ରେ ହରାଇ ସେ ବିଜୟୀ ହୋଇଛନ୍ତି ।
ସଦ୍ୟତମ ଟ୍ରେଣ୍ଡକୁ ବିଚାରକୁ ନେଲେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳର ସ୍ଥିତି ହରାଇଛି । ବିଜେପି ବଢୁଛି । ସେହିପରି ଶାସକ ଦଳ ବିଜେଡି ମଧ୍ୟ ସଂଖ୍ୟା ହ୍ରାସ ପାଉଛି । ମାତ୍ର ଟ୍ରେଣ୍ଡରେ ଆଗୁଆ ରହିଛି ବିଜେଡି । ସିପିଏମ୍ ତାର ସ୍ଥିତି ବଜାୟ ରଖିଛି । ଟ୍ରେଣ୍ଡ କହୁଛି ସ୍ୱାଧୀନ ପ୍ରାର୍ଥୀ ଭୋଟ୍ ଦୌଡରୁ ବହୁ ଦୂରରେ ଅଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ଥର ୨ଟି ଆସନ ବିଜେପୁର ଓ ହିଂଜିଳିରୁ ଲଢିଛନ୍ତି । ଉଭୟ ଆସନରେ ସେ ଆଗରେ ରହିଛନ୍ତି । ସେହିପରି ମନ୍ତ୍ରୀ ମଣ୍ଡଳର ବହୁ ସଦସ୍ୟ ତଥା ବିଜେଡି ପ୍ରାର୍ଥୀ ସେମାନଙ୍କର ସ୍ଥିତି ବଜାୟ ରଖିଛନ୍ତି । ବାଚସ୍ପତି ପ୍ରଦୀପ ଅମାତ୍ , ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି , ଅର୍ଥମନ୍ତ୍ରୀ ଶଶି ଭୂଷଣ ମେହେରା, ଗୃହ ନିର୍ମାଣ ମନ୍ତ୍ରୀ ନିରଂଜନ ପୂଜାରୀ , ବିକ୍ରମ କେଶରୀ ଆରୁଖ , ସୁଶାନ୍ତ ସିଂହ , ଉଷା ଦେବୀ, ବଦ୍ର ନାରାୟଣ ପାତ୍ର , ଚନ୍ଦ୍ର ସାରଥୀ ବେହେରା , ଅଶୋକ ପଣ୍ଡା , ପ୍ରଫୁଲ୍ଲ ସାମଲ , ଅନନ୍ତ ଦାସ ,ସ୍ନେହାଙ୍ଗିନୀ ଛୁରିଆ ,ପ୍ରଫୁଲ୍ଲ ମଲ୍ଲିକ , ସୂର୍ଯ୍ୟ ନାରାୟଣ ପାତ୍ର ,ପ୍ରତାପ ଜେନା ପ୍ରମୁଖ ମନ୍ତ୍ରୀ ମାନେ ଟ୍ରେଣ୍ଡରେ ଆଗୁଆ ଅଛନ୍ତି । ଏମାନଙ୍କ ବ୍ୟତୀତ ବିଜେଡିର ଅତନୁ ସବ୍ୟସାଚୀ ନାୟକ , ପ୍ରୀତି ରଂଜନ ଘଡାଇ , ପ୍ରଣବ ପ୍ରକାଶ ଦାସ , ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ , ବ୍ରଜ ପ୍ରଧାନ , ବିଷ୍ଣୁ ଦାସ , ରୋହିତ ପୂଜାରୀ , ନବ ଦାସ , ଅଶ୍ୱିନୀ ପାତ୍ର , ପ୍ରମୋଦ ମଲ୍ଳିକ , ସମୀର ଦାସ , ପ୍ରଦୀପ ମହାରଥୀ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଅଶୋକ ବଳ , ଧ୍ରୁବ ସାହୁ , ମଙ୍ଗଳା କିଷାନ, ଦେବୀ ରଂଜନ ତ୍ରିପାଠୀ , ଅରୁଣ ସାହୁ, ରାଜେନ୍ଦ୍ର ଢୋଲକିଆ , ଟୁକୁନି ସାହୁ , ବ୍ୟୋମକେଶ ରାୟ , ମନୋହର ରନ୍ଧାରୀ , ରବି ନନ୍ଦ , ସାରଦା ନାୟକ, ରାସେଶ୍ୱରୀ ପାଣିଗ୍ରାହୀ , ପ୍ରମିଳା ମଲ୍ଳିକ , ପ୍ରତାପ ଦେବ , ଲାଲ ବିହାରୀ ହିମିରିକା , ପ୍ରଦୀପ ପାଣିଗ୍ରାହୀ , ଅରବିନ୍ଦ ଢାଲି , ଦିବ୍ୟ ଶଙ୍କର ମିଶ୍ର , ପ୍ରଶାନ୍ତ ଜଗଦେବ , ସୁଧୀର ସାମଲ , ସାଲୁଗା ପ୍ରଧାନ ,ଅନନ୍ତ ନାରାୟଣ ଜେନା , ସୁଶାନ୍ତ ରାଉତ , ସୌମ୍ୟ ରଂଜନ ପଟ୍ଟନାୟକ ପ୍ରମୁଖ ଆଗୁଆ ଅଛନ୍ତି ।
ବିଧାନସଭା ଆସନରେ ବିଜେପିର କେ. ନାରାୟଣ ରାଓ , କୁଶୁମ ଟେଟେ , ଗଣେଶ ରାମ ସିଂହ ଖୁଂଟିଆ , ମୁକେଶ ମହାଲିଙ୍ଗ , ଜୟ ନାରାୟଣ ମିଶ୍ର , ଭବାନୀ ଭୋଇ , ଅଶୋକ ନାୟକ , ଜଗବନ୍ଧୁ ବେହେରା, ଲଳିତେନ୍ଦୁ ମହାପାତ୍ର, ପୃଥ୍ୱୀରାଜ ହରିଚନ୍ଦନ, ପ୍ରଦୀପ ପୁରୋହିତ , ପ୍ରଦୀପ୍ତ ନାୟକ ଆଗୁଆ ରହିଥିବା ବେଳେ କଂଗ୍ରେସର ନରସିଂହ ମିଶ୍ର, ସୁରେନ୍ଦ୍ର ପରମାଣିକ , ପୁରୁଷୋତମ ଗମାଙ୍ଗ ଅଧିରାଜ ପାଣିଗ୍ରାହୀ ,ଚନ୍ଦ୍ର ଶେଖର ମାଝୀ , ରମେଶ ଜେନା , ମହମ୍ମଦ ମୋକିମ ପ୍ରମୁଖ ଆଗରେ ରହିଛନ୍ତିି ।
ଅପରପକ୍ଷରେ ଲୋକସଭା ଆସନରେ ପ୍ରତିଦ୍ୱନ୍ଦିତା କରୁଥିବା ବିଜେଡିର ରବୀନ୍ଦ୍ର ଜେନା , ଚନ୍ଦ୍ରାଣୀ ମୁର୍ମୁ , ପ୍ରମିଳା ବିଶୋୟୀ , ଚନ୍ଦ୍ର ଶେଖର ସାହୁ , ରାଜଶ୍ରୀ ମଲ୍ଲିକ , ଭର୍ତୃହରି ମହତାବ , ଅନୁଭବ ମହାନ୍ତି , କୌଶଲ୍ୟା ହିକକ୍ା , ଓ ନଳିନୀ ପ୍ରଧାନ ଆଗୁଆ ରହିଛନ୍ତି । ଲୋକସଭା ଆସନରେ ବିଜେପିର ଜୁଏଲ ଓରାମ୍ , ଅପରାଜିତା ଷଡଙ୍ଗୀ , ରୁଦ୍ର ପାଣି , ସଂଗୀତା ସିଂହଦେଓ , ସୁରେଶ ପୂଜାରୀ , ବସନ୍ତ ପଣ୍ଡା , ସମ୍ବିତ ପାତ୍ର ପ୍ରମୁଖ ଆଗରେ ରହିଥିବା ବେଳେ କଂଗ୍ରେସ ଖାତା ଖୋଲି ପାରିନାହିଁ ।

error: Thank You Keep Visiting